Google Chrome ବ୍ୟବହାରକାରୀମାନେ ସାବଧାନ! ହ୍ୟା-କ-ରମାନେ ଏପରି କରିପାରିବେ ଆପଣଙ୍କୁ ଟା-ର୍ଗେ-ଟ, ବଂଚିବା ପାଇଁ ତୁରନ୍ତ କରନ୍ତୁ ଏହି କାମ।:-

ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ (CERT-In) ଗୁଗୁଲ୍ କ୍ରୋମ୍ ବ୍ୟବହାରକାରୀଙ୍କୁ ଏକ ହାଇ ଲିଭେଲ ଥେର୍ଟ ବିଷୟରେ ଚେତା-ବନୀ ଦେଇଛି। ଡେସ୍କଟପ୍ ପାଇଁ କ୍ରୋମ ବ୍ରାଉଜରରେ ସାଇବର କ୍ରାଇମ ନୋଡାଲ ଏଜେନ୍ସି କିଛି ପ୍ରମୁଖ ଦୁର୍ବଳତାକୁ ଆଲୋକିତ କରିଛି। CERT-In ଚାହୁଁଛି କ୍ରୋମ ବ୍ୟବହାରକାରୀମାନେ ତୁରନ୍ତ ବ୍ରାଉଜରକୁ ନୂଆ ଭର୍ସନରେ ଅପଡେଟ୍ କରନ୍ତୁ। ଗୁଗୁଲ୍ ଦୁର୍ବଳତାକୁ ସ୍ୱୀକାର କଲା ଏବଂ ଏକ ସଫ୍ଟୱେର୍ ଅପଡେଟ୍ ମାଧ୍ୟମରେ ଏହାକୁ ଫିକ୍ସ କଲା।

ଗୁଗୁଲ ଏକ ଅଫିସିଆଲ୍ ବିବୃତ୍ତିରେ କହିଛି ଯେ ଅଧିକାଂଶ ଉପଭୋକ୍ତା ଏହି ଫିକ୍ସ ସହିତ ଅପଡେଟ୍ ନହେବା ପର୍ଯ୍ୟନ୍ତ ବଗ୍ ଡିଟେଲସ ଏବଂ ଲିଙ୍କଗୁଡିକର ପ୍ରବେଶ ସୀମିତ ହୋଇପାରେ। ଯଦି ଥାର୍ଡ ପାର୍ଟି ଲାଇବ୍ରେରୀରେ ବଗ୍ ଅବସ୍ଥିତ ଥିବ, ତେବେ ଆମେ ମଧ୍ୟ ଏହି ପ୍ରତିବନ୍ଧକକୁ ବଜାୟ ରଖିବୁ।

କି ପ୍ରକାର ଆସୁଅଛି ସମସ୍ୟା।

ଏଜେନ୍ସି ହାଇଲାଇଟ୍ କରିଛି ଯେ 101.0.4951.41 ପୂର୍ବରୁ ଗୁଗୁଲ୍ କ୍ରୋମ୍ ଭର୍ସନ ସଫ୍ଟୱେୟାରରେ ଏକ ନୂତନ ତ୍ରୁ-ଟି ଦ୍ୱାରା ପ୍ରଭାବିତ ହୋଇଥିଲା। ଏହି ବି–ପଦ ମୁଖ୍ୟତଃ କେବଳ ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ। ଗୁଗୁଲ୍ ଏହି ତ୍ରୁ-ଟିକୁ ସ୍ୱୀ-କାର କରିଛି ଏବଂ କ୍ରୋମ୍ ବ୍ଲଗ୍ ପୋଷ୍ଟରେ 30 ଟି ଦୁର୍ବଳତା ତାଲିକାଭୁକ୍ତ କରିଛି। ପ୍ରାୟ ସାତୋଟି ଫ୍ଲୋଜକୁ ‘ହାଇ’ ଥେର୍ଟସ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି।

ହ୍ୟାକରମାନଙ୍କ କାମ ସହଜ ହେବାରେ ଲାଗିଛି।

CERT-In ଆହୁରି ବ୍ୟାଖ୍ୟା କରିଛି ଯେ ଏହି ଉଚ୍ଚ ସ୍ତରୀୟ ଦୁର୍ବଳତାଗୁଡିକ ପାଇଁ ହ୍ୟା-କ-ରମାନେ ଏହାର ଲାଭ ଉଠାଇପାରନ୍ତି ଏବଂ ସମ୍ବେଦନଶୀଳ ସୂଚନା ପାଇବାକୁ ଅନୁମତି ମିଳିଯିବ। ଏହି ତ୍ରୁଟି ହ୍ୟା-କର ମାନଙ୍କୁ ସୁର-କ୍ଷା ପ୍ରତିବନ୍ଧକକୁ ବାଇପାସ୍ କରିବାକୁ ସାହାଯ୍ୟ କରିବ ଏବଂ ଟା-ର୍ଗେ-ଟ୍ ସିଷ୍ଟମରେ ବଫର୍ ଓଭରଫ୍ଲୋ ସୃଷ୍ଟି କରିବାକୁ ସକ୍ଷମ କରାଇବ।

ଏଜେନ୍ସି ହାଇଲାଇଟ୍ କରିଛି ଯେ ‘ବଲକନ, ସ୍ୱିଫ୍ଟଶେଡର୍, ଏଙ୍ଗଲ୍, ଡିଭାଇସ୍ ଏପିଆଇ, ଶେରିନ୍ ସିଷ୍ଟମ୍ ଏପିଆଇ, ଓଜୋନ୍, ବ୍ରାଉଜର୍ ସୁଇଚର୍, ବୁକମାର୍କସ୍, ଡିଭାଇସ୍ ଟୁଲ୍ସ ଏବଂ ଫାଇଲ୍ ମ୍ୟାନେଜର୍ ପାଇଁ ମାଗଣା ପ୍ରବେଶ ହେତୁ ଗୁଗୁଲ୍ କ୍ରୋମରେ ଏହି ଦୁର୍ବଳତା ବିଦ୍ୟମାନ ଅଛି।

ତୁରନ୍ତ ନିଜର ବ୍ରାଉଜର୍ ଅପଡେଟ୍ କରନ୍ତୁ (Update your browser immediately)।

ବ୍ରାଉଜରକୁ ଭର୍ସନ 101.0.4951.41 କୁ ଅପଗ୍ରେଡ୍ କରିବାକୁ CERT-In ସମସ୍ତ କ୍ରୋମ ଡେସ୍କଟପ୍ ବ୍ୟବହାରକାରୀଙ୍କୁ ଅନୁରୋଧ କରିଛି। ଏଜେନ୍ସି କହିଛି ଯେ ପୁରୁଣା ଯେକୌଣସି ଭର୍ସନ ହ୍ୟା-କି-ଙ୍ଗ ପାଇଁ ସହଜ ହୋଇପାରେ। ଯାହା ଶେଷରେ ସମ୍ବେଦନଶୀଳ ତଥ୍ୟର କ୍ଷ-ତି ଘଟାଇପାରେ।

କିପରି କ୍ରୋମକୁ ନୂତନ ଭର୍ସନରେ ଅପଡେଟ କରିବେ (How to update Chrome to latest version)।

1. କ୍ରୋମ୍ ବ୍ରାଉଜର୍ ଖୋଲନ୍ତୁ।

2. ଡାହାଣ ପଟ କୋଣକୁ ଯାଆନ୍ତୁ ଏବଂ ତିନୋଟି ଡ଼ଟ ଥିବା ସ୍ଥାନରେ କ୍ଲିକ୍ କରନ୍ତୁ।

3. ଡ୍ରପ୍ ଡାଉନ୍ ମେନୁରେ, ସେଟିଂ ବିକଳ୍ପ ଖୋଜନ୍ତୁ।

4. ହେଲ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ ତାପରେ ଗୁଗୁଲ୍ କ୍ରୋମ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

5. କ୍ରୋମ୍ ବର୍ତ୍ତମାନ ଯେକୌଣସି ଲାଟେଷ୍ଟ ଭର୍ସନକୁ ଡାଉନଲୋଡ୍ କରିବ।

Leave a Reply

Your email address will not be published. Required fields are marked *