ଯଦି ଘରେ ରହିଛି ଏହି ୬ଟି ଜିନିଷ, ତେବେ ମିଳିବ ନାହିଁ ଆପଣଙ୍କୁ ମାଗଣା ରାସନ !

ଯଦି ଆପଣ ରାସନ ନିଅନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର ଉପଯୋଗୀ। ବାସ୍ତବରେ, ସରକାର ରାସନକାର୍ଡ ଉପରେ ନୂଆ ନିୟମ କରିଛନ୍ତି। ବର୍ତମାନ ଯଦି ଆପଣ ଏହି ମିୟମକୁ ଅନୁସରଣ କରୁନାହାନ୍ତି ତେବେ ଆପଣଙ୍କ ରାସନ ବନ୍ଦ ହୋଇପାରେ ଏବଂ ରାସନ କାର୍ଡ ଆପଣଙ୍କୁ ଫେରାଇବାକୁ ପଡିବ। ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କ ଉପରେ 27 ଟଙ୍କା କିଲୋ ଗହମ ହିସାବରେ ପେନାଲଟି ଚାର୍ଜ ଲାଗିପାରେ ଏବଂ ଏହା ସେବେଠାରୁ ଲାଗିବ ଯେବେଠାରୁ ଆପଣ ରାସନ ନେଉଛନ୍ତି। କେବଳ ଏତିକି ନୁହେଁ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ।

ଯଦି ଆପଣ ଗରିବ ରେଖାର ମାପଦଣ୍ଡରେ ନ ଆସନ୍ତି ଏବଂ ଘରେ ସବୁ ସୁଖ ଥାଇ ମଧ୍ୟ ଆପଣ ରାସନ ନେଉଛନ୍ତି , ଘରେ କୌଣସି ସଦସ୍ୟ ସରକାରୀ ଚାକିରୀରେ ଅଛନ୍ତି ଏବଂ ଆପଣଙ୍କ ମାସିକ ଆୟ 3000 ଟଙ୍କାରୁ ଅଧିକ ଏବଂ APL ପାଇଁ ପାରିବାରିକ ଆୟ 10 ହଜାର ଟଙ୍କା ମାସିକରୁ ଅଧିକ ହେବା ସହ ଯଦି ସଦସ୍ୟଙ୍କ ପାଖରେ ଏକରୁ ଅଧିକ ରାସନ କାର୍ଡ ଅଛି ତେବେ ଆପଣଙ୍କୁ ରାସନ କାର୍ଡ ସରେଣ୍ଡର କରିଦେବା ଉଚିତ।

କରୋନା ସମୟରେ ଭାରତ ସରକାର ଦରିଦ୍ର ଲୋକ ଏବଂ ମଧ୍ୟମ ବର୍ଗ ଲୋକଙ୍କ ପାଇଁ ଫ୍ରି ରାସନ ଦେବାର ବ୍ୟବସ୍ଥା କରିଥିଲେ ଯାହା ଏବେ ମଧ୍ୟ ଚାଲୁଅଛି କିନ୍ତୁ ଏହି ବ୍ୟବସ୍ଥା ଚାଲିବା ସହ କିଛି ସର୍ତ ବଦଳିଯାଇଛି ଯେଉଁଥିରେ ରାସନ କାର୍ଡ ସରେ-ଣ୍ଡର କରିବାକୁ କୁହାଯାଉଛି। ଯଦି ଆପଣ ଏହି ନିୟମକୁ ପାଳନ ନକରନ୍ତି ତେବେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆପଣଙ୍କ ଠାରୁ ପେନାଲଟି ଚା-ର୍ଜ ନିଆଯିବ।

ସରକାର ଏପରି ଖବର ପାଉଛନ୍ତି ଯେ ଯେଉଁମାନେ ରାସନ ପାଇବା ପାଇଁ ଯୋଗ୍ୟ ନୁହନ୍ତି ସେମାନେ ମଧ୍ୟ ରାସନ ପାଉଛନ୍ତି ଏବଂ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଯୋଗ୍ୟ ଆଟନ୍ତି କିନ୍ତୁ ତଥାପି ରାସନ ପାଉନାହାନ୍ତି। ସେଥିପାଇଁ ଏହି ଖବରକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏହି ଲୋକମାନେ ରାସନ ନେବା ପାଇଁ ଯୋଗ୍ୟ ନୁହନ୍ତି।

ଯେଉଁ ପରିବାର ପାଖରେ ମୋଟରକାର, ଟ୍ରାକ୍ଟର, ଏସି, 5କେଭି କିମ୍ଭା ଅଧିକ କ୍ଷମତା ବିଶିଷ୍ଠ ଜେନେରେଟର, 100 ବର୍ଗ ମିଟର ର ଫ୍ଲାଟ କିମ୍ବା କୋଠାଘର, ପାଂଚ ଏକରରୁ ଅଧିକ ଜମି, ଏକରୁ ଅଧିକ ଅ-ସ୍ତ୍ରଶ-ସ୍ତ୍ର ଲାଇ-ସେନ୍ସ, ଆୟକରଦାତା, ଗାଁରେ ପରିବାରର ଆୟ ବର୍ଷକୁ 2 ଲକ୍ଷ ଟଙ୍କା ଏବଂ ସହରରେ ପରିବାରର ଆୟ ବର୍ଷକୁ 3 ଲକ୍ଷ ଟଙ୍କା ଅଟେ ତେବେ ସେହିମାନଙ୍କୁ ନିଜର ରାସନକାର୍ଡ କୁ ତହସିଲରେ କିମ୍ବା ଡ଼ିଏମଓ କାର୍ଯ୍ୟାଳୟରେ ସରେ-ଣ୍ଡର କରିଦେବା ଉଚିତ। ଅଧିକାରୀଙ୍କ ଅନୁଯାୟୀ ଯଦି ରାସନକାର୍ଡ ସରେ-ଣ୍ଡର ନକରାଯାଏ ତେବେ ସେମାନଙ୍କ ପ୍ରତି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ଏବଂ ଯେବେଠାରୁ ରାସନ ନେଉଛନ୍ତି ସେହି ହିସାବରେ ଟଙ୍କା ବସୁଲି କରାଯିବ।

ଏହି ଲୋକମାନେ ଅଟନ୍ତି ରାସନ ନେବା ଯୋଗ୍ୟ।

ଏପରି ଲୋକ ଯେଉଁମାନଙ୍କର ନିଜର ଘର ନାହିଁ କିମ୍ବା ଚାଳ ତଥା ଝୋପଡି ରେ ରୁହନ୍ତି ଏହା ସହିତ ଭିକ ମାଗୁଥିବା ଲୋକ, ମଜୁରିଆ ଲୋକ, ଇଟା ପଥର ଉଠାଉଥିବା ଶ୍ରମିକ, ଭୂମିହୀନ କୃଷକ, ଅଳିଆ ଉଠାଉଥିବା ଲୋକ, ରାଜ୍ୟ ସରକାରଙ୍କ ଦ୍ବାରା ଚିହ୍ନା ପ୍ରାପ୍ତ ପରିବାର ଏବଂ 2011 ର ଜନଗଣନାରେ ଚିହ୍ନିତ ହୋଇଥିବା ଗରିବ ପରିବାର ରାସନ ପାଇବା ପାଇଁ ଯୋଗ୍ୟ।

Leave a Reply

Your email address will not be published. Required fields are marked *