ଅଭିନୟ ଛାଡ଼ି ଅନ୍ୟ କାମ କରିବାର ପ୍ରସ୍ତୁତିରେ ମାଧୁରୀ ଦୀକ୍ଷିତ,ଛୋଟ ପୁଅର ଭବିଷ୍ୟତକୁ ନେଇକି ମଧ୍ୟ ଚିନ୍ତିତ ।

ଅଭିନୟ ଛାଡ଼ି ଅନ୍ୟ କାମ କରିବାର ପ୍ରସ୍ତୁତି ରେ ମାଧୁରୀ ଦୀକ୍ଷିତ,ଛୋଟ ପୁଅର ଭବିଷ୍ୟତକୁ ନେଇକି ମଧ୍ୟ ଚିନ୍ତିତ ।

ବଲିଉଡର ସୁପରଷ୍ଟାର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ମାଧୁରୀ ଦୀକ୍ଷିତ ଆମେରିକାରୁ ଭାରତକୁ ଯେବେ ଠୁ ସିଫ୍ଟ ହୋଇଛନ୍ତି ସେବେଠୁ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରିଛନ୍ତି ।
ଅଭିନୟ ଏବଂ ରିଲାଲିଟି ଶୋ ରେ ନିଜର ଜଲ୍ବା ଦେଖେଇ ସାରିଥିବା ମାଧୁରୀ ଦୀକ୍ଷିତ ଅନ୍ୟ କାମ କରିବାର ପ୍ଲାନିଙ୍ଗ କରୁଛନ୍ତି । ଏହା ମଧ୍ୟରେ ଏହି ଖବର ମଧ୍ୟ ଭାଇରାଲ ହେଉଛି କି ସେ ବର୍ତ୍ତମାନ ଅଭିନୟ ଠୁ ଅଧିକ ଅନ୍ୟ କାମ ରେ ଆଗ୍ରହ ଦେଖାଉଛନ୍ତି

ମାଧୁରୀ ଦୀକ୍ଷିତ ଆଜିକାଲି ନିଜର ଗୋଟିଏ ଗୀତ ତୁ ହୈ ମେରା କୁ ନେଇକି ହେଡଲାଇନ ରେ ଅଛନ୍ତି । ସେ ଏକ ମ୍ୟୁଜିକ୍ ଆଲବମରେ ଗୀତକୁ ସ୍ୱର ଦେଇଛନ୍ତି । ତାଙ୍କ ଗତିବିଧି ଦେଖି କୁହାଯାଉଛି ଯେ, ମାଧୁରୀ ଏବେ ଅଭିନୟ ସହିତ ଅନ୍ୟ ଏକ ବିଦ୍ୟାରେ ହାତ ବୁଲାଇବାକୁ କାମ କରୁଛନ୍ତି । ଏହା ମଧ୍ୟ ଏକ ଖବର ଯେ ସେ ମଧ୍ୟ ଏହି ଦିଗରେ କାମ କରିବାକୁ ଚାହୁଁଛନ୍ତି । ନିକଟରେ, ପିଙ୍କଭିଲ୍ଲାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ପ୍ରକାଶ ମଧ୍ୟ କରିଥିଲେ ।

ଡ଼ାଇରେକ୍ସନ ରେ ହାତ ଦେବାକୁ ଚେଷ୍ଠା :-

ମାଧୁରୀ ଦୀକ୍ଷିତ ନିଜ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ବ୍ଲକବଷ୍ଟର ପିଲ୍ମ ଦେଇଛନ୍ତି । ବର୍ତ୍ତମାନ ଖବର ଅଛି କି ସେ ଡ଼ାଇରେକ୍ସନ ସମ୍ଭାଳିବାକୁ ଚାହୁଛନ୍ତି । ନିକଟରେ, ପିଙ୍କଭିଲ୍ଲାଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ କହିଥିଲେ – ହଁ, ମୁଁ ନିଶ୍ଚିତ ଭାବରେ ଡ଼ାଇରେକ୍ସନ ଫିଲ୍ଡରେ ପାଦ ରଖିବି, କିନ୍ତୁ ବର୍ତ୍ତମାନ ଏଥିପାଇଁ ସମୟ ଲାଗିବ

ଛୋଟ ପୁଅକୁ ନେଇ ଏହା କହିଲେ :-

ସେ ଏହା ମଧ୍ୟ କହିଛନ୍ତି କି ସେ ପ୍ରଥମେ ତାଙ୍କ ଫ୍ୟାମିଲିକୁ ଟାଇମ ଦେବାକୁ ଚାହୁଁଛନ୍ତି । ସେ କହିଛନ୍ତି କି ତାଙ୍କ ଛୋଟ ପୁଅ ବର୍ତ୍ତମାନ କ୍ଲାସ ୧୧ ରେ ପଢୁଛି । ବର୍ତ୍ତମାନ ଛୋଟ ପୁଅ ପାଇଁ ବହୁତ କିଛି କରିବାର ଅଛି । ତାର ଭବିଷ୍ୟତକୁ ନେଇକି ମଧ୍ୟ ପ୍ଲାନ କରିବାର ଅଛି । ସେ କହିଛନ୍ତି କି ଯେତେବେଳେ ସବୁ ଜିନିଷ ଠିକ ହେଇଯିବ ତ ସେ ଡ଼ାଇରେକ୍ସନ ର ଦିଗକୁ ଧ୍ୟାନ ଦେବେ । ସେ କହିଛନ୍ତି କି – ସବୁକିଛି କୁ ଏକ ସକାରାତ୍ମକ ଢଙ୍ଗରେ ଗ୍ରହଣ କରାଯିବା ଉଚିତ୍,କୌଣସି କାମ କରିବାକୁ ନା କହିବା ଉଚିତ୍ ନୁହେଁ । ସେ କହିଛନ୍ତି ଯେ ସେ ନିର୍ଦ୍ଦେଶନା ଦେବାକୁ ଆଗ୍ରହୀ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ।

ଓଟିଟି ରେ ମଧ୍ୟ ଦେଖାଗଲା ଟ୍ୟାଲେଣ୍ଟ :-

ଆପଣଙ୍କୁ କହିରଖୁଛୁ କି ମାଧୁରୀ ଦୀକ୍ଷିତ ଓଟିଟି ରେ ଡେବୁ କରିସାରିଛନ୍ତି । ସେ କରନ ଜୋହାରଙ୍କ ୱେବ ସିରିଜ ଦ ଫେମ ଗେମ ରେ କାମ କରିଥିଲେ । ଏହି ସିରିଜ ରେ ମାଧୁରୀଙ୍କ କାମକୁ ପସନ୍ଦ କରାଯାଇଥିଲା । ଏଥିରେ ଜଣେ ହିରୋଇନ ବ୍ୟକ୍ତିଗତ ଆଉ ବୃତ୍ତିଗତ ଜୀବନର ସମସ୍ତ ବିଷୟକୁ ଭଲଭାବରେ ଦେଖାଯାଇଛି ।

ଆପଣଙ୍କୁ କହିରଖୁଛୁ କି ମାଧୁରୀ ଦୀକ୍ଷିତ ଫିଲ୍ମ ଅବୋଧ ରୁ ବଲିଉଡରେ ପାଦ ରଖିଥିଲେ । ଏହି ଫିଲ୍ମ ସୁପରଫ୍ଲପ୍ ପ୍ରମାଣିତ ହୋଇଥିଲା । ଏହା ପରେ ସେ ଆଉ କିଛି ଫିଲ୍ମ ରେ କାମ କଲେ କିନ୍ତୁ କିଛି ସଫଳତା ମିଳିଲା ନାହିଁ । ଅଶୀ ଦଶକରେ ତାଙ୍କ ଫିଲ୍ମ ତେଜାବ ଆସିଲା,ଯାହା ତାଙ୍କୁ ରାତାରାତି ଷ୍ଟାର କରିଦେଲା । ଏହି ଚଳଚ୍ଚିତ୍ର ପରେ ମାଧୁରୀ କେବେ ପଛକୁ ଚାହିଁ ନଥିଲେ । ତାଙ୍କ କାର୍ଯ୍ୟ ବିଷୟରେ କଥା ହେବା,ତ ତାଙ୍କର ଚଳଚ୍ଚିତ୍ର ‘ମଜା ମା’ର ସୁଟିଂ ପ୍ରାୟ ସମାପ୍ତ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି କେବଳ ଓଟିଟି ରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *