ମୁଁ ଏକୁଟିଆ ଝିଅ… ମତେ ଭଡାଘର ଦିଅ…

ଅବିବାହିତା ଝିଅ ମାନଙ୍କୁ ମିଳୁ ନାହିଁ ଘର ଭଡ଼ା । ବ୍ୟାଚଲର କହି କେହିବି ଘରଭଡ଼ା ଦେଲେନାହିଁ । ପଡୋଶୀଙ୍କ କଥାରେ ପରିଚାଳିତ ଘର ମାଲିକ । ଆଉ ଯେତେ ଚେଷ୍ଟା କଲେ ବି ବଦଳୁନି ଘର ମାଲିକଙ୍କ ମାନ-ସିକତା । ଆମେ କହୁଛୁ ତାମିଲନାଡୁ ଚେନ୍ନାଇ ରୁ ଆସିଥିବା ଏହି ଘ-ଟଣା ବିଷୟରେ । ଯେଉଁଠି ଜଣେ ଯୁବତୀ ବ୍ୟାଚଲର ଆଉ ପେଶାରେ ସାମ୍ବାଦିକା ହୋଇଥିବାରୁ ତାଙ୍କୁ ଘର ମିଳିଲା ନାହିଁ । ଏକ ଜାତୀୟ ଗଣମାଧ୍ୟମ ରେ ସାମ୍ବାଦିକ ଥିବା ଏହି ଯୁବତୀ ଜଣଙ୍କ ନାମ ହେଉଛି ଭାରତୀ ସିଂ ରାୱଲ୍ ।

ଯିଏକି ଚେନ୍ନାଇ ରେ ରୁହନ୍ତି । ତେବେ ସେ ରହିବା ପାଇଁ ଏକ ଘର ସନ୍ଧା-ନରେ ଥିଲେ । ହେଲେ ସବୁବେଳେ ଯେ ହାଉସ୍ ହନ୍ଟିଂ ଅନୁଭବ ଭଲ ରହିବ ତାହା ତୋ କହି ହେବନି । ଏହାପରେ ଘର ଗୋଟେ ସର୍ଟଲିଷ୍ଟ୍ କରିବା ପରେ ଭାରତୀ ଜଣେ ଘର ମାଲିକଙ୍କୁ ଭେଟିଥିଲେ । ଆଉ କଥାବାର୍ତ୍ତା କରିବା ପରେ ଘରେ ଭଡ଼ା ନେବା କଥା ପ୍ରାୟ ଫାଇନାଲ ହୋଇ ସାରିଥିଲା । ହେଲେ ଶେଷ ମୁହୂର୍ତ୍ତରେ ଘର ମାଲିକ ସଙ୍ଗେ ସଙ୍ଗେ ନିଜର ମତ ବଦଳାଇ ଦେଇଥିଲେ । ଯାହାଫଳରେ ଯୁବତୀଙ୍କୁ ବହୁତ ହଇ-ରାଣ ହେବାକୁ ପଡ଼ିଥିଲା ।

ତେବେ ବନ୍ଧୁଗଣ ଏହାର କାରଣ ଭାରତୀଙ୍କର ହେବାକୁ ଥିବା ପଡୋଶୀ ଏଥିରେ ଆପ-ତ୍ତି ଉଠାଇଥିଲେ । ଭାରତୀ ଏନେଇ ନିଜ ଟୁଇଟ ରେ ଲେଖିଛନ୍ତି ଯେ ଗୋଟେ ଘରକୁ ନେଇ କଥା ପୂରା ଫାଇନାଲ ହୋଇସାରିଥିଲା । ଘର ମାଲିକଙ୍କ ସହିତ ଭେଟିଲି ଇଣ୍ଡିପେଣ୍ଡେନ୍ଟ ଘର ଥିଲା । ହେଲେ ସେହି ମହଲାରେ ଭଡ଼ାରେ ରହୁଥିବା ଆଉ ଏକ ଓକିଲ ଘର ମାଲିକଙ୍କ ସହ ଝ-ଗ-ଡ଼ା କରିଥିଲେ ଆଉ କହିଥିଲେ କି ସେ ବ୍ୟାଚଲର । ତେବେ ସେହି ଲ୍ୟାଣ୍ଡଲୋଡ ଜଣେ ଏକୁଟିଆ ମହିଳାଙ୍କୁ କିପରି ଘର ଦେଇ ପାରିବେ ।

ସେ ଜଣେ ଓକିଲ ଥିବାରୁ ଘର ମାଲିକ ତାଙ୍କୁ ଡରୁଛନ୍ତି ଆଉ ଏଇ ଭିତରେ ହିଁ ଜଣେ ପୁରୁଷ କେବଳ ଜଣେ ପୁରୁଷ କଥା ହିଁ ଶୁଣିଥାଏ । ସେଥିପାଇଁ ଘର ମାଲିକ କଥାରୁ ଓହରିଗଲେ । ଆଉ କହିଥିଲେ କି କେବଳ ଫ୍ୟମିଲି ୱାଲା ଲୋକଙ୍କୁ ହିଁ ଘର ଦେବେ । ତେବେ ଏମିତିରେ ଅନେକ ସମୟରେ ଆମେ ଦେଖିବାକୁ ପାଉ ଘର ମାଲିକ ଏକାକୀ ଝିଅମାନଙ୍କୁ ରୁମ୍ ଦିଅନ୍ତି ନାହିଁ । ଆଉ କାଳେ କଣ ଅଘ-ଟଣ ଘ-ଟିବ ସେଇୟା ଭାବି ଏକୁଟିଆ ରହିବାକୁ ଚାହୁଁଥିବା ଯୁବତୀଙ୍କୁ ମଧ୍ୟ ଆଜିକାଲି ଘର ମିଳୁନାହିଁ ।

Leave a Reply

Your email address will not be published. Required fields are marked *