୬୦ ବର୍ଷୀୟ ବରକୁ ୨୫ ବର୍ଷୀୟା କନିଆ ଦେଖି ଭାବୁକ ହେଲେ ସିଙ୍ଗଲ ପୁଅ , କହିଲେ – ଘୋଡ଼ାକୁ ମିଳୁନାହିଁ ଘାସ , ଆଉ ଗଧ ଖାଉଛି ଚୱନପ୍ରାଶ :-

ଆପଣମାନେ ନିଶ୍ଚିତ ଶୁଣିଥିବେ ଯେ – ସବୁ ଯୋଡ଼ି ସ୍ୱର୍ଗରୁ ହିଁ ତିଆରି ହୋଇ ଆସିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଡ଼ି ଦେଖାଇବାକୁ ଯାଉଛୁ ଯାହା ଦେଖିବା ପରେ ଆପଣ ମାନେ ନିଶ୍ଚିତ ଭାବରେ କହିବେ ଯେ ‘ ଏହା ସ୍ଵର୍ଗରେ ନୁହେଁ ବରଂ ନର୍କରେ ତିଆରି ହୋଇଛି । ‘ ଆଜିକାଲିକା ଯୁବକ ମାନଙ୍କୁ ଭଲ ଗାର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀ ସହଜରେ ମିଳେନାହିଁ । ମାର୍କେଟରେ ଏତେ ପ୍ରତିଯୋଗିତା ଅଛି ଯେ ଗୋଟିଏ ଝିଅ ପଛରେ ୧୦ ପୁଅର ଲାଇନ ଲାଗିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଯୋଡ଼ି ଭାଇରଲ ହେଉଛି ଯାହାକୁ ଦେଖି ସିଙ୍ଗଲ ପୁଅମାନେ ଇର୍ଷାରେ ଜଳି ଯିବେ ।

ବୃଦ୍ଧ ବରକୁ ମିଳିଲା ଯୁବତୀ କନିଆ :-

ସାଧରଣତଃ ବର କନିଆ ମଧ୍ୟରେ ବୟସ ତାରତମ୍ୟତା ସାଧାରଣ ରହିଥାଏ । ପୁଣି ତାହା ୧ ରୁ ଆରମ୍ଭ ହୋଇ ପାଞ୍ଚ ବର୍ଷ କିମ୍ବା ତାଠାରୁ ଅଧିକ ୧୦ ବର୍ଷ ହୋଇପାରେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଯୋଡ଼ି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ବୟସ ମଧ୍ୟରେ ଅନ୍ତର ଅତିକମରେ ୩୫ ତ ନିଶ୍ଚିତ ଥିବ । ଯେଉଁଠି ବର ବୃଦ୍ଧ ଅଟେ ଏବଂ ବୟସ ୬୦ ବର୍ଷରୁ କମ ନୁହେଁ । କିନ୍ତୁ କନିଆର ବୟସ ପ୍ରାୟ ୨୫ ବର୍ଷ ବୋଲି ଅନୁମାନ ହେଉଛି ।

 

View this post on Instagram

 

A post shared by Bhutni_ke (@bhutni_ke_memes)

ତେବେ ଏହି ଯୋଡ଼ି ଦେଖି ଲୋକେ ନିଜ ଆଖି ଉପରେ ବି ବିଶ୍ୱାସ କରି ପାରୁ ନାହାଁନ୍ତି । ସେମାନଙ୍କ ବିବାହ ପରର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡ଼ିଓ ଦେଖି ଜଣା ପଡ଼ୁଛି ଯେ ବିବାହର ସବୁ ରୀତିନୀତି ଶେଷ ହୋଇଛି ଏବଂ କନିଆ ନିଜ ଶାଶୁ ଘରେ ବସିଛି । ଏଠାରେ କ୍ୟାମେରା ମ୍ୟାନ ପ୍ରଥମେ ବରକୁ ଦେଖାଇଛି ଏବଂ ତାପରେ କନିଆ ପାଖକୁ କ୍ୟାମେରା ନେଇଛି । ସେତେବେଳେ କନିଆ ଲାଜରେ ମୁଁହକୁ ଲୁ-ଚା-ଇ ଦେଇଛି । କିନ୍ତୁ ପରେ କନିଆର ମୁଁହ ସ୍ପଷ୍ଟ ଦେଖା ଯାଇଛି ।

ଏପରି ଯୋଡ଼ି ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ :-

ବର୍ତ୍ତମାନ ଏହି ବିଚିତ୍ର ଯୋଡ଼ିକୁ ଦେଖି ସିଙ୍ଗଲ ଲୋକେ ଭାବୁଛନ୍ତି ଯେ , ଏପରି ବ୍ୟକ୍ତିକୁ ଏତେ ସୁନ୍ଦର ଝିଅ ମିଳିଲା କିପରି । ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମ bhutni_ke_memes ନାମକ ପେଜରେ ସେୟାର କରାଯାଇଛି । ତେବେ ଏହି ଭିଡ଼ିଓ କେବେକାର ଏବଂ କେଉଁ ସ୍ଥାନର ଭିଡ଼ିଓ ତାହାର କୌଣସି ସୂଚନା ନାହିଁ । ଭିଡ଼ିଓରେ ଲୋକେ ଖୁବ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି ।

ଜଣେ ୟୁଜର ଲେଖିଛନ୍ତି ” ଘୋଡ଼ା ମିଳୁନି ଘାସ , ଆଉ ଗଧ ଖାଉଛି ଚୱନପ୍ରାଶ । ” ପୁଣି ଅନ୍ୟ ଏକ କମେଣ୍ଟରେ ଲେଖାଯାଇଛି ଯେ ” ହୁଏତ ଅଙ୍କଲଙ୍କର ସରକାରୀ ଚାକିରୀ ଅଛି କିମ୍ବା ତାଙ୍କ ପାଖରେ ବହୁତ ଟଙ୍କା ଥାଇପାରେ । ” ପୁଣି ଜଣେ କହିଛି ” ବିବାହ ପର୍ଯ୍ୟନ୍ତ ତ ଠିକ ଅଛି , କିନ୍ତୁ ବିବାହର ପ୍ରଥମ ରାତି କଥା ଭାବି ଟେନସନ ହେଉଛି । ” ଏହିପରି ଲୋକେ ଆହୁରି ଅନେକ ମଜାଦାର କମେଣ୍ଟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *