ଟିଭିର ଏହି ପ୍ରସିଦ୍ଧ ତାରକାମାନେ କରନ୍ତି ତାଙ୍କ ନିଜର ସାଇଡ ବିଜନେସ,ଅଭିନୟ ବ୍ୟତୀତ ମଧ୍ୟ ରୋଜଗାର କରୁଛନ୍ତି ଖୁବ ପଇସା ।

ଟିଭି ଦେଖିବା କାହାକୁ ବା ପସନ୍ଦ ନୁହେଁ ଖାସ କରି ସ୍ତ୍ରୀ ଲୋକମାନେ ନିଜର ଖାଲି ସମୟରେ ଟିଭିରେ ସିରିଏଲ ହିଁ ନିଶ୍ଚିନ୍ତ ଦେଖିଥାନ୍ତି । ପିଲା ଠାରୁ ନେଇକି ବଡ଼ମାନଙ୍କ ପର୍ଯ୍ୟନ୍ତଙ୍କୁ ଟିଭି ସିରିଏଲ ବହୁତ ଆକର୍ଷିତ କରି ଆସିଛି । ଆପଣ ମଧ୍ୟ ନିଜ ଜୀବନରେ ଅନେକ ଧାରାବାହିକକୁ ଦେଖି ଥିବେ ଆଉ ସେଥିରେ କାମ କରୁଥିବା ତାରକା ମାନଙ୍କୁ ପସନ୍ଦ ମଧ୍ୟ କରିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଟିଭି ତାରକାଙ୍କ ଲାଇଫ ଷ୍ଟାଇଲ କେତେ ବିଳାସପୂର୍ଣ ହୋଇଥାଏ ?

ଏତିକି ନୁହେଁ ବରଂ ଏହି ତାରକା ତାଙ୍କର ସର୍ବୋତ୍ତମ ଲାଇଫ ଷ୍ଟାଇଲ ବଞ୍ଚିବା ପାଇଁ ନା କେବଳ ଅଭିନୟ ବରଂ ଆଉ ବି ଅନେକ ସାଇଡ ବିଜନେସ ଆପଣେଇ ଥାନ୍ତି । ବାସ୍ତବରେ ଅଭିନୟ ଗୋଟିଏ ସମୟ ପର୍ଯ୍ୟନ୍ତ ହିଁ ସୀମିତ ରହିଥାଏ କିନ୍ତୁ ଯଦି ନିଜର ବିଜନେସ ଥିବ ତ ସେଥିରେ ନିଜର ଭବିଷ୍ୟତ ନିର୍ଭର କରିପାରେ । ଏମିତିରେ ଆମେ ଆପଣଙ୍କୁ ଏହି ପୋଷ୍ଟ ଜରିଆରେ ଟିଭିର ସେହି ପ୍ରସିଦ୍ଧ କଳାକାରମାନଙ୍କ ବିଷୟରେ କହିରଖୁଛୁ ଯେଉଁମାନେ କେବଳ ଅଭିନୟ ଉପରେ ହିଁ ସୀମିତ ନାହାନ୍ତି ବରଂ ପଇସା ରୋଜଗାର କରିବା ପାଇଁ ସେ ଆହୁରି ଅନେକ ବିଜନେସ ଆପଣେଇ ରଖିଛନ୍ତି ।

ଶବ୍ବୀର ଅହଲୁୱାଲିଆ :-

ଶବ୍ବୀର ଅହଲୁୱାଲିଆ ଟିଭି ଜଗତର ସବୁଠୁ ପ୍ରସିଦ୍ଧ ଅଭିନେତାମାନଙ୍କ ଲିଷ୍ଟ ରେ ସାମିଲ ଅଛନ୍ତି ଯିଏ କି ବହୁତ ଭଲ ପଇସା ରୋଜଗାର କରୁଛନ୍ତି । ଶବ୍ବୀରଙ୍କୁ ତାଙ୍କ ପରିଚୟ ଏକତା କପୁରଙ୍କ ଧାରାବାହିକ ‘କୁମକୁମ ଭାଗ୍ୟ ‘ ରୁ ମିଳିଛି । ଯଦିଓ ଏହା ପୂର୍ବରୁ ମଧ୍ୟ ସେ ଅନେକ ଧାରାବାହିକ ରେ କାମ କରିଛନ୍ତି କିନ୍ତୁ ତାଙ୍କୁ ଯେଉଁ ଲୋକପ୍ରିୟ ଟିଭି ସିରିଏଲ ଲୋକପ୍ରିୟତା ଦେଲା ତାକୁ ଆଉ କେଉଁ ବି ସିରିଏଲ ଦେଇନଥିଲା । କହିରଖୁଛୁ କି ଶବ୍ବୀରଙ୍କର ନିଜର ପ୍ରଡକ୍ସନ ହାଉସ ଅଛି ଯାହାର ନାମ ‘ପ୍ଲାଇଙ୍ଗ ଟର୍ଟଲ’ଅଟେ । ସେ ଏହାର ଫାଉଣ୍ଡର ଅଟନ୍ତି ଯାହା କି ଅନେକ ବଡ଼ବଡ଼ ସିରିଏଲ ବନେଇବାର କମ୍ପାନୀ ମଧ୍ୟ ବନିସାରିଛି ।

ଅର୍ଜୁନ ବିଜଲାନୀ :-

ଅର୍ଜୁନ ବିଜଲାନୀ ଯୁବତୀମାନଙ୍କର ସବୁଠାରୁ ପସନ୍ଦ କଳା କଳାକାରମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିଶ୍ୱାସ କରାଯାଏ ଯିଏ କି ‘ଈଶ୍କ ମେ ମର ଜାୱା’ ଏବଂ ‘ନାଗିନ’ ପରି ପ୍ରସିଦ୍ଧ ଶୋରେ ଖୁବ ନାଁ ଅର୍ଜନ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ରିଆଲିଟି ଶୋ ରେ ଜଜ ମଧ୍ୟ ହୋଇସାରିଛନ୍ତି । କହିରଖୁଛୁ କି ଅଭିନୟ ବ୍ୟତୀତ ଅର୍ଜୁନ ବିଜଲାନୀ ମୁମ୍ବାଇରେ ତାଙ୍କ ନିଜର ୱାଇନ ସପ୍ ଚଲାଉଛନ୍ତି ଯାହା କି ତାଙ୍କୁ ପ୍ରତିବର୍ଷ ମୋଟା ପଇସା ମଧ୍ୟ ଦେଉଛି ।

ହିତେନ ତେଜୱାନି :-

ଟିଭି କ୍ୱିନ ଏକତା କପୁର ହିତେନ ତେଜୱାନିଙ୍କୁ ମଧ୍ୟ ବହୁତ ପ୍ରସିଦ୍ଧ କରିବାରେ ସାଥ ଦେଇଛନ୍ତି । ହିତେନଙ୍କୁ ଅନେକ ଟିଭି ସିରିଏଲ ରେ ଅଭିନୟ କରିଥିବାର ଦେଖାଯାଇ ସାରିଛି କିନ୍ତୁ ଅଭିନୟ ବ୍ୟତୀତ ଅଭିନେତା ତାଙ୍କ ନିଜର ରେଷ୍ଟୁରାଣ୍ଟ ମଧ୍ୟ ଚଳାଉଛନ୍ତି ଯାହା କି ମୁମ୍ବାଇରେ ଅଛି ଯାହାର ନାମ ‘ବାରକୋଡ଼ 053’ ଅଟେ ।

କରନ କୁନ୍ଦ୍ରା :-

କରନ କୁନ୍ଦ୍ରା ନିକଟରେ ବିଗ ବସରୁ ବହୁତ ନାମ ଏବଂ ଫେମ କମେଇ ସାରିଛନ୍ତି କିନ୍ତୁ ଏହା ପୂର୍ବରୁ ତାଙ୍କୁ ତାଙ୍କର ଅସଲି ପରିଚୟ ଟିଭି ସିରିଏଲ ‘କିତନି ମହବତ୍ ହୈ ‘ ରୁ ମିଳିଥିଲା । କରନ କୁନ୍ଦ୍ରା ଟିଭି ଧାରାବାହିକ ବ୍ୟତୀତ ସେ ୱେବ ସିରିଜରେ ମଧ୍ୟ ଅଭିନୟ କରିଥିବାର ଦେଖାଯାଇଛନ୍ତି । କିନ୍ତୁ ଅଭିନୟ ବ୍ୟତୀତ ମଧ୍ୟ ତାଙ୍କର ନିଜର ଭିତ୍ତିଭୂମି ବିକାଶର ଏକ ବ୍ୟବସାୟ ଅଛି, ଯାହା ଅନେକ ବଡ ବଡ଼ ମଲ୍ ଏବଂ ପ୍ରେକ୍ଷାଳୟ ନିର୍ମାଣ କରେ ।

ରୋନିତ ରାୟ :-

‘କସୌଟି ଜିନ୍ଦେଗି କି’ରେ ମିଷ୍ଟର ବଜାଜ ହୋଇଥିବା ରୋନିତ୍ ରୟଙ୍କର ଆଜି କୌଣସି ସ୍ୱୀକୃତିର ଆବଶ୍ୟକତା ନାହିଁ କାରଣ ସେ ତାଙ୍କ ଅଭିନୟ ଆଧାରରେ ଲକ୍ଷ ଲକ୍ଷ ଲୋକଙ୍କୁ ଦିୱାନା କରିଦେଇଛନ୍ତି । ଟିଭି ସିରିଏଲ ବ୍ୟତୀତ ତାଙ୍କୁ ଅନେକ ବଲିଉଡ ଫିଲ୍ମର ଏକ ଅଂଶ ଭାବରେ ଦେଖିବାକୁ ମିଳିଛି ।ଅଭିନୟ ବ୍ୟତୀତ ରୋନିତ ମଧ୍ୟ ତାଙ୍କ ନିଜର ସାଇଡ ବ୍ୟବସାୟ କରୁଛନ୍ତି, ଯେଉଁଥିରୁ ସେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ବାସ୍ତବରେ, ତାଙ୍କର ଏକ ସୁରକ୍ଷା ଏଜେନ୍ସି ଅଛି ଯାହା ଅନେକ ବଲିଉଡ ତାରକାଙ୍କୁ ଅଙ୍ଗରକ୍ଷୀ ଯୋଗାଇଥାଏ ।

Leave a Reply

Your email address will not be published. Required fields are marked *