କାଳିଆ ଯୋଜନାକୁ ନେଇ ଆସିଛି ଏକ ନୂଆ ଅପଡେଟ, ଶୀଘ୍ର କରନ୍ତୁ ଆପ୍ଲାଏ

ଆପଣଙ୍କ ପାଇଁ କାଳିଆ ଯୋଜନାକୁ ନେଇ ଆସିଯାଇଛି ଏକ ଖୁସି ଖବର। ଯେଉଁମାନେ ପୂର୍ବରୁ କାଳିଆ ଯୋଜନା ପୋର୍ଟାଲରେ କିଛି ଭୁଲ ବିବରଣୀ ଦେଇଥିଲେ ସେମାନେ ନିଜର ବିବରଣୀକୁ ଠିକ କରିପାରିବେ। ଏହାସହ ଯେଉଁମାନେ ନୂଆ ନୂଆ କାଳିଆ ଯୋଜନାର ମେମ୍ବର ହେବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ନିଜର ଆକାଉଣ୍ଟ ଖୋଲିପାରିବେ।

ତେବେ ବିଶେଷ କରି ଏହି କାଳିଆ ଯୋଜନା ପୋର୍ଟାଲ ଭୂମିହୀନ କୃଷକ ପାଇଁ ଖୋଲାହୋଇଛି। ସେମାନେ ଏଥିରେ ନିଜର ସବୁ ବିବରଣୀ ଦେଇ ଆକାଉଣ୍ଟ ଖୋଲି ମାସକୁ 5000 ଟଙ୍କା ପାଇପାରିବେ।

ତେବେ ଏହି କାଳିଆ ଯୋଜନାର ପୋର୍ଟାଲରେ ପୁଣିଥରେ ଆପ୍ଲାଏ କରିବା ପାଇଁ ଡେଟ ଆସିଯାଇଛି। ଏହା 3.11.2022 ରୁ 2.12.2022 ପର୍ଯ୍ୟନ୍ତ ଚାଲୁ ରହିବ।

ଅନଲାଇନ ଆପ୍ଲାଏ ସମୟରେ ଯେଉଁ ସବୁ ଡକ୍ୟୁମେଣ୍ଟର ଆବଶ୍ୟକ ରହିଛି ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ତେବେ ଆପ୍ଲାଏ ପାଇଁ ଆପଣଙ୍କୁ 1) ଯବ କାର୍ଡ 2)ଆଧାର କାର୍ଡ 3) ରାସନ କାର୍ଡ 4) ବ୍ୟାଙ୍କ ପାସବୁକ।

ଆଉ ମନେ ରଖନ୍ତୁ ଯେ ଆପଣ ଯେଉଁ ଆଧାରକାର୍ଡ ଦେବେ ସେଥିରେ ମୋବାଇଲ ନମ୍ବର ଲିଙ୍କ ହୋଇଥିବା ଦରକାର। କାରଣ ଆପଣ ଯେତେବେଳେ ଏହି କାଳିଆ ଯୋଜନା ପୋର୍ଟାଲରେ ଆକାଉଣ୍ଟ ଖୋଲିବେ ସେତେବେଳେ e-kyc ପାଇଁ ଆପଣଙ୍କ ଆଧାରରେ ଲିଙ୍କ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ସେଥିପାଇଁ ଆଧାରରେ ମୋବାଇଲ ନମ୍ବର ଲିଙ୍କ ରହିବା ଜରୁରୀ।

ଯାହା ସବୁ ଡକ୍ୟୁମେଣ୍ଟ ଏଥିରେ ଆବଶ୍ୟକ ସେ ସବୁ ଆପଣଙ୍କର ଅପଟୁଡେଟ ରହିଥିବା ଦରକାର। ନଚେତ ଆପଣଙ୍କୁ ଅସୁବିଧା ହୋଇପାରେ।

Leave a Reply

Your email address will not be published. Required fields are marked *