ପ୍ରେମ କରିଲେ ଆଉ ଅନ୍ୟ ଜାତିର ଝିଅ ସହ କଲେ ବିବାହ ,ଝିଅ ଘର ଲୋକ ଆସି ସ୍ତ୍ରୀ କୁ ନେଇ ଗଲାପରେ ସହି ନପାରି ହାରିଦେଲେ ଜୀବନ

ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ପୁଅ ଠାରୁ ଝିଅକୁ ଛଡାଇ ନେଲେ ଝିଅ ଘର ଲୋକେ । ଶେଷରେ ଫଳ ଏମିତି ହେଲା ଯେ ମାନ-ସିକ ଭାରସାମ୍ୟ ହରାଇ କି-ଟନା-ଶକ ପିଇ ଆ-ତ୍ମହ-ତ୍ୟା କଲେ ଯୁବକ । ଏପରି ଏକ ଅଭା-ବନୀୟ ଘ-ଟଣା ଘ-ଟିଛି ମାଲକାନଗିରି ଜିଲ୍ଲା ଏମଭି-୯ ଗାଁରେ । ଗ୍ରାମର ସୁଜିତ ହାଲଦାର ନାମକ ଜଣେ ବଙ୍ଗୀୟ ଯୁବକ ପଡୋଶୀ ବୈଲାପାରି ଗ୍ରାମର ଜଣେ ଆଦିବାସୀ ଯୁବତୀଙ୍କୁ ଭଲ ପାଉଥିଲେ ।

ଘର ଲୋକେ ଏଥିରେ ରାଜି ନ ହେବାରୁ ଦୁହେଁ ଘରୁ ଲୁ-ଚି କରି କୋର୍ଟରେ ବିବାହ କରିଥିଲେ । ପରେ ଜଣେ ସଂପ-ର୍କୀୟଙ୍କ ଘରେ ଆସି ଦୁହେଁ ବଙ୍ଗୀୟ ରିତିନୀତିରେ ବିବାହ ହୋଇଥିଲା । ମାତ୍ର ଦୁହେଁ ସାତ ଜନ୍ମ କ’ଣ ସାତ ଦିନ ପର୍ଯ୍ୟନ୍ତ ଏକାଠି ରହି ପାରିଲେ ନାହିଁ । ଦୁଇ ଦିନ ପରେ ବୋହୂକୁ ସାଥିରେ ନେଇ ପୁଅ ନିଜ ଘରକୁ ଫେରିଥିଲା । ହେଲେ ଏହାର ଦିନକ ପରେ ଝିଅ ଘର ଲୋକେ ଝିଅକୁ ପୁଣି ଥରେ ବାପ ଘରକୁ ଫେ-ରାଇ ନେଇଥିଲେ ।

ଝିଅ ତାର ମାଆ ସହିତ ଦେଖା ହେବା ପରେ ଝିଅକୁ ଫେରାଇ ଦେବା କଥା କହି ଝିଅକୁ ଆଉ ନଦେବାରୁ ମାନ-ସିକ ଭାର-ସାମ୍ୟ ହରାଇ ତିନି ଦିନ ତଳେ କି-ଟନା-ଶକ ପିଇ ଥିଲେ ସୁଜିତ । ଚିକିତ୍ସାଧୀନ ଅବସ୍ଥାରେ ଆଜି (ମଙ୍ଗଳବାର) ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ତାଙ୍କର ମୃ-ତ୍ୟୁ ହୋଇଗଲା । ସୁଜିତର ମୃ-ତ୍ୟୁ ପାଇଁ ପୁଅ ଘର ଲୋକେ ଝିଅ ଘରକୁ ଦାୟୀ କରିଛନ୍ତି । କାରଣ ଉଭୟ ଝିଅ ଓ ପୁଅ ପରସ୍ପରକୁ ଭଲ ପାଉଥିବା ବେଳେ ସେମାନଙ୍କ ବାହାଘର ବୟସ ମଧ୍ୟ ହୋଇଥିଲା । ପୁଣି ସେମାନେ ନିଜ ଇଚ୍ଛାରେ କୋର୍ଟ ମ୍ୟାରେଜ ମଧ୍ୟ କରିଥିଲେ ।

ହେଲେ ଜଣେ ଆଦିବାସୀ ଝିଅକୁ ଅନ୍ୟ ଜଣେ ବଙ୍ଗୀୟ ଯୁବକ ବିବାହ କରିବା ଘଟ-ଣାକୁ ସହଜରେ ଗ୍ରହଣ କରି ପାରିନଥିଲେ ଗାଁ ଲୋକେ । ପଞ୍ଚାୟତରେ ସଭା ଡାକି ବାହାର ଗାଁର କିଛି ଆଦିବାସୀ ନେତା ଏ ସଂପୃକ୍ତ ଯୁବତୀଙ୍କୁ ଭରା ସଭାରେ ଅପ-ମା-ନିତ କରିବା ପରେ ଯୁବତୀ ଜଣକ ଆଉ ଏମ.ଭି.୯ ଗ୍ରାମର ସୁଜିତ ହାଲଦାରଙ୍କ ପାଖକୁ ଯିବେନାହିଁ ବୋଲି କହିଥିଲେ । ଏହି ଖବର ପାଇ ସୁଜିତ ଭା-ଙ୍ଗି ପଡିଥିଲେ ଓ ମାନ-ସିକ ଅବସାଦରେ ରହି ଶେଷରେ ଆ-ତ୍ମହ-ତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ବୋଲି ସୂଚନା ରହିଛି

Leave a Reply

Your email address will not be published. Required fields are marked *