ସବୁ ବର୍ଷ ପରି ପୁଣି ଏହି ବର୍ଷ ମେ ମାସରେ ଆସୁଛି ଆଉ ଏକ ବାତ୍ୟା, ପ୍ରତିବର୍ଷ ଏହି ମେ ମାସରେ ଏକ ବଡ ଧରଣର ବାତ୍ୟା ଆସିଥାଏ ଆଉ ଏହା କାରଣରୁ ଉପକୂଳବର୍ତ୍ତୀ ଅଞ୍ଚଳ ତଥା ଅନ୍ୟ ଲୋକମାନେ ବି ବହୁତ ହଇରାଣର ସମ୍ମୁଖୀନ ହୋଇ ଥାଆନ୍ତି। ଦୁଇଦିନ ପରେ ସ୍ପଷ୍ଟ ହେବ ବାତ୍ୟାର ସ୍ଥିତି । ଓଡିଶା, ୱେଷ୍ଟବେଙ୍ଗଲ, ନା ଆନ୍ଧ୍ରପ୍ରଦେଶରେ କରିବ ଲ୍ୟାଣ୍ଡଫଲ ? ଦକ୍ଷିଣପୂର୍ବ ଆଣ୍ଡମାନରେ ଲଘୁଚାପ ହେବା ନେଇ ସ୍ପଷ୍ଟ ହୋଇଥିଲେ ମଧ୍ୟ ବାତ୍ୟାର ରୂପରେଖ ସ୍ପଷ୍ଟ ହୋଇନାହିଁ । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ, ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ୪ ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।
ରାଜ୍ୟକୁ ବାତ୍ୟା ବିପତ୍ତି, ଦକ୍ଷିଣଆଣ୍ଡାମାନ ସାଗରରେ ୪ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ।କ୍ରମଶଃ ଏହା ଘନୀଭୂତ ହୋଇ ୬ ତାରିଖରେ ନେବ ଲଘୁଚାପର ରୂପ।ଲଘୁଚାପର ଚିତ୍ର ସ୍ପଷ୍ଟ ହୋଇଥିବା ବେଳେ ବାତ୍ୟାର ରୂପରେଖ, ଲ୍ୟାଣ୍ଡଫଲ ସ୍ଥାନ ସ୍ପଷ୍ଟ ହୋଇନାହିଁ ।ରାଜ୍ୟରେ ସକ୍ରିୟ କାଳବୈଶାଖୀ ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଲାଗିରହିବ ଗ୍ରୀଷ୍ମ ପ୍ରବାହ।ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁ, କ୍ରମାଗତ ଭାବେ ପ୍ରବେଶ କରୁବା ଯୋଗୁଁ, ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରୁଛି।
୫ ତାରିଖ ବେଳକୁ କାଳବୈଶାଖୀର ପ୍ରଭାବ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ବିଭିନ୍ନ ମଡେଲର ଆକଳନ ଅନୁସାରେ ଓଡିଶା, ୱେଷ୍ଟ ବେଙ୍ଗଲ, ଆନ୍ଧ୍ରପ୍ରଦେଶ ମଧ୍ୟରୁ କେଉଁଠି ବି ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ତେବେ ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୁଷ୍ଟିରେ ରଖି ଆଗୁଆ ପଦକ୍ଷେପ ପାଇଁ ଅଣ୍ଟା ଭିଡିଛି ବିଏମସି । ଭୁବନେଶ୍ୱର ମେୟର, ବିଏମସି ଅଧିନସ୍ଥ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ବାତ୍ୟା ସମ୍ପର୍କିତ ଆଲୋଚନା କରିବା ସହ ବାତ୍ୟା ପରେ ଓ ପୂର୍ବରୁ ରାଜଧାନୀ ବାସୀଙ୍କ ସୁରକ୍ଷା ଦିଗରେ ଆଲୋଚନା କରିଛନ୍ତି ।
ବିଏମସି ଅଧିନସ୍ଥ ସମସ୍ତ ଆଶ୍ରୟସ୍ଥଳୀର ଯାଞ୍ଚ ସହ ରାଜଧାନୀରୁ ଜଳନିଷ୍କାସନ ପାଇଁ ୩୦ଟି ତଳିଆ ଅଞ୍ଚଳ ଚି଼ହ୍ନଟ କରିଛି ବିଏମସି । ତଳିଆ ଅଞ୍ଚଳରେ ପାଣି ନିଷ୍କାସନ ସହ, ବିଦ୍ୟୁତ ଯୋଗାଣ ଓ ଶୁଦ୍ଧ ପିଇବାପାଣି ଯୋଗାଇବା ଉପରେ ଗୁରୁତ୍ୱ ଦେବ ବିଏମସି।ଗତ କିଛି ବର୍ଷ ହେଲା ଲଗାତାର ଭାବେ ମେ’ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୁର୍ଣ୍ଣିବଳୟ।