ତେବେ ଏହି କାରଣରୁ ଦୁନିଆ ଠୁ ନିଜ ଝିଅର ଚେହେରା ଲୁଚେ-ଇକି ରଖିଛନ୍ତି ବିରାଟ – ଅନୁଷ୍କା,ସାମ୍ନାକୁ ଆସିଲା ବଡ଼ କାରଣ ।

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ଏକ ଶକ୍ତିଶାଳୀ ଦମ୍ପତି ଭାବେ ବିବେଚନା କରାଯାଏ | ଦୁହେଁ ପ୍ରାୟତଃ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି | ସୂଚନାଯୋଗ୍ୟ କଥା ଏହା ଯେ, ଉଭୟ ଏକ ଝିଅର ପିତା-ମାତା ମଧ୍ୟ ହୋଇସାରିଛନ୍ତି ଏବଂ ସେମାନଙ୍କ ଝିଅର ନାମ ହେଉଛି ‘ବାମିକା’ |

ଯେବେଠୁଁ ବାମିକା ଜନ୍ମ ହେଇଛନ୍ତି ସେବେଠାରୁ ବିରାଟ ଏବଂ ଅନୁଷ୍କା ନିଜ ଝିଅର ଫଟୋ ଉଠାଇବାକୁ ସର୍ବଦା ଆପତ୍ତି କରନ୍ତି | ଏଥିସହିତ ଯେତେବେଳେ ତାଙ୍କ ଝିଅଙ୍କର କିଛି ଫୋଟୋ ସୋସିଆଲ ମିଡିଆରେ ଲିକ ହୋଇଥିଲା, ସେତେବେଳେ ସେ ଏକ ପୋଷ୍ଟ ସେୟାର କରି ତାଙ୍କ ଝିଅର ଫଟୋ ନ ଉଠେଇବାକୁ ଅନୁରୋଧ କରି ଥିଲେ | ବର୍ତ୍ତମାନ ଏହି ସମୟରେ ଏହି କଥାର ଖୁଲାସା ହୋଇଛି ଯେ କାହିଁକି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ନିଜ ଛୋଟ ପରିର ଚେହେରା କାହାକୁ ଦେଖାଇବାକୁ ଚାହୁଁନାହାଁନ୍ତି | ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ?

ଜାନୁୟାରୀ 11, 2021 ରେ ପିତା-ମାତା ହୋଇଥିଲେ ବିରାଟ ଏବଂ ଅନୁଷ୍କା :-

ଆମେ ଆପଣଙ୍କୁ କହିରଖୁଛୁ ଯେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଘରେ ଜାନୁୟାରୀ 11, 2021ମସିହାରେ ମୁମ୍ବାଇର ବ୍ରେଜ କ୍ୟାଣ୍ଡି ହସ୍ପିଟାଲରେ ଏକ ଝିଅ ଜନ୍ମ ହୋଇଥିଲା | ବାମିକା 1 ବର୍ଷରୁ ମଧ୍ୟ ଅଧିକ ବୟସର ହୋଇସାରିଲେଣି କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ବିରାଟ ଏବଂ ଅନୁଷ୍କା ନିଜ ଝିଅକୁ ଲାଇମଲାଇଟ୍ ଠାରୁ ଦୂରରେ ରଖିଛନ୍ତି ବରଂ ସେ ତାଙ୍କର ସୋସିଆଲ ମିଡିଆରେ କୌଣସି ପ୍ରକାରର ଫୋଟୋ ସେୟାର କରନ୍ତି ନାହିଁ |

ଯଦିଓ ସେ ସେୟାର ବି କରନ୍ତି, ତେବେ ମଧ୍ୟ ସେହି ଫୋଟୋ ମାନଙ୍କରେ ଛୋଟ ବାମିକାଙ୍କର ଚେହେରା ଦେଖାଯାଏ ନାହିଁ | ଏଭଳି ପରିସ୍ଥିତିରେ ବିରାଟ ଏବଂ ଅନୁଷ୍କାଙ୍କୁ ଅନେକ ଥର ପଚାରିବାକୁ ଚେଷ୍ଟା କରାଯାଇଥିଲା ଯେ ସେମାନେ କାହିଁକି ନିଜ ଝିଅର ଚେହେରା ଦେଖାଇବାକୁ ଚାହୁଁନାହାଁନ୍ତି? ଏହା ଉପରେ ନା ବିରାଟ କୋହଲି କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନା ହିଁ ଅନୁଷ୍କା ଶର୍ମା କିଛି କହିଲେ | କିନ୍ତୁ ଏହି ବିଷୟରେ କଥାବାର୍ତା କରାଗଲା ଯେଉଁଥିରେ ଏହି କଥାର ଖୁଲାସା କରାଗଲା ଯେ କାହିଁକି ଅନୁଷ୍କା-ବିରାଟ ତାଙ୍କ ଝିଅର ଚେହେରା କାହିଁକି କାହାରିକୁ ଦେଖେଇବାକୁ ଚାହାଁନ୍ତି ନାହିଁ |

ବାସ୍ତବରେ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କହିଛନ୍ତି ଯେ ଯେପର୍ଯ୍ୟନ୍ତ ତାଙ୍କ ଝିଅର ଫୋଟୋ କାହାରିକୁ ଦେଖେଇବାକୁ ଚାହୁଁନାହାନ୍ତି ଯେପର୍ଯ୍ୟନ୍ତ ଏହି ସବୁ ଜିନିଷ ବୁଝିବାରେ ସକ୍ଷମ ନ ହୋଇଛି | ଏହି କାରଣରୁ ବିରାଟ ମଧ୍ୟ ବାମିକାଙ୍କର କୌଣସି ପ୍ରକାରର ବି ଫଟୋ ଉଠାଇବାକୁ ମନା କରନ୍ତି | ଏବଂ ସୋସିଆଲ ମିଡିଆରେ ତାଙ୍କ ଝିଅର ଫୋଟୋ ସେୟାର ନକରିବାକୁ ସର୍ବଦା ନିବେଦନ କରନ୍ତି |

ବିରାଟ କୋହଲିଙ୍କ କହିବା କଥା କି ଯେତେବେଳେ ବାମିକା ବଡ଼ ହୋଇଯିବେ ସେତେବେଳେ ସେ ନିଜେ ନିଜେ ବୁଝିବାକୁ ଲାଗିଲେ କି ମିଡ଼ିଆ କଣ ? ଷ୍ଟାର କଣ ହୋଇଥାନ୍ତି ? ଆଉ ଷ୍ଟାରଡ଼ମ୍ କୁ କିପରି ସମ୍ଭାଳା ଯାଏ ? ବଡ଼ ହେବା ପରେ ବାମିକା ନିଜେ ନିଷ୍ପତ୍ତି ନେବ କି ମିଡ଼ିଆ ସାମ୍ନାରେ କେତେ ଆସିବ ଆଉ କେଉଁ ପ୍ରକାରର କଥା କହିବା ଦରକାର ?

ଅନୁଷ୍କା ଆଉ ବିରାଟ ମିଡ଼ିଆକୁ କରିଥିଲେ ଏହି ଅପିଲ :-

ଏହି କାରଣ ହେଉଛି କି ଭାରତ ଆଉ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ସମୟରେ ବାମିକାଙ୍କ ଫୋଟୋ ନିଆ ଯାଇଥିଲା ତ ଅନୁଷ୍କା ଶର୍ମା ରାଗିଯାଇଥିଲେ ।

ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ କି,”ଆମ ଝିଅର ଫୋଟୋ କାଲି ଷ୍ଟାଡିୟମ ରେ କ୍ଲିକ କରାଯାଇଛି ଆଉ ଲଗାତାର ସେୟାର କରାଯାଉଛି ।

ଆମେ ସମସ୍ତଙ୍କୁ କହିବାକୁ ଚାହୁଁଛୁ କି ଯେତେବେଳେ ଏହି ଫୋଟୋ କ୍ଲିକ କରାଗଲା ସେତେବେଳେ ଆମକୁ ଜଣାନଥିଲା କି କ୍ୟାମେରାର ନଜର ଆମ ଉପରେ ଅଛି । ଝିଅର ଫୋଟୋ କି ନେଇକି ଆମର ଷ୍ଟାଣ୍ଡ ପୂର୍ବ ଭଳି ସମାନ ଅଛି ।ଯଦି ଭାମିକାଙ୍କ ଫୋଟୋ ନିଆଯାଏ ନାହିଁ କିମ୍ବା ତାକୁ କୌଣସି ସ୍ଥାନରେ ଛପା ହୋଇନଥାଏ, ତେବେ ଆମେ ଏହାକୁ ପ୍ରଶଂସା କରିବୁ । ଏହା ପଛର କାରଣ ପୂର୍ବରୁ କୁହା ହୋଇସାରିଛି, ଧନ୍ୟବାଦ। “

Leave a Reply

Your email address will not be published. Required fields are marked *