ମାଙ୍କଡ଼ଟି ପୁରୀ ଶ୍ରୀକ୍ଷେତ୍ର ରୁ ଧାଇଁ ଧାଇଁ ଆସୁଛି ନେମାଳ ପୀଠ କୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳକୁ ଦର୍ଶନ ପାଇଁ ଜାଣନ୍ତୁ କଣ ପାଇଁ ।

ତେବେ ବନ୍ଧୁଗଣ ଶୀର୍ଷକ ପଢ଼ିଆପଣଙ୍କୁ ବିଶ୍ୱାସ ହେଉ ନଥିଲେ ମଧ୍ୟ କଥାଟି ସତ୍ୟ । ମନୁଷ୍ୟ ଯେ ଖାଲି ଭଗବାନଙ୍କୁ ଦର୍ଶନ କରିଥାଏ ପୁଣ୍ୟ ଅର୍ଜନ ପାଇଁ ତାହା ନୁହେଁ ଜୀବଜନ୍ତୁ ମଧ୍ୟ ମନୁଷ୍ୟଙ୍କ ଭଳି ଭଗବାନଙ୍କ ଦର୍ଶନ କରିଥାନ୍ତି । ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ନେମାଳ ପୀଠରେ । ଏକ ବୁଢା ପାତିମାଙ୍କଡ଼ ଶ୍ରୀକ୍ଷେତ୍ରପୁରୀରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳକୁ ଗତ କିଛିବର୍ଷ ହେବ ଆସୁଥିବାର ଲୋକମାନେ ଦେଖି ପରିପ୍ରକାଶ କରିଛନ୍ତି । ଶ୍ରୀକ୍ଷେତ୍ର ପୁରୀରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳକୁ ବିଭିନ୍ନ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦର୍ଶନ ନିମନ୍ତେ ଆସିଥାନ୍ତି ।

ହେଲେ ଏଠାରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । କୁହାଯାଉଛି, ଏକ ବୁଢ଼ା ପାତି ମାଙ୍କଡ ଏହି କାର୍ତ୍ତିକ ପୁଣ୍ୟ ମାସରେ ପୁରୀ ଜଗନ୍ନାଥ ଧାମରୁ ସୁଦୂର କଟକ ଜିଲ୍ଲା ସାଲେପୁର ଦେଇ ଚିତ୍ରୋତ୍ପଳା ନଦୀ ବନ୍ଧରେ ଯାଇ ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠକୁ ବିଗତ କିଛି ବର୍ଷ ହେବ ଆସୁଛି ।

ଚିତ୍ରୋତ୍ପଳା ନଦୀବନ୍ଧରେ ଆସିବା ବାଟରେ ମାଙ୍କଡକୁ ଲୋକମାନେ ପୁଣ୍ୟ ଅର୍ଜନ ଉଦ୍ଦେଶ୍ୟରେ ଖାଇବାକୁ ବିଭିନ୍ନ ଫଳ ଦେଉଥିବା ଦେଖିବାକୁ ମିଳିଛି । ଠିକ ଏହି ସମୟରେ ମାଙ୍କଡଟିର ଆଗମନ ଯୋଗୁଁ ସାଧାରଣ ଲୋକେ, ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ମନରେ ଈଶ୍ୱରୀୟ ଭାବନା ସୃଷ୍ଟି ହୋଇଛି।

ତେବେ ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠକୁ ବିଗତ କିଛି ବର୍ଷ ହେବ ଆସୁଛି । ଚିତ୍ରୋତ୍ପଳା ନଦୀବନ୍ଧରେ ଆସିବା ବାଟରେ ମାଙ୍କଡକୁ ଲୋକମାନେ ପୁଣ୍ୟ ଅର୍ଜନ ଉଦ୍ଦେଶ୍ୟରେ ଖାଇବାକୁ ବିଭିନ୍ନ ଫଳ ଦେଉଥିବା ବେଳେ ଏହା ଏକ ଦିବ୍ୟାନୁଭୂତି ଆଣି ଦେଉଛି । ମାଙ୍କଡଟି କାହାରି କିଛି କ୍ଷତି କରୁ ନ ଥିବା ବେଳେ ତାର ଭକ୍ତି ଭାବପୂର୍ଣ୍ଣ ଆଚରଣ ସଭିଙ୍କ କ୍ଷେତ୍ରରେ ଈଶ୍ୱରୀୟ ଭାବନା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *