ଭଡାଟିଆମାନଙ୍କ ପାଇଁ ଏକ ବଡ ଖବର ! ଘର ଭଡା ଦେଇ ନପାରିଲେ ……ଜାଣନ୍ତୁ ପୁରା ଖବର

ଘର ଭଡା ପାଇଁ ହେଉଥିବା କଳି ସୁଧାରିବ ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ। ଘର ମାଲିକ ଓ ଭଡାଟିଆଙ୍କ ମଧ୍ୟରେ ହେବ ଏକ ଲିଖିତ ବୁଝାମଣା। କୋର୍ଟରୁ କମିବ ସିଭିଲ କେସର ବୋଝ। ମଡେଲ ଟେନାନ୍ସି ଆକ୍ଟ ଲାଗୁ ହେଲେ ସ୍ଥିତି ସୁଧୁରିବ। ପ୍ରାଇଭେଟ ହେଉ ବା କମର୍ଶିଆଲ ଭଡା ଟଙ୍କାକୁ କେନ୍ଦ୍ର କରି ତୁମୁଳ କା-ଣ୍ଡ ଘଟୁଛି। ସିଭିଲ ମ୍ୟାଟରରେ ପୋଲିସ ଅତ୍ୟଧିକ ହସ୍ତକ୍ଷେପ କରୁନଥିବା ସମୟରେ କୋର୍ଟକୁ କଥା ଯାଉଛି।

ବାରମ୍ବାର ପୋ-ଲି-ସ ସିନିୟର ସିଟିଜେନ ମିଟିଙ୍ଗରେ ଏଭଳି ଅଭି-ଯୋଗ ଆଣୁଛନ୍ତି। ଏହାର ସମାଧାନ କରିବା ପାଇଁ ରାଜ୍ୟରେ ବହୁତ ଶୀଘ୍ର ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ ଲାଗୁ କରିବା ପାଇଁ ଦାବି ହୋଇଛି। ଏହା ଦ୍ଵାରା ଉଭୟ ପକ୍ଷଙ୍କ ମତରେ ଆ-ଇ-ନ ଗତ ବୁଝାବଣା ରହିବା ସହିତ ପଡି ରହିଥିବା ମା-ମ-ଲା ଗୁଡିକର ସମାଧାନ ହୋଇପାରିବ। ହାଉସ ରେଣ୍ଟ କଣ୍ଟ୍ରୋଲ ଆକ୍ଟ ପୂର୍ବରୁ ଲାଗୁ ହୋଇଥିଲା।

ଯଦି ଏହାକୁ ବର୍ତ୍ତମାନ ଲାଗୁ କରାଯିବ ତେବେ ଘର ମାଲିକ ଉପକୃତ ହୁଅନ୍ତେ ଆଉ ଭଡାଟିଆମାନେ ମଧ୍ୟ ଉପକୃତ ହୁଅନ୍ତେ। ଏହା ସହ ସିଭିଲ କୋର୍ଟରେ ଏହି ମା-ମ-ଲା ଗୁଡିକ ମଧ୍ୟ କମିଯିବ ଆଉ ପ୍ରକୃତ ସିଭିଲ ମା-ମ-ଲା ଗୁଡିକର ସମାଧାନର ବାଟ ଖୋଲିଯିବ। ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ଦ୍ଵାରା ମଞ୍ଜୁର ହୋଇଥିବା ଏହି ମଡେଲ ଟେନାନ୍ସି ଆକ୍ଟକୁ ତୁରନ୍ତ ଏକ ଅଧ୍ୟାଦେଶ ଜରିଆରେ ରାଜ୍ୟରେ ଲାଗୁ କରିବା ପାଇଁ କୁହାଯାଉଛି।

ଏହି ନୂଆ ନିୟମ ଅନୁସାରେ ଘର ମାଲିକ ୨ ମାସରୁ ଅଧିକ ଅଗ୍ରୀମ ଭଡା ନେଇ ପାରିବେ ନାହିଁ। ଅନ୍ୟ ପଟେ ଭଡାଟିଆ ଯଦି ନିୟମର ଖିଲାପ ହୁଅନ୍ତି ତେବେ ୪ ଗୁଣା ଭଡା ତାଙ୍କ ଠାରୁ ଅସୁଲ ହୋଇପାରିବ। ୨୦୧୯ ମସିହାରେ ଆସିଥିବା ଏହି ଅଧିନିୟମ ଅନୁସାରେ ପ୍ରପର୍ଟି ବଜାର ଆଗେଇବା ସହିତ ଲାଗି ରହିଥିବା ବି-ବା-ଦର ସମାଧାନ ହୋଇପାରିବ।

ଏ ବିଷୟରେ ଆ-ଇ-ନ ବିଭାଗକୁ ଅବଗତ କରାଯାଇଥିବା ସମୟରେ ଖୁବଶୀଘ୍ର ପ୍ରାଧି କରଣ ଓ କୋର୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ଆସିବ ବୋଲି କୁହାଯାଇଛି। ତେବେ ଏହି ଖବରକୁ ନେଇ ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚା ଜୋର ଧ-ରି-ଛି। ଯଦି ଏହି ନିୟମ ଲାଗୁ ହୁଏ ତେବେ ଭଡାଟିଆ ମାନଙ୍କ ସହ ଘର ମାଲିକ ମଧ୍ୟ ଉପକୃତ ହେବେ।

Leave a Reply

Your email address will not be published. Required fields are marked *