ତଡ଼ିଦେଲେ ଶ୍ବଶୁର ଘର ଲୋକେ, ଧାରଣାରେ ବସିଲେ ଦୁଇ ବୋହୂ

ଗଞ୍ଜାମ ଜିଲ୍ଲାରେ ପୁଣି ଡିମ୍ପଲ ଷ୍ଟୋରୀ ରିପିଟ୍ । ଏଥର ଜଣେ ନୁହେଁ ଦୁଇ ଜଣ ବୋହୂ ଶ୍ବଶୁର ଘର ଆଗରେ ଦେଇଛନ୍ତି ଧାରଣା । କୋଳରେ ଧରିଛନ୍ତି ଦୁଇଟି ଛୁଆ । ଗୋଟିଏ ଜିଦ୍ ଆମେ ଶ୍ବଶୁର ଘରେ ରହିବୁ । ସୂଚନାଯୋଗ୍ୟ, ଦୁଇ ଭଉଣୀ ଗୋଟିଏ ଘରକୁ ବାହା ହୋଇ ଆସିଥିଲେ । ଭଉଣୀରୁ ଜାଆ ହୋଇଥିଲେ । ହେଲେ ଶ୍ବଶୁର ଘରେ ପାରିବାରିକ ବି-ବା-ଦ ଲାଗି ରହିଥିଲା । ଯାହା ଏସପିଙ୍କ ପାଖକୁ ଯାଇଥିଲା । ଏସପି ଆପୋଷ ବୁଝାମଣା କରିଥିଲେ ।

ହେଲେ ସମସ୍ୟାର ସମାଧାନ ନହୋଇ ପୂର୍ବ ଭଳି ଅଭସ୍ଥା ସୃଷ୍ଟି ହୋଇଥିଲା । ଏବେ ଉଭୟଙ୍କୁ ମାଡ ମାରି ଶ୍ବଶୁର ଘର ଲୋକେ ଘରୁ ତଡି ଦେଇଥିବା ସେମାନେ ଅଭି-ଯୋଗ କରିବା ସହ ଦୁଇ ପିଲାଙ୍କୁ ଧରି ଘର ଦୂଆରେ ଧାରଣାରେ ବସିଛନ୍ତି । ଅଭି-ଯୋଗ ଅନୁସାରେ, ବି-ବା-ଦ ପରେ ଉଭୟ ଦୀର୍ଘଦିନ ହେବ ବାପଘରେ ରହୁଥିଲେ । ୧୦ ଦିନ ହେବ ଶ୍ବଶୁର ଘରକୁ ଆସିଥିଲେ । ଗତକାଲି ଘରକୁ ଝିଅଜ୍ବାଇଁ ଆସିଥିଲେ । ରାତିରେ ମାଛ ତରକାରୀ ହୋଇଥିଲା । ଛୋଟ ପୁଅଟି ମାଛ ଖାଇବାକୁ ମାଗିଥିଲା ।

ଏତିକିରେ ପିଲାଟିକୁ ମା-ଡ ମ-ରାଯା-ଇଥିଲା । ତା’ ମାଆ ଆସି କାହିଁକି ମା-ରୁଛ ପଚାରିବାରୁ ତାକୁ ମଧ୍ୟ ମା-ଡ ମରାଯାଇଥିଲା । ଏହାପରେ ଆମେ ତୁମକୁ ପୋଷି ପାରିବୁନି ତୁମେ ତୁମ ମାଆ ଘରକୁ ଯାଆ କହି ଦୁଇ ଭଉଣୀଙ୍କୁ ସେମାନଙ୍କ ପିଲାଙ୍କ ସହ ଘରୁ ବାହାର କରି ଦେଇଥିଲେ ଶ୍ବଶୁର ଘର ଲୋକେ । ସେମାନେ ଅଭି-ଯୋଗ କରିଛନ୍ତି, ଜଣେ ୫ ବର୍ଷ ଓ ଜଣେ ୪ ବର୍ଷ ହେଲା ବାହାଘର ହୋଇଥିଲା । ଆମକୁ ନରଖି ଝିଅ ଓ ଜ୍ବେଇଁଙ୍କୁ ଆଣି ରଖିବାକୁ ଚାହୁଁଛନ୍ତି ।

ସବୁ ସୁନାଗହଣା ବନ୍ଧା ପକାଇ ଦେଇଛନ୍ତି । ଦେଢ ବର୍ଷ ହେଲା ବାପଘରେ ରହୁଥିଲୁ । ବାପଘରେ କେତେ ଦିନ ରହିବୁ ? ଆମକୁ ନ୍ୟା-ୟ ମିଳୁ ଓ ଆମକୁ ଏଠାରେ ରହିବାକୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି । ତେବେ ଏଭଳି ଅଭି-ଯୋଗକୁ ନେଇ ଦୁଇ ମହିଳାଙ୍କ ଶ୍ବଶୁର ଘର ଲୋକଙ୍କ ଏପର୍ଯ୍ୟନ୍ତ କୋୖଣସି ପ୍ରତି-କ୍ରିୟା ମିଳିପାରି ନଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *