ଘରେ ଅଚଳାଚଳ ସମ୍ପତି ହେଲେ ବି ଭୁବନେଶ୍ବର ର ଏକ ମେଳା ରେ ଝିଅ ବସାଇଛି ଫୁଡ୍ ଷ୍ଟଲ୍।

ଏ ଜଗତ ହେଉଛି ଜଗତ ର ନାଥ ଜଗନ୍ନାଥଙ୍କର।ତାଙ୍କରି କୃପା ରେ ଆମ୍ଭେ ମାନଙ୍କର ଜୀବନ ଚାଲିଛି।ଭଗବାନ ସମସ୍ତଙ୍କୁ ଭଲ ଗୁଣ ଦେଇଛନ୍ତି ଓ ଖରାପ ଗୁଣ ମଧ୍ୟ ଦେଇଛନ୍ତି ଏବଂ ତାହା ମଣିଷ ଉପରେ ହିଁ ନିର୍ଭର କରେ ଯେ ସେ ତା’ର ଗୁଣ କୁ କିପରି ବ୍ୟବହାର କରିବ।ଦୁନିଆ ରେ ଯଦି ଖରାପ କାମ ର ଖବର ଆମେ ପାଉଛୁ,ତେବେ ଆମେ ଭଲ ଖବର ମଧ୍ୟ ପାଉଛୁ। ଏ ସମ୍ପୂର୍ଣ୍ଣ ଜଗତ ରେ ଏମିତି ବି ମଣିଷ ଅଛନ୍ତି ଯେଉଁମାନେ ଅନ୍ୟ ଲୋକ ମାନଙ୍କର ଯେଉଁ ମାନଙ୍କର ଦୁନିଆ ରେ କେହି ନାହାନ୍ତି କିମ୍ବା ସେମାନଙ୍କ ପାଖରେ ସମ୍ବଳ ନାହିଁ ,ଏହି ପରି ଲୋକମାନଙ୍କର କଥା ମଧ୍ୟ ଚିନ୍ତା କରିଥାନ୍ତି ଏବଂ ସାହାଯ୍ୟ ମଧ୍ୟ କରିଥାନ୍ତି।

ତେବେ ଆମ୍ଭେ ଯେଉଁ ଝିଅ କଥା ଆପଣମାନଙ୍କୁ କହିବା ପାଇଁ ଯାଉଛୁ ତାଙ୍କ ନାମ ହେଉଛି ଆଶ୍ୟୁକ୍ତା ପଣ୍ଡା।ଏହି ଯୁବତୀଙ୍କ ଜେଜେ ଥିଲେ ଆଇଏଏସ୍ ଅଫିସର୍,ବାପା ହେଉଛନ୍ତି ପ୍ରଫେସର୍ ଆଉ ମାଆ ଚଳାଉଛନ୍ତି ପବ୍ଲିକ୍ ସ୍କୁଲ୍।ତାଙ୍କ ଘରେ ଏତେ ସମ୍ପତି ଥାଇ ମଧ୍ୟ ଆଶ୍ୟୁକ୍ତା ଭୁବନେଶ୍ୱର ର ଏକ ମେଳା ରେ ଫୁଡ୍ ଷ୍ଟଲ୍ ବସାଇ ବିକୁଛନ୍ତି ଦହିବରା ଆଲୁଦମ୍, ପାପଡି ଚାଟ୍,ପକୁଡ଼ି ଓ କାକରା ଭଳି ଜିନିଷ।ଆପଣ ମାନେ ଭାବୁଥିବେ ଯେ ସେ ନିଜେ ରୋଜଗାର କରିବା ପାଇଁ ଏପରି କରୁଛନ୍ତି।କିନ୍ତୁ କଥା ଟି ତାହା ନୁହେଁ,କାରଣ ସେ ନିଜେ ଇଫ୍କୋରେ ଉଚ୍ଚ ବେତନ ରେ ଚାକିରି କରିଛନ୍ତି।

ଘରେ ଏତେ ସମ୍ପତି ଥାଇ ମଧ୍ୟ ସେ ଫୁଡ୍ ଷ୍ଟଲ୍ କାହିଁକି ବସିଛନ୍ତି ବୋଲି ତାଙ୍କୁ ପଚାରିବାରୁ ସେ କହିଲେ ଯେ ସେ ଏଠୁ ଯାହା ବି ରୋଜଗାର କରିବେ ତାହା ସେ ଢେଙ୍କାନାଳ ରେ ବସନ୍ତ ସାର୍ ଙ୍କ ଦ୍ଵାରା ପରିଚାଳିତ ଏକ ଅନାଥ ଆଶ୍ରମ ଏବଂ ସ୍ତନ କର୍କଟ ରେ ପୀଡିତା ମହିଳା ମାନଙ୍କ ପାଇଁ ଦାନ କରିବେ।ଏହି ଭଳି ଉଚ୍ଚ ଭାବନା ନେଇ ଫୁଡ୍ ଷ୍ଟଲ୍ ଖୋଲିଛନ୍ତି ଆଶ୍ୟୁକ୍ତା।ତେବେ ଏଥିରେ ତାଙ୍କ ମାଆ ଓ କିଛି ଯୁବତୀ ମଧ୍ୟ ସାହାଯ୍ୟ କରିଛନ୍ତି।ସେ ତାଙ୍କ ଫୁଡ୍ ଷ୍ଟଲ୍ ରେ ଭଳି କି ଭଳି ଘର ତିଆରି ଖାଦ୍ୟ ଯେପରିକି ବିଭିନ୍ନ ପ୍ରକାର ପିଠା ଏବଂ ଚଟ୍ ପଟି ଛଣା ଛଣି ଖାଦ୍ୟ ବିକ୍ରି କରୁଛନ୍ତି।

କାର୍ତ୍ତିକ ମାସ ପାଇଁ ବିନା ପିଆଜ ରସୁଣ ଖାଦ୍ୟ ମଧ୍ୟ ବିକୁଛନ୍ତି।ତେବେ ତାଙ୍କ ମାଆଙ୍କ କହିବା ଅନୁଯାୟୀ ଛୋଟ ବେଳୁ ଆଶ୍ୟୁକ୍ତା ଙ୍କ ପ୍ରବଳ ଇଚ୍ଛା ଥିଲା ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ସେ ସାହାଯ୍ୟ ମଧ୍ୟ କରୁଥିଲେ।ତେବେ ଆଶ୍ୟୁକ୍ତା ଙ୍କ ଏହି ମହତ୍ କାମ କୁ ସେଠାକୁ ଆସୁଥିବା ଗ୍ରାହକ ମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି ଏବଂ ତାଙ୍କର ଏହି ମହାନ୍ କାର୍ଯ୍ୟ ପାଇଁ ଆମ୍ଭେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛୁ।

Leave a Reply

Your email address will not be published. Required fields are marked *