ବିନା ରଙ୍ଗରେ କଳା ହୋଇଯିବ ଧଳା କେଶ,କେବଳ ରୋଷେଇ ଘରେ ରଖାଯାଇଥିବା ଏହି ୩ଟି ଜିନିଷ ବ୍ୟବହାର କରନ୍ତୁ ।

ବଢୁଥିବା ବୟସ, ପରିବେଶ ପ୍ରଦୂଷଣ, ଭୁଲ ଖାଦ୍ୟ ଏବଂ ରାସାୟନିକ ଯୁକ୍ତ ହେୟାର ପ୍ରଡ଼କ୍ସନ ଇତ୍ୟାଦି ହେତୁ ଧଳା ବାଳ ଶୀଘ୍ର ହୋଇଯାଏ | ଏହି ଧଳା କେଶଗୁଡ଼ିକ ଆମର ସୌନ୍ଦର୍ଯ୍ୟରେ ଦାଗ ଲଗେଇଦିଏ | ଏମିତିରେ ଲୋକ ତାଙ୍କୁ କଳା କରିବା ପାଇଁ ଅନେକ ଚେଷ୍ଟା କରନ୍ତି | ପ୍ରାୟତଃ ଲୋକମାନେ ରଙ୍ଗର ବ୍ୟବହାର କରନ୍ତି | ଯଦିଓ ଏହି ରଙ୍ଗ ଦେହ ପାଇଁ ଭଲ ହୋଇନଥାଏ | ଏଥିରେ ଅନେକ କେମିକାଲ ରହିଥାଏ ଯାହା ଆପଣଙ୍କ ଚୁଟି ଏବଂ ତ୍ୱଚା କୁ କ୍ଷତି ପହଞ୍ଚାଇ ଥାଏ |

ଏମିତିରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯେ କିପରି ପ୍ରାକୃତିକ ଉପାୟରେ ଧଳା କେଶକୁ ଆପଣ କଳା କରିବେ | ଏହି ଉପଚାରଗୁଡ଼ିକ କେବଳ ଅର୍ଥନୈତିକ ନୁହେଁ ବରଂ ଏହାର କୌଣସି ସାଇଦେଫେକ୍ଟ ମଧ୍ୟ ନାହିଁ | ବରଂ ଏହା ଆପଣଙ୍କ କେଶକୁ କଳା କରିବା ସହିତ ଏହା ହେଲଦି ମଧ୍ୟ ହୋଇଯିବ |

କଫି :-

ଆପଣ ନିଶ୍ଚୟ ଦେଖିଥିବେ ଯେ ଅଧିକାଂଶ ଲୋକ ନିଜ କେଶରେ ମେହେନ୍ଦି ଲଗାନ୍ତି | କିନ୍ତୁ ଏହା ଦ୍ୱାରା ଧଳା କେଶ କଳା ନୁହେଁ ବରଂ ଲାଲ ହୋଇଯାଏ | ଏମିତିରେ, ଆପଣ କଫି ବ୍ୟବହାର କରି ଏହି ଲାଲ ରଙ୍ଗକୁ କଳା କରିପାରିବେ | ଆପଣଙ୍କୁ କେବଳ ଏକ ପାତ୍ର ନେଇ ସେଥିରେ ଏକ କପ୍ ପାଣି ଏବଂ ଏକ ଚାମଚ କଫି ପାଉଡର ଢାଳନ୍ତ| ଯେତେବେଳେ ଏହି ପାଣି ଥଣ୍ଡା ହୋଇଯାଏ, ସେଥିରେ ମେହେନ୍ଦି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ |

ଏହି ପେଷ୍ଟକୁ ଆପଣ ଗୋଟିଏ ଘଣ୍ଟା ପାଇଁ ଛାଡିଦିଅନ୍ତୁ । ଏହା ପରେ ଏଥିରେ ଅଲିଭ ଅୟଲ (Olive Oil) ମିଶେଇ ନିଅନ୍ତୁ ।

ବର୍ତ୍ତମାନ ଏହି ମିଶ୍ରଣକୁ କେଶରେ ଅଧ ରୁ ଏକ ଘଣ୍ଟା ଯାଏଁ ଲଗେଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ମୁଣ୍ଡ ଧୋଇ ନିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଧଳା କେଶ ନାଲି ଜାଗାରେ କଳା ହୋଇଯିବ । କଫିର ପ୍ରାକୃତିକ ରଙ୍ଗ (Natural Color) କେଶ କୁ କଲା କରିଦେବ ।

ଏଲୋବେରା ଜେଲ୍ :-

ଏଲୋବେରା ଜେଲ୍ ମଧ୍ୟ କେଶକୁ କଳା କରିବାର ଭଲ ଉପାୟ ଅଟେ । ଏହା କେଶର ମୂଳକୁ ମଜବୁତ କରିବାର କାମ ମଧ୍ୟ କରିଥାଏ । ଯଦିଓ ଏଲୋବେରା ଜେଲ ରୁ ଆପଣ ଆରମ୍ଭ ହେଉଥିବା ଧଳା କେଶରୁ ମୁକ୍ତି ପାଇପାରବେ । ଅର୍ଥାତ ଏହା ଅଳ୍ପ କିଛି କେଶ କଳା କରିଦେବ । ତେଣୁ ଯଦି ଆପଣଙ୍କର ଧଳା ବାଳ କେବଳ ଆରମ୍ଭ ହିଁ ହେଉଛି, ତେବେ ଏହି ଉପାୟର ବ୍ୟବହାର କରାଯାଇପାରିବ ।

ଏହି ଉପାୟ ପାଇଁ ଆପଣ ଗୋଟିଏ ପାତ୍ର ରେ ଏଲୋବେରା ଜେଲ ନିଅନ୍ତୁ । ଏହାକୁ ଆପଣ ବଜାରରୁ ମଧ୍ୟ ନେଇପାରିବେ କିମ୍ବା ସିଧାସଳଖ ଗଛରୁ ମଧ୍ୟ ନେଇପାରିବେ । ଏହି ଏଲୋବେରା ଜେଲ ରେ ଆପଣଙ୍କୁ ଲେମ୍ବୁ ରସ ମିଶାଇବାକୁ ହେବ । ଏହି ପୋଷ୍ଟକୁ କିଛି ଘଂଟା କେଶରେ ଲଗାନ୍ତୁ ଆଉ ପୁଣି ପାଣିରେ ଧୋଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ କି ଏମିତି ଆପଣ ସପ୍ତାହରେ କେବଳ ଥରେ ହିଁ କରନ୍ତୁ ।

କରି ପତ୍ର :-

କରି ପତ୍ର ନା କେବଳ ଖାଦ୍ୟର ସ୍ୱାଦ ବଢ଼େଇଥାଏ ବରଂ କେଶକୁ କଳା ମଧ୍ୟ କରିଥାଏ । ଏହି କେଶର ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହି ଉପାୟ ପାଇଁ ଆପଣ କରି ପତ୍ରକୁ ଭଲଭାବରେ ପେଶୀ ଦିଅନ୍ତୁ । ବର୍ତ୍ତମାନ ଏଥିରେ ୨ଚାମଚ ବ୍ରାହ୍ମୀ ପାଉଡର ମିଶାନ୍ତୁ । ଏଥିରେ ଟିକେ ପାଣି ଦେଇ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ ।

ବର୍ତ୍ତମାନ ଏହି ପେଷ୍ଟକୁ କେଶରେ ଲଗାନ୍ତୁ । ଗୋଟିଏ ଘଂଟା ଏମିତି ହିଁ ଛାଡି ଦିଅନ୍ତୁ । ତାପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ । ଆପଣଙ୍କୁ ଶୀଘ୍ର ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହାଦ୍ୱାରା ଆପଣଙ୍କ କେଶ କଳା ଆଉ ଘନ ଉଭୟ ହେବ ।

Leave a Reply

Your email address will not be published. Required fields are marked *