ଯେଉଁମାନେ ବ୍ୟବସାୟ ଆରମ୍ଭ କରନ୍ତି ସେମାନଙ୍କୁ ସରକାର ସର୍ବଦା ସାହାଯ୍ୟ କରନ୍ତି। ବର୍ତ୍ତମାନ ଯଦି ଆପଣ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣ MSMEs ଅର୍ଥାତ୍ ସରକାର ଦେଉଥିବା ମୁଦ୍ରା ଲୋନର ଲାଭ ଉଠାଇ ପାରିବେ। Micro Small Medium Enterprises (MSME) ଆରମ୍ଭ କରୁଥିବା ଲୋକଙ୍କୁ ଏହି ଲୋନ ଦିଆଯାଏ। ବର୍ତ୍ତମାନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକମାନେ ଏହି ଲୋନର ଲାଭ ଉଠାଇ ନିଜର ବ୍ୟବସାୟ ଆରମ୍ଭ କରିପାରିବେ।
ମୁଦ୍ରା ଲୋନ ଅଧୀନରେ ବ୍ୟାଙ୍କ ଆପଣଙ୍କୁ 50,000 ରୁ 10 ଲକ୍ଷ ଟଙ୍କା ଲୋନ ଦେବ। ତେଣୁ ଏହାର ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ ବିଷୟରେ ଭଲ ଭାବରେ ଜାଣିନିଅନ୍ତୁ। ଏହା ସହିତ ଆପଣ ଏହା ମଧ୍ୟ ଜାଣିବେ ଯେ ଏହାକୁ ଅନଲାଇନ କିପରି ଆବେଦନ କରିବେ
PNB ମୁଦ୍ରା ଲୋନର ଜରୁରୀ କଥା।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କୁ 9.60 ପ୍ରତିଶତ ସୁଧ ହାରରେ ମୁଦ୍ରା ଲୋନ ଦେବ। ତଥାପି ଏହା ଆପଣଙ୍କ କ୍ରେଡିଟ୍ ସ୍କୋର ବ୍ୟବସାୟ ଅନୁଯାୟୀ ସୁଧ ହାର ସ୍ଥିର ହେବ। ପ୍ରାଇଭେଟ ଲିମିଟେଡ଼ କମ୍ପାନୀ, ସହଭାଗୀତା ସଂସ୍ଥା ଏବଂ କେତେକ କୃଷି ସମ୍ବନ୍ଧୀୟ ବ୍ୟବସାୟ ଯେପରିକି ମାଛ ଚାଷ ଇତ୍ୟାଦି ଏହି ଲୋନର ଲାଭ ଉଠାଇ ପାରିବେ। ଆପଣ ଏହି ଲୋନକୁ ମୋଟ 3 ପ୍ରକାରରେ ପାଇପାରିବେ।
ପ୍ରଥମଟି ହେଉଛି ଶିଶୁ ଲୋନ ଯୋଜନା, ଯେଉଁଥିରେ ଆପଣ 50,000 ଟଙ୍କା ପର୍ଯ୍ୟନ୍ତ ଲୋନ ପାଇବେ।
ଦ୍ୱିତୀୟଟି ହେଉଛି କିଶୋର ଲୋନ ଯୋଜନା ଯେଉଁଥିରେ ଆପଣ 50,000 ରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପାଇବେ।
ତୃତୀୟଟି ହେଉଛି ତରୁଣ ଲୋନ ଯୋଜନା ଯେଉଁଥିରେ ଆପଣ 5 ଲକ୍ଷରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ପାଇବେ।