ସମସ୍ତେ ଜାଣିଥିବେ ପ୍ରାୟତଃ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାର ରହିଅଛି |କଣ କେବେ କାହା ମନରେ ପ୍ରଶ୍ନ ଉଠିଛି ସେ ରତ୍ନ ଭଣ୍ଡାର ର କଣ କଣ ରହିଥାଏ ପାରେ ଏବଂ ସେ ରତ୍ନ ଭଣ୍ଡାରକୁ କିଏ ସୁରକ୍ଷା ପ୍ରଦାନ କରୁଛନ୍ତି ଏବଂ ସେ ରତ୍ନକୁ କେଉଁ କାର୍ଯ୍ୟରେ ଲଗାଉଛନ୍ତି ନା କେବଳ ସିନ୍ଧୁକ ଭିତରେ ରଖାଯାଇଅଛି ଆସନ୍ତୁ ଜାଣିବା ରତ୍ନ ଭଣ୍ଡାର ବିଷୟରେ |
କୁହାଯାଉଛି ଭଣ୍ଡାର ଗୃହ ଅଛି |ଭଣ୍ଡାର ଗୃହରେ କଣ କଣ ଅଛି ସେହି ଭଣ୍ଡାର ଗୃହ କେଉଁଠାରେ ଅବସ୍ଥିତ ଆମେ କାହିଁକି ଭଣ୍ଡା ର ଗୃହ ଦେଖି ପାଉନୁ |ଆପଣମାନେ ଯେତେବେଳେ ମନ୍ଦିର ଗୃହ ପ୍ରବେଶ କରିବେ |ସେତେବେଳେ ଆପଣ ମାନେ ଜାଣିପାରିବେ ଯେ 16ସ୍ତମ୍ଭ ଦେଇ ଜୟ ବିଜୟ ଦ୍ୱାର ପ୍ରବେଶ ପରେ କଳାହାଟ ଦ୍ୱାର ପୂର୍ବରୁ ଚନ୍ଦନ ଆଗଳି ପାଖରେ ରହିଛି ରତ୍ନ ଭଣ୍ଡାର |ଏଏହି ଭଣ୍ଡାର ଗୃହ 2ପ୍ରକାର ବାହାର ଭଣ୍ଡାର, ଭିତର ଭଣ୍ଡାର, ଆମର ପୂର୍ବଜ ମାନେ କୁହନ୍ତି ଯେ ବାହାର ଭଣ୍ଡାର ମହାପ୍ରଭୁଙ୍କର ମହଣ ମହଣ ସୁନା ରହିଛି ସୁନା ବେଶରେ କିରଟି, କୁଣ୍ଡଳ ଆଦି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସୁନା ବେଶରେ ମଣ୍ଡିତ କରାଯାଇଥାଏ |
ମହାପ୍ରଭୁ ଯେତେବେଳେ ସୁନାବେଶ ଧାରଣା କରନ୍ତି ବାହାର ଭଣ୍ଡାରର ସୁନା ଆସି ମଣ୍ଡିତ କରାଯାଇଥାଏ |ପ୍ରଭୁଙ୍କ ନିତ୍ୟ କର୍ମରେ ଯେଉଁ ସବୁ ଜିନିଷ ଲାଗିଥାଏ ସେସବୁ ଭିତର ଭଣ୍ଡାରରୁ ଆସିଥାଏ |ଭଣ୍ଡାରର ଗୃହର ରକ୍ଷକ ହେଉଛନ୍ତି ଲୋକନାଥ ତେବେ ଭିତର ଭଣ୍ଡାରର ଅନେକ କୋଠରୀ ରହିଛି ରାଜା ଯେତେବେଳେ ଯେ କୌଣସି ରାଜ୍ୟ ଜୟ କରୁଥିଲେ ସମସ୍ତ ପ୍ରକାର ଧନ ରତ୍ନଙ୍କୁ ମହାପ୍ରଭୁଙ୍କୁ ସମ ର୍ପିତ କରି ଦେଉଥିଲେ |ତେବେ ଭିତର ଭଣ୍ଡାରରେ ରହୁଥିବା ଧନୁ, ସର, ଅନେକ ମୂଲ୍ୟବାନ ସୁନା, ହୀରା, ପ୍ରଭୃଙ୍କୁ ରାମବେଶ ରେ ଖଞ୍ଜିତ କରାଯାଇଥାଏ |ଏଏହି ସବୁ ସୁନା ଗହଣାକୁ ସର୍ପମାନେ ଜଗିକି ରହିଥାନ୍ତି|ଏସବୁ ସୁନା ଆଲୋଙ୍କାର ମହାପ୍ରଭୁଙ୍କ ପାଇଁ ଉଦ୍ଧିଷ୍ଟ,1905ମସିହାରେ ପ୍ରଭୁଙ୍କ ରଘୁନାଥ ବେଶ ହୋଇଥିଲା |
ଯାହାକି ପୃର୍ବଜମାନେ ଧ୍ୟାନ ଦେଉଥିଲେ |ଏଏହି 2ଭଣ୍ଡାରରେ 3ଟି ଚାବି ରହିଛି ଗୋଟିଏ ପ୍ରଶାସନ ପାଖରେ ଆଉ ଏକ ରାଜଙ୍କ ପାଖରେ ଆଉଗୋଟେ ଭଣ୍ଡାରମେକପଙ୍କ ପାଖରେ |ଯେତେବେଳେ 2ଟି ଗହଣା ବା ହାର କରାଯାଇଥାଏ ସମସ୍ତଙ୍କ ଉପସ୍ଥିତ ରେ କରାଯାଏ |ଭଣ୍ଡାରଗୃହକୁ ସୁନା ଆଣି ବେଶ କରାଯାଇଥାଏ |ସେଥିପାଇଁ ସୁବ୍ରଂଣ ଅଳଙ୍କାର ବାହାର କରିବା ପାଇଁ ସମସ୍ତଙ୍କ ଆବଶ୍ୟକ ପଡିଥାଏ |ପ୍ରଭୁ ଯେତେବେଳେ ରଥ ଉପରେ ବସିଥାନ୍ତି ସେ ଅଧିକମାତ୍ରାରେ ସୁନା ଗହଣା ପିନ୍ଧିଥାନ୍ତି |ମହାପ୍ରଭୁ ମହଣ ମହଣ ପିନ୍ଧି ଭୁଷିତ ହୋଇଥାନ୍ତି ଆଉ କିଛି ବେଶ ରହିଛି |ଯାହା ଆମେ ଦର୍ଶନକରିପାରୁନାହିଁ |ଆଜିକୁ 100ବର୍ଷ ପୂର୍ବେ ମହାପ୍ରଭୁଙ୍କ ରଘୁନାଥ ବେସ ହୋଇଥିଲା