ଆସୁଚି କଳିଯୁଗ ଅନ୍ତ ହେବାର ସୂଚନା, ଶେଷରେ କଣ ପ୍ରତିକାର ରହିଚିଜାଣନ୍ତୁ କଣ କହିଲେ ବାବା

ସତରେ ଦିନେ ଚିନ୍ତା କଲେ ଯଦି କେବେ ରାତି ନପାହିବ |ସୁରୁଜ କେବେ ଉଦୟ ନ ହେବ ।କଣ ହେବ ସେଦିନ ମହୀମଣ୍ଡଳ।ସବୁ ଆଡେ କେବଳ ତ୍ରାହି ତ୍ରାହି ଡାକ ଶୁଭୁଥିବ ।କିନ୍ତୁ ସେ ରାତି ଏମିତି ରାତି ଯାହାର ସକାଳ କେବେ ଆସିବ ନାହିଁ ।ଏହାର ଅର୍ଥ କଳିଯୁଗ ଶେଷ ହେବ ,ସମସ୍ତ ପାପର ଅନ୍ତ ଘଟିବ।ପୁଣି ଥରେ ଅସତ୍ୟ,ଅଧର୍ମ, ଉପରେ ସତ୍ୟର ପ୍ରତିଷ୍ଠା ହେବା ସହ ଧର୍ମର ଜୟ ଗାନ ସବୁଆଡେ ଶୁଭାଯିବ ।ଗୋଟେ ପଟେ ବିଜ୍ଞାନ ଆଉ ଗୋଟେ ପଟେ ସାଧୁସନ୍ଥ ବିଜ୍ଞାନ ମାନେ କୁହନ୍ତି ଯେ ପୃଥିବୀ ଧ୍ବଂସ ନିଶ୍ଚୟ ହେବ ଏବଂ ସାଧୁ ମାନେ ସେମାନଙ୍କ ଭବିଷ୍ୟତ ବାଣୀରେ କୁହନ୍ତି ଯେ କଳିଯୁଗର ଅନ୍ତ ଘ-ଟିବ ।

ତାହେଲେ କଣ ପୃଥିବୀର ଅନ୍ତ ସୁନିଶ୍ଚିତ ସତରେ କଣ କଳିଯୁଗର ଅନ୍ତ ପାଖେଇ ଆସିଲାଣି ଏହା ତ ଜଣା ନାହିଁ। ତେବେ କିଛି ସଂକେତ ଏପରି ଦେଖାଦେଇଛି ଲାଗୁଚି ଅନ୍ତ ପାଖେଇ ଆସିଲାଣି ଏହାର ପ୍ରମାଣ କେବଳ ମାଳିକାରେ ଦେଖିବାକୁ ମିଳେ ତାହା ନୁହେଁ ବିଜ୍ଞାନ ମାନେ କିଛି ଏଏମିତି ପ୍ରମାଣ ଦେଇଛନ୍ତି ଯେଉଁଥିରୁ ସଫା ଜଣା ପଡ଼ିଗଲାଣି ପୃଥିବୀର ବିନାଶ ସୁନିଶ୍ଚିତ ।

କିଛି ସାଧୁସନ୍ତ ମାନେ 600ବର୍ଷ ପୂର୍ବେ ତଳେ ତାଳପତ୍ରରେ ଯାହା ଲେଖିଥିଲେ ତାହା ଗୋଟେ ପରେ ଗୋଟେ ସତ୍ୟ ହେବାରେ ଲାଗିଛି ।ସେମାନେ ମାଳିକା ଶାସ୍ତ୍ରରେ ଏଏହା ଲେଖିଛନ୍ତି ଯେ କିପରି କଳିଯୁଗ ଶେଷ ହେବ ଆଉ ଏକ ନୂଆ ଯୁଗର ଆରମ୍ଭ ହେବ ।ଦେଖିବାକୁ ଗଲେ ମାଳିକା ରେ ଲେଖାଯାଇଥିବା ବହୁତ କଥା ସତ୍ୟ ହେବାରେ ଲାଗିଛି ।ତେବେ ଜଣେ ବାବା କହିଚନ୍ତି ଯେ ସବୁକିଛି ଶେଷ ହେଇଯିବ, ଶେଷ ବେଳକୁ ସନାତନ ଧର୍ମ ଥିବ।ଯେଉଁ ବ୍ୟକ୍ତି ସବୁବେଳେ ଜଗନ୍ନାଥ ଙ୍କୁ ଦର୍ଶନ କରୁଥିବ,ଶେଷ ବେଳକୁ ପ୍ରଭୁଙ୍କୁ ନେଇ ଛତିଆ ରେ ଥିବ।

ବ୍ରହ୍ମ ଏକାକ୍ଷର ଏଭଳି ଏକ ଜିନିଷ ଯାହା ପ୍ରଭୁଙ୍କର କୋଠ ଦାନ।ଯାହାକୁ ସେ ପ୍ରଭୁ ଦର୍ଶନ ଦେବା କଥା ସେ ନିଶ୍ଚିତ ଦେଖିବେ।ତେବେ ସେ କହିଛନ୍ତି ଯେ ଛାୟା, ଜ୍ୟୋତି, ଅବାଡ ନଜାଣିଥିଲେ ସେ କେବେ ସାଧୁ ହୋଇ ପାରିବନି,ସେ ଗୁରୁ ହେବାର ଯୋଗ୍ୟ ନୁହେଁ।ତେବେ ଏକମାତ୍ର ବ୍ରହ୍ମ ବିଦ୍ୟା ମନ୍ତ୍ର ମ-ରି-ଲା ପର୍ଯ୍ୟନ୍ତ ନିଜ ସହ ରହିଥିବ।ତେବେ ଜ୍ୟୋତି ଦର୍ଶନ ସାର ବୋଲି କହିଛନ୍ତି,ଯେଉଁ ବ୍ୟକ୍ତି ପ୍ରତିଦିନ ଜ୍ୟୋତି ଦର୍ଶନ କରୁଥିବ ସେହି ବ୍ୟକ୍ତି ପ୍ରଭୁ ଙ୍କୁ ନେଇ ଛତିଆ ଯିବ, ନିଆ ବର୍ଷିଲେ ମଧ୍ୟ ତାଙ୍କର କିଛି ହେବନି।ତେବେ ସେ କହିଚନ୍ତି ଯେ ସବୁକିଛି ଶେଷ ବେଳକୁ ଅଚଳ ହୋଇଯିବ।

କ୍ଷେ-ପଣା-ସ୍ତ୍ର, ବୋ-ମା ଆଦିକୁ ସବୁ ବଲ ଭଳି ଗଡାଇବେ। ତେବେ ବାବା କହିଚନ୍ତି କି ସେମିତି କିଛି ମହାପୁରୁଷ ମାନେ ଶେଷ ସମୟ କହି ନାହାନ୍ତି,ହେଲେ ଶେଷ ସମୟ ପାଖେଇ ଆସିଲାଣି। ଅଚ୍ୟୁତ କହିଥିଲେ ମୋ କଳ୍ପବଟ ଡାଳ ଯଦି ମୁଣ୍ଡରେ ଲାଗିବ ତାହେଲେ ଶେଷ ସମୟ, ପ୍ରଭୂ ର-କ୍ଷା କରିବେ।

Leave a Reply

Your email address will not be published. Required fields are marked *