ସମୁଦ୍ରରେ ଭାସି ଆସିଲା ସୁନା ରଥ …….

ବନ୍ଧୁଗଣ ପୃଥିବୀର ପ୍ରତିଟି କୋଣ ଅନୁକୋଣରେ ଥିବା ପ୍ରତିଟି ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ସହିତ କୌଣସି ବି ସାଧାରଣ କିମ୍ବା ଗୁରୁତ୍ବପୂର୍ଣ୍ଣ ଘ-ଟ-ଣା ସମ୍ପର୍କରେ ବହୁ ଅଳ୍ପ ସମୟ ମଧ୍ୟରେ ଆମେ ଅବଗତ ହୋଇ ପାରୁଛୁ । ଆଉ ଏ ଦିଗରେ ସୋସିଆଲ ମିଡ଼ିଆ ଏକ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରୁଛି । ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆକୁ ବହୁତ ପରିମାଣରେ ବ୍ୟବହାର କରୁଛନ୍ତି ।

ତେବେ ଏହି ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣର ଖବର ଓ ଅନେକ ଘଟ-ଣାର ଜୀବନ୍ତ ଦୃ-ଶ୍ୟ ସଙ୍ଗେ ସଙ୍ଗେ ଜଣା ପଡ଼ିଯାଏ । ତେବେ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ରହିଛି ତାହା ହେଉଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଉପକୁଳକୁ ଭାସି ଆସିଲା ଏକ ସୁନେଲି ମନ୍ଦିର । ଏହା ଏକ ମନ୍ଦିର ଚୁଡା ବା ରଥ ସଦୃଶ ହୋଇଛି । ବାହାର ଦେଶରରୁ ଏହା ଭାସି ଆସିଥିବା ଅନୁମାନ କରାଯାଉଛି । ମାଲେସିଆରୁ ଭାସି ଆସିଥିବା ଚର୍ଚ୍ଚା ହେଉଛି । ଏହି ରଥକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଏପଟେ ପ୍ରଶାସନ ପକ୍ଷରୁ ଉପରିସ୍ଥ ଅଧିକାରୀ ସୂଚନା ଦିଆଯାଇଛି । ଗୁଇନ୍ଦା ବିଭାଗକୁ ନେଇ ମଧ୍ୟ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ ଡଙ୍ଗା ଭାସି ଆସି ଥିବା ଦେଖିବାକୁ ମିଳିଛି । ଏଥିରେ ଥାଇ ବା ମଲେଶିୟା ଭାଷାରେ କିଛି ଲେଖା ହୋଇଥିବା ସହ ବୁଦ୍ଧ କଳାକୃତି ଥିବାର ଦେଖିବାକୁ ମିଳିଛି । ତେଣୁ ସମ୍ଭବତଃ ଏହା ଥାଇଲ୍ଯାଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଇଛି ।

ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ ଡଙ୍ଗାଟିକୁ ଜ-ବ-ତ କରାଯାଇ ତ-ଦ-ନ୍ତ ଆରମ୍ଭ ହୋଇଛି । ପ୍ରକୃତରେ ତାହା ସୁନାରେ ଛାଉଣୀ କି ନାହିଁ ତାହା ପର ମୁହୂର୍ତ୍ତରେ ଜଣା ପଡ଼ିବ । ଅନ୍ୟପଟେ, ସାନ୍ତାବୋମଲି ତହସିଲଦାର କହିଛନ୍ତି ଯେ, ଏହି ରଥ ଅନ୍ୟ ଦେଶରୁ ଆସିଥିବା ସମ୍ଭାବନା କମ୍ । ତହସିଲଦାର କହିଛନ୍ତି ଯେ ଏହି ରଥଟି ଭାରତୀୟ ଉପକୂଳରେ କୌଣସି ଚଳଚ୍ଚିତ୍ର ସୁଟିଂ ପାଇଁ ବ୍ୟବହୃତ ହୋଇ ଥାଇପାରେ, କିନ୍ତୁ ଉଚ୍ଚ ଜୁଆର କାରଣରୁ ଏହା ଭାସିଆସି ଶ୍ରୀକାକୁଲମ୍ କୂଳରେ ଲାଗିଥାଇପାରେ ।

Leave a Reply

Your email address will not be published. Required fields are marked *