କିଏ ଗିଟାର ବଜାଉଛି ତ ଆଉ କିଏ କୁକିଙ୍ଗ,ଫ୍ରି ଟାଇମ୍ ରେ ଏମିତି ନିଜ ସଉକ ପୁରା କରୁଛନ୍ତି ଏହି ୫ ଜଣ ଟପ ହିରୋଇନ !

ବଲିଉଡର ହିରୋଇନମାନେ ନିଜ କାମରେ ବହୁତ ବ୍ୟସ୍ତ ରହୁଛନ୍ତି । ତାଙ୍କ ପାଖରେ ନିଜ ପାଇଁ ମଧ୍ୟ ସମୟ ବାହାର କରିବା ବହୁତ ମୁସ୍କିଲ୍ ହୋଇଯାଏ । ସୁଟିଙ୍ଗ ପାଇଁ କେବଳ ଦେଶରେ ନୁହେଁ ପୁରା ଦୁନିଆର ଚକ୍କର ଲଗେଇଥାନ୍ତି । ଅନେକ ଥର ଏମିତି ହୋଇଥାଏ କି ତାଙ୍କ ପାଖରେ ବ୍ୟକ୍ତିଗତ ଜୀବନରେ ନିଜ ସଉକ ପାଇଁ ଟାଇମ ନଥାଏ । ଏମିତି ନୁହେଁ କି ସେ ଅନେକ ସଉକ ରଖନ୍ତି ନାହିଁ ।

ବଲିଉଡର ବଡ଼ ବଡ଼ ହିରୋଇନମାନଙ୍କୁ ଅଭିନୟ ବ୍ୟତୀତ ମଧ୍ୟ ଅନେକ ସଉକ ଅଛି । ସେ ଯେତେବେଳେ ଫ୍ରି ଟାଇମ୍ ରେ ଥାଆନ୍ତି ତ ନିଜ ସଉକ ଜରୁର ପୁରା କରନ୍ତି । ଆମେ ଆପଣଙ୍କୁ ଟପ ଅଭିନେତ୍ରୀମାନଙ୍କ ସଉକ ବିଷୟରେ କହୁଛୁ ଯାହା ସେ ଫ୍ରି ସମୟ ମିଳିବା କ୍ଷଣି ପୁରା କରିବାରେ ଲାଗିଯାନ୍ତି ।

କ୍ୟାଟ୍ରିନା କୈଫ :-

ସର୍ବପ୍ରଥମେ ଆମେ ଆପଣଙ୍କୁ ବଲିଉଡର ଟପ ହିରୋଇନ କ୍ୟାଟ୍ରିନା କୈଫଙ୍କ ବିଷୟରେ କହୁଛୁ । ସେ ଲକ୍ଷ ଲକ୍ଷ ହୃଦୟର ସ୍ପଦନ ଅଟନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ସେ ଖାଲି ସମୟରେ କଣ କରନ୍ତି । ତାଙ୍କ ସଉକ ହେଉଛି ଗିଟାର ବଜେଇବା । ଆଜ୍ଞା ହଁ ସେ ଗିଟାରକୁ ପସନ୍ଦ କରନ୍ତି ।

ଯେତେବେଳେ କରୋନା ପୁରା ଦୁନିଆକୁ ବେହାଲ କରିଦେଇଥିଲା । ସେତେବେଳେ କ୍ବାରେଣ୍ଟାଇନ ଦିନରେ କ୍ୟାଟ୍ ଗିଟାର୍ ବଜେଇବା ଶିଖିଥିଲେ । ଏହାପରଠୁ ସେ ତାଙ୍କ ଖାଲି ସମୟରେ ଏହି ବାଦ୍ୟ ଯନ୍ତ୍ରକୁ ବଜେଇବାକୁ ଭୁଲନ୍ତି ନାହିଁ । ସେ ଗିଟାର୍ ବଜେଇବାର ଅଭ୍ୟାସ କରୁଥିବାର ନଜର ଆସନ୍ତି ।

ପ୍ରିୟଙ୍କା ଚୋପ୍ରା :-

ବର୍ତ୍ତମାନ ଅଭିନେତ୍ରୀ ବିଷୟରେ କହିବା କି ସେ ବର୍ତ୍ତମାନ ତ ନିକ ଜୋନ୍ସଙ୍କ ସହ ଆମେରିକାରେ ରୁହନ୍ତି କିନ୍ତୁ ଖାଲି ସମୟରେ ସେ କଣ କରନ୍ତି,ଆପଣଙ୍କୁ ଜଣା ଅଛି । ପ୍ରିୟଙ୍କାଙ୍କର ଅନେକ ସଉକ ଅଛି ଯାହାକୁ ସେ ଫ୍ରି ଟାଇମ ରେ ପୁରା କରନ୍ତି । ଏଥି ମଧ୍ୟରେ ସିଙ୍ଗିଙ୍ଗ ମଧ୍ୟ ଗୋଟିଏ ।

ସେ ଖାଲି ସମୟରେ ଗୀତ ଗାଆନ୍ତି । ଏତିକି ନୁହେଁ ତାଙ୍କୁ ଫୋଟୋ ଉଠେଇବା ମଧ୍ୟ ପସନ୍ଦ । ଏହା ବ୍ୟତୀତ ପ୍ରିୟଙ୍କାଙ୍କୁ ବହି ପଢିବାକୁ ମଧ୍ୟ ବହୁତ ଭଲ ଲାଗେ । ଯେତେବେଳେ ବି ତାଙ୍କୁ ଖାଲି ସମୟ ମିଳେ,ସେ ତାଙ୍କ ସଉକ ପୁରା କରିବାରେ ଲାଗିଯାନ୍ତି ।

ବିଦ୍ୟା ବାଲନ :-

ଡାର୍ଟ ପିକ୍ଟର ଫିଲ୍ମରୁ ଦର୍ଶକମାନଙ୍କ ହୃଦୟରେ ରାଜ୍ କରୁଥିବା ବିଦ୍ୟା ବାଲନଙ୍କ ସଉକ ହେଉଛି ବଡ଼ ଅଜବ । ଆଜ୍ଞା ହଁ ତାଙ୍କୁ ଯେତେବେଳେ ବି ଖାଲି ସମୟ ମିଳେ,ସେତେବେଳେ ସେ ଲୋକମାନଙ୍କର ମିମିକ୍ରି କରିବାରେ ଲାଗିଯାନ୍ତି । ଏହା ତାଙ୍କର ପିଲାଦିନର ସଉକ ଅଟେ ଯାହାକୁ ସେ ଖାଲି ସମୟରେ ପୁରା କରନ୍ତି ।

ଏହା ବ୍ୟତୀତ ବି ବିଦ୍ୟା ବାଲନଙ୍କୁ ଲେଖିବା ବହୁତ ପସନ୍ଦ । ସେ ତାଙ୍କ କବିତା ଲେଖନ୍ତି । ସେ ଖାଲି ସମୟରେ କବିତା ଲେଖିକରି ତାଙ୍କ ନିକଟତର ଲୋକ ମାନଙ୍କୁ ଦେଖେଇବା ବି ପସନ୍ଦ କରନ୍ତି । ଅନେକ ଥର ସେ ତାଙ୍କ ଟ୍ୟାଲେଣ୍ଟ ପାଇଁ ତାରିଫ ମଧ୍ୟ ପାଇସାରିଛନ୍ତି ।

କଙ୍ଗନା ରନୌତ୍ :-

ବର୍ତ୍ତମାନ ଆପଣଙ୍କୁ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନା ରନୌତ୍ ଙ୍କର ସୂଚନା ଦେଉଛୁ । ତାଙ୍କର ମଧ୍ୟ ସଉକ ଅନନ୍ୟ ଅଟେ । ଯେତେବେଳେ ବି ସେ ଫ୍ରି ହୁଅନ୍ତି ସେତେବେଳେ ସେ କୁକିଙ୍ଗ କରିବାକୁ ଲାଗିଯାନ୍ତି । ତାଙ୍କୁ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ବହୁତ ପସନ୍ଦ । ଏହା ସହିତ ହିଁ କଙ୍ଗନାଙ୍କୁ ଭୂତ ଫିଲ୍ମ ଦେଖିବା ବହୁତ ପସନ୍ଦ । ଖାଲି ସମୟରେ ସେ କ୍ଳସିକାଲ ଫିଲ୍ମ ମଧ୍ୟ ଦେଖନ୍ତି ।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ;-

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ସଉକ ର ମାମଲା ରେ ଅନ୍ୟ ହିରୋଇନ୍ମାନଙ୍କଠାରୁ କମ୍ ନୁହଁନ୍ତି । ଯେତେବେଳେ ବି ସେ ଫ୍ରି ଥାନ୍ତି ,ସେ ନିଜର ଅନେକ ସଉକକୁ ପୂରଣ କରିବାକୁ ଚେଷ୍ଟା କରନ୍ତି । ଜ୍ୟାକଲିନ୍ ତାଙ୍କ ଖାଲି ସମୟରେ ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି । ଏହା ସହିତ ସେ ଘୋଡା ଚଲେଇବାକୁ ମଧ୍ୟ ବହୁତ ଭଲ ପାଆନ୍ତି । ଅଭିନେତ୍ରୀ ଘୋଡା ଚଢିବା ଶିଖୁଛନ୍ତି ।ଏଥି ସହିତ, ସେ ଖାଲି ସମୟରେ ବହି ପଢିବାକୁ ମଧ୍ୟ ଉପଭୋଗ କରନ୍ତି ।

Leave a Reply

Your email address will not be published. Required fields are marked *