Water Sprinkler Fan ଯଦି ଆପଣ କିଣି ଦେଇଛନ୍ତି ତେବେ AC ର ନାହିଁ ଆବଶ୍ୟକତା, ଜାଣନ୍ତୁ ଏହି ପଙ୍ଖାର ବିଶେଷତା।:-

ଯଦି ଆପଣ ୱାଟର ସ୍ପ୍ରିଂକଲର ଫ୍ୟାନ କିଣିଛନ୍ତି, ତେବେ ଆପଣଙ୍କୁ ଆଉ ଏସିର ଆବଶ୍ୟକତା ପଡିବ ନାହିଁ କାରଣ ଏହି ଫ୍ୟାନ ଭଲ ପବନ ଦେବା ସହ ବଜେଟରେ ମଧ୍ୟ ଆସିଯାଏ।

ଉତାପରୁ ରକ୍ଷା ପାଇବା ପାଇଁ ଏସି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ, କିନ୍ତୁ ପ୍ରତ୍ୟକ ଲୋକ ଏସି କିଣିବାପାଇଁ ସକ୍ଷମ ନୁହନ୍ତି। ଆଜିକାଲି ଟେକ୍ନୋଲୋଜି ଅନେକ କ୍ଷେତ୍ରରେ ବୃଦ୍ଧି ପାଇଲାଣି। ବଜାରରେ ଏପରି ଜିନିଷ ମଧ୍ୟ ଉପଲବ୍ଧ, ଯାହା ଅତି କମ ଟଙ୍କାରେ ଏସି ପରି ଭଲ ପବନ ଦେଇଥାଏ।

ଆମ ସମସ୍ତଙ୍କର ଘରେ ଫ୍ୟାନ ଅଛି। କିନ୍ତୁ ଆପଣ କେବେ ଥଣ୍ଡା ପାଣି ସ୍ପ୍ରେ କରୁଥିବା ଫ୍ୟାନ ଦେଖିଛନ୍ତି କି। ଯଦି ଆପଣ ଏପର୍ଯ୍ୟନ୍ତ ଏପରି ଫ୍ୟାନ ଦେଖିନାହାନ୍ତି ତେବେ ଏହି ପୋଷ୍ଟଟି କେବଳ ଆପଣଙ୍କ ପାଇଁ। ଆଜି ଆମେ ଆପଣଙ୍କୁ ଏପରି ଏକ ଫ୍ୟାନ ବିଷୟରେ କହିବାକୁ ଯାଉଛୁ ଯାହା ଏସି ପରି ଥଣ୍ଡା ପବନ ଦେଇଥାଏ।

ଯଦି ଆମେ ଏହି ଫ୍ୟାନ ବିଷୟରେ କଥା ହେବା ତେବେ ଏହି ଫ୍ୟାନର ମୂଲ୍ୟ ଏତେ କମ ଯେ ଏହାକୁ ଯେକୌଣସି ଲୋକ ଅତି ସହଜରେ କିଣିପାରିବେ। ଏହି ଫ୍ୟାନ ଟି ଅନ୍ୟ ଫ୍ୟାନ ଅପେକ୍ଷା ଅଲଗା ଅଟେ। ଏହା ପାଣି ସ୍ପ୍ରେ କରିବା ସହ ଥଣ୍ଡା ପବନ ଦେଇଥାଏ। ଏହି ପରି ଫ୍ୟାନ ଭଲ ଥଣ୍ଡା ପବନ ପ୍ରବାହ ଦେଇଥାନ୍ତି। ଏହି ଫ୍ୟାନ ଗୁଡିକୁ ୱାଟର ସ୍ପ୍ରିଂକଲର କୁହାଯାଏ।

ଏହି ଫ୍ୟାନ ଥଣ୍ଡା ପାଣି ସହ ପବନ କୁ ମିଶ୍ରଣ କରି ସ୍ପ୍ରେ କରିଥାଏ ଯାହା ଫଳରେ ବହୁତ ଥଣ୍ଡା ଲାଗିଥାଏ। ବିବାହ ଏବଂ ବଡ ବଡ ପାର୍ଟିରେ ଏହିପରି ଫ୍ୟାନ ଆପଣ ନିଶ୍ଚୟ ଦେଖିଥିବେ।

ଏହି ଫ୍ୟାନ ପାଣି ସ୍ପ୍ରେ କରି ଗରମ ପବନକୁ ଥଣ୍ଡା ପବନରେ ପରିଣତ କରିଥାଏ। ଏହା ଉଭୟ ଘରେ ଏବଂ ବାହାରେ ଲାଗିପାରିବ। ଏହି ଫ୍ୟାନ ଗୁଡିକ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଏବଂ ଆକର୍ଷକ। ଗରମରୁ ରକ୍ଷା ପାଇବା ପାଇଁ ଆପଣ ଏହାକୁ ପ୍ରତିଦିନ ବ୍ୟବହାର କରିପାରିବେ। ଏହିପରି ଏକ ୱାଟର ସ୍ପ୍ରିଂକଲର ଫ୍ୟାନ କାମ କରେ।

ଏହି ଫ୍ୟାନ ପାଣି ଟ୍ୟାପ ସହିତ ସଂଯୁକ୍ତ। ଏହି ଫ୍ୟାନରେ ଛୋଟ ଛୋଟ ଛିଦ୍ର ଅଛି। ଯେତେବେଳେ ଆପଣ ପାଣି ଟ୍ୟାପ ଅନ କରିବା ସହ ଫ୍ୟାନର ସୁଇଚ ମଧ୍ୟ ଅନ କରନ୍ତି ସେତେବେଳେ ଏହା ପାଣି ସ୍ପ୍ରେ କରିବା ସହ ଥଣ୍ଡା ପବନ ଦେଇଥାଏ।

ଏହି ଫ୍ୟାନରେ ଉଚ୍ଚମାନର ମୋଟର କନେକ୍ସନ ହୋଇଛି ଯେଉଁଥିପାଇଁ ଏହି ଫ୍ୟାନ ହାଇ ସ୍ପୀଡ଼ରେ ବୁଲେ। ଏହି କାରଣରୁ ଥଣ୍ଡା ପାଣି ସ୍ପେ କରିବା ସହ ଏହି ଫ୍ୟାନ ଭଲ ଥଣ୍ଡା ପବନ ଦେଇଥାଏ। ଆପଣ ଯେତିକି ଚାହିଁବେ ଫ୍ୟାନର ପବନକୁ ଆଡ଼ଜଷ୍ଟ କରିପାରିବେ।

ଏପରି କିଣନ୍ତୁ ୱାଟର ସ୍ପ୍ରିଂକଲର ଫ୍ୟାନ।

ଯଦି ଆପଣ ଏହି ଫ୍ୟାନ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ସହଜରେ ଏହି ଫ୍ୟାନକୁ ଇକମର୍ସ ୱେବସାଇଟରୁ କିଣିପାରିବେ। ଫ୍ଲିପକାର୍ଟ ଏବଂ ଆମାଜନରେ ଏହି ଫ୍ୟାନ ଉପଲବ୍ଧ, ସେଠାରୁ ଆପଣ ସହଜରେ କିଣିପାରିବେ।

ଏହି ଫ୍ୟାନ ଆମାଜନରେ 4,197 ଟଙ୍କା ଦେଖାଉଅଛି ଯାହା ରିହାତି ପରେ ମାତ୍ର 2,587 ଟଙ୍କା ହୋଇଯାଉଛି। ଏହି ଫ୍ୟାନ ସହିତ ଆପଣ ଏହାର ସମସ୍ତ ଜିନିଷ ଏବଂ ମାନୁଆଲ ଗାଇଡ଼ ମଧ୍ୟ ପାଇବେ। ଏହାକୁ ଆପଣ କିପରି କନେକ୍ସନ କରି ବ୍ୟବହାର କରିବେ ସେ ବିଷୟରେ ସେଥିରେ ଲେଖାଥିବ।

Leave a Reply

Your email address will not be published. Required fields are marked *