ବାପା ନଥିଲା ବେଳେ ମାନସ ଆମ ଘରକୁ ଆସିଲେ ମୋ ବୋଉ ଲାଇଟ୍ ଅଫ କରି ଦିଏ ଓ ଶେଷରେ ତା ସହ ପଳାଇଲା

ଆଜିକାଲି ସମୟରେ ପ୍ରତିଦିନର ଖବର ପ୍ରେମ ଆଉ ପ୍ରତାରଣା ସମ୍ବନ୍ଧୀୟ ହିଁ ଆସୁଅଛି । କିଏ ପ୍ରେମ ପାଇଁ ହ-ତ୍ୟା କରୁଛି ତ ଆଉ କିଏ ଆ-ତ୍ମ-ହ-ତ୍ୟା । ଆଉ ପୁଣି କିଏ ପ୍ରେମ ପାଇଁ ନିଜ ଲୋକଙ୍କୁ ପର କରି ଚାଲି ଯାଉଛି । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ବିଷୟରେ ଜଣାପଡିଛି , ଯାହା ବିଷୟରେ ଶୁଣିବା ପରେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । କାରଣ ଗୋଟିଏ ମା ଏଭଳି କରିପାରିବ ବୋଲି ଆପଣ ସ୍ୱପ୍ନରେ ବି ଭାବି ନଥିବେ । ତେବେ ଆପଣ ଯାହା ଶୁଣୁଛନ୍ତି , ତାହା ସତ ଅଟେ । ଏଭଳି ଖବର ବିଷୟରେ କେହି ବି ବିଶ୍ୱାସ କରି ପାରିବେ ନାହିଁ ।

ଗୋଟିଏ ମା ତାର ପ୍ରେମ ପାଇଁ ପିଲାମାନଙ୍କୁ ବି ଭୁଲି ଯାଇ ଆଉ ଗୋଟିଏ ପୁଅ ସହ ଚାଲିଗଲା ଆଉ ପିଲାମାନଙ୍କ କଥା ଆଦୌ ଭାବିଲା ନାହିଁ । ମା ର ମମତା ସେ ଭୁଲି ଗଲା । ଆଉ ଦୀର୍ଘ ୧୩ ବର୍ଷ ଧରି ସ୍ୱାମୀର ଭଲପାଇବା ତାକୁ ପିତା ଲାଗିଲା । ଯେଉଁ ସ୍ୱାମୀ ନିଜ ସ୍ତ୍ରୀକୁ ଏତେ ଭଲ ପାଉଥିଲେ ଆଉ ତାଙ୍କ ନାମରେ ସବୁ ସମ୍ପତ୍ତି କରିବାକୁ ମଧ୍ୟ ପଛାଇ ନଥିଲେ , ଆଜି ସେ ସ୍ତ୍ରୀ ନିଜ ସ୍ୱାମୀକୁ ପର କରି ଚାଲିଗଲେ । ଭୁଲିଗଲେ ସେହି ପିଲାମାନଙ୍କୁ , ଯେଉଁମାନଙ୍କୁ ସେ ନିଜ ଗର୍ଭରୁ ଜନ୍ମ କରିଥିଲେ ।

ଏଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଅଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରୁ । ବାସ୍ତବରେ ଖୁଣ୍ଟା ଅଞ୍ଚଳର ସୁଧୀର ପାତ୍ର ପ୍ରାୟତଃ ୧୩ ବର୍ଷ ତଳେ ବେବି ଅର୍ଚ୍ଚନା ବେହେରାଙ୍କୁ ବିବାହ କରିଥିଲେ । ଆଉ ବୈବାହିକ ଜୀବନ ମଧ୍ୟ ସେମାନଙ୍କର ସୁଖ ଶାନ୍ତିରେ କଟିଥିଲା । ସ୍ତ୍ରୀଙ୍କୁ ସୁଧୀର ଏତେ ଭଲ ପାଉଥିଲେ କି, ତାଙ୍କ ନାମରେ ନିଜର ସବୁ ସମ୍ପତ୍ତି କରି ଦେଇଥିଲେ । ତେବେ ସୁଧୀରଙ୍କର କହିବା ଅନୁଯାୟୀ, ସେମାନେ ଯେଉଁ ଭଡାଘରେ ରହୁଥିଲେ ତାର ମାଲିକଙ୍କର ପୁଅ ମାନସ ବେହେରା ଟଙ୍କା ଲୋଭରେ ବେବିଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଆଉ ତାପରେ ଉଭୟ ଅନେକ ଦିନ ଧରି ସମ୍ପର୍କରେ ମଧ୍ୟ ରହିଥିଲେ ।

ଅନ୍ୟପକ୍ଷରେ ମାନସଙ୍କର ବାପା ମାଆ ମଧ୍ୟ ଅତ୍ୟନ୍ତ ପଇସା ବାଲା ଅଟନ୍ତି । ତେଣୁ ଏଭଳି ପରିସ୍ଥିତିରେ ବେବି ଏହି ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କ ସ୍ୱାମୀ କହିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି କି , ନିଜ ସ୍ତ୍ରୀଙ୍କ ନାମରେ ସବୁ ସମ୍ପତ୍ତି ଥିବାରୁ ବର୍ତ୍ତମାନ ସେ ନିଜ ପିଲାମାନଙ୍କୁ କିପରି ପାଠ ପଢ଼ାଇବେ । ଅନ୍ୟପକ୍ଷରେ ନିଜ ମାଆଙ୍କ ବିଷୟରେ ତାଙ୍କ ଝିଅ କହିଛନ୍ତି କି, ରାତିରେ ସେ ଅଲଗା ଘରେ ଶୋଇ କାହା ସହ ଚାଟିଂ ମଧ୍ୟ କରିଥାନ୍ତି ଆଉ କେହି ନଥିଲେ ମାନସକୁ ଡ଼ାକି ବେଡ଼ରୁମକୁ ଡ଼ାକି ଲାଇଟ୍ ବନ୍ଦ କରିଦିଅନ୍ତି । ତେବେ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦୁଇଟି ପିଲା ନିଜ ମାଆଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସ୍ୱାମୀ ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି । ଆଉ ନିଜ ସମ୍ପତ୍ତି ଫେରି ପାଇବାପାଇଁ ମାମଲା ଦାୟର କରିଛନ୍ତି ।

Leave a Reply

Your email address will not be published. Required fields are marked *