ରୋଟି ଶବ୍ଦ ଶୁଣିବା ମାତ୍ରେ ଏହା ଅତି ସାଧାରଣ ଖାଦ୍ୟ ଏବଂ ତିଆରି କରିବାରେ ସହଜ ପରି ମନେ ହୁଏ। କିନ୍ତୁ ବାସ୍ତବରେ ଏହାକୁ ତିଆରି କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ। ପ୍ରଥମେ ଅଟାକୁ ଚକଟିବାକୁ ପଡିବ, ତା’ପରେ ଏହାକୁ ଗୋଲ ଗୋଲ କରିବାକୁ ପଡିବ ଏବଂ ତାପରେ ପ୍ୟାନରେ ସେକି ସେକି ଏହାକୁ ପ୍ରସ୍ତୁତ କରାଯାଏ। ଯଦି ଏସବୁ କରିବା ଆପଣଙ୍କ ପକ୍ଷେ ସମ୍ଭବ ନୁହେଁ, ତେବେ ଏକ ରୋବୋଟିକ୍ ମେସିନ୍ ପ୍ରସ୍ତୁତ କରାଯାଇଛି, ଯାହାର ମୂଲ୍ୟ 1.11 ଲକ୍ଷ ଟଙ୍କା ରଖାଯାଇଛି।
ରୋଟି ତିଆରି କରିବାର ପରିଶ୍ରମ ପ୍ରାୟତଃ ଲୋକମାନେ ଠିକ ବୁଝିପାରନ୍ତି। ଯେତେବେଳେ ଲୋକମାନେ ଏହାକୁ ପ୍ରଥମେ ପ୍ରଥମେ ନିଜେ ତିଆରି କରିବାକୁ ଚେଷ୍ଟା କରନ୍ତି, ଏହା କେବଳ ଗୋଲ ହେବା ପାଇଁ ବହୁତ ସମୟ ନେଇଯାଏ। ତଥାପି ଏସବୁର ମୂଲ୍ୟ 1 ଲକ୍ଷ 11 ହଜାର ହେବ ନାହିଁ। ଆମ ଦେଶରେ ଯେଉଁଠାରେ ରୁଟି ଆମର ଦୈନଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ। ଯେତେବେଳେ ଲୋକମାନେ ଇଣ୍ଟରନେଟରେ ଏପରି ମ-ହ-ଙ୍ଗା ରୋଟି ତିଆରି ମେସିନ୍ ଦେଖୁଛନ୍ତି, ସେମାନେ ଏହାକୁ ବିଶ୍ୱାସ କରିପାରୁନାହାନ୍ତି।.
No need for goil roti wali, have your own rotimatic. It saves your panadol cost 😂🤣🤭#DigitalLife pic.twitter.com/aucBMMdjDW
— Block_Diversity v.8 ™️ (@i_bot404) April 1, 2021
ଅଟା ଦଳି ରୁଟି ତିଆରି କରିଦେବ ଏହି ଲକ୍ଷ ଟଙ୍କାର ମେସିନ।
ରୁଟି ତିଆରି ଯନ୍ତ୍ରର ନାମ ହେଉଛି ରୋଟିମାଟିକ୍ ( Rotimatic)। ରୋବୋଟିକ୍ ମେସିନ୍ ୱେବସାଇଟରେ ଏହାର ଗୁଣ ବର୍ଣ୍ଣନା କରି କୁହାଯାଇଛି – ‘ରୋଟିମାଟିକ୍ ହେଉଛି ବିଶ୍ୱର ପ୍ରଥମ ସଂଗଠିତ ସମାଧାନ। ଏହା ଦଳିବା, ଗୋଲ କରିବା, ବେଲିବା ଏବଂ ସେକିବା ଆଦି ସବୁ କାର୍ଯ୍ୟ କରେ। ‘କେବଳ ଏତିକି ନୁହେଁ, ଏହି ମେସିନ୍ ୱାଇଫାଇ ସହିତ ସଂଯୁକ୍ତ ହେବ ଏବଂ ରୋଟିକୁ ମଧ୍ୟ ସ୍ମାର୍ଟ କରିଦେବ। ସାଧାରଣ ରୋଟି ବ୍ୟତୀତ ମସାଲା ରୋଟି, ପୁରି, ଟର୍ଟିଲା, ପିଜା ଆଦି ସମସ୍ତ ଜିନିଷ ମେସିନରୁ ପ୍ରସ୍ତୁତ କରାଯାଇପାରେ। ମେସିନରେ ସମସ୍ତ ଉପାଦାନ ରଖିବା ପରେ ରୋଟି କେବଳ ଗୋଟିଏ ଟଚରେ ସହିତ ପ୍ରସ୍ତୁତ ହୋଇଯିବ।
Today I learned there’s a machine called a Rotimatic that makes your roti for USD999! pic.twitter.com/8BMphclo9z
— _ (@_livebait) August 11, 2020
ଲୋକମାନେ କହିଥିଲେ – କିଛି ଆବଶ୍ୟକ ନାହିଁ, ଆମେ ଘରେ କରିକି ଖାଇଦବୁ।
ଏତେ ଫିଚର୍ସ ବିଶିଷ୍ଟ ଏକ ମେସିନର ମୂଲ୍ୟ 1 ଲକ୍ଷ 11 ହଜାର ଟଙ୍କା ରଖାଯାଇଛି। ଏହା ଦେଖିବା ପରେ ଆମର ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଗୋଟିଏ ପରେ ଗୋଟିଏ କମେଣ୍ଟ ଦେବା ଆରମ୍ଭ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି – ମୁଁ ଆଜି ଜାଣିଲି ଯେ ଏକ ମେସିନ୍ 999 ଆମେରିକୀୟ ଡଲାରରେ ରୁଟି ତିଆରି କରେ।
If you want divorce buy Rotimatic 😁😁 pic.twitter.com/Z6lJLfMSqr
— Ravana (@Ravana2020) April 19, 2021
ଏଥି ସହିତ କିଛି ଉପଭୋକ୍ତା ଇଲେକ୍ଟ୍ରିକ୍ ରୋଟି ମେକରର ଫଟୋ ଲଗାଇ ପଚାରୁଛନ୍ତି- କଣ ଇଏ ଅଲିଆ ଥିଲା? କିଛି ଉପଭୋକ୍ତା କହିଛନ୍ତି ଯେ ବର୍ତ୍ତମାନ ଲୋକମାନେ ରୋଟିର ମୂଲ୍ୟ ବୁଝିଛନ୍ତି ଏବଂ ଏହାକୁ ଘରେ ତିଆରି କରିବାକୁ ଶିଖୁଛନ୍ତି।