ଏତେ ହ୍ୟାଣ୍ଡସମ ଦେଖାଯାନ୍ତି ଏହି ୫ ଜଣ ଅଭିନେତା,ତଥାପି ମଧ୍ୟ ହିରୋ ହୋଇପାରିଲେ ନାହିଁ,ଖଳନାୟକ ବନିଲେ ତ ଚମକି ଗଲା ଭାଗ୍ୟ ।

ବଲିଉଡ ଦୁନିଆରେ ଅଭିନେତା ହିରୋ ହେବାର ସ୍ୱପ୍ନ ନେଇ ହି ଆସନ୍ତି । ବାସ ସମସ୍ତଙ୍କ ଭାଗ୍ୟରେ ହିରୋ ହେବା ଲେଖା ହୋଇନଥାଏ । ଆପଣଙ୍କ ପାଖରେ ଲୁକ୍ସ ଥାଉ କି ବ୍ୟକ୍ତିତ୍ୱ, ତଥାପି ମଧ୍ୟ ଦର୍ଶକ ଆପଣଙ୍କୁ ହିରୋ ରୂପରେ ପସନ୍ଦ କରିବେ,ଏହା ଜରୁରୀ ନୁହେଁ । ଆମେ ଆଜି ଆପଣଙ୍କୁ ଏମିତି ୫ ଜଣ ଅଭିନେତାଙ୍କ ବିଷୟରେ କହୁଛୁ ଯିଏ ହିରୋ ହୋଇପାରିଲେ ନାହିଁ । ତାଙ୍କର ଖଳନାୟକ ରୂପରେ ଭାଗ୍ୟ ଖୋଲିଗଲା ।

ସୋନୁ ସୁଦ :-

ହିରୋ ହେବାକୁ ଆସିଥିବା ଅଭିନେତାଙ୍କ ଲିଷ୍ଟରେ ସବୁଠୁ ପ୍ରଥମ ନାଁ ସୋନୁ ସୁଦଙ୍କର ଆସିଥାଏ । ତାଙ୍କର ଫିଟନେସ ଦେଖି ବଡ଼ ବଡ଼ ହିରୋ ମଧ୍ୟ ଫେଲ୍ ହୋଇଯାନ୍ତି । ଏମିତି ନୁହେଁ କି ସୋନୁ ଖଳନାୟକ ହେବାକୁ ଚାହୁଁଥିଲେ । ସେ ହିରୋ ହେବାକୁ ହିଁ ଆସିଥିଲେ । ସାହିଦ ଏ ଆଜମ ଫିଲ୍ମରୁ ସେ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ସେ ଏହା ବ୍ୟତୀତ ଅନେକ ଫିଲ୍ମରେ ଭଲ ଅଭିନୟ କଲେ ।

ଏଥିରେ ଆଶିକ୍ ବନାୟା, ଏକ ବିବାହ ଏସା ଭି ଠୁ ନେଇକି ହ୍ୟାପି ନ୍ୟୁ ଇୟର୍ ରେ ରୋଲ କରିଥିଲେ । କିନ୍ତୁ ତାଙ୍କୁ ଦର୍ଶକମାନେ ପସନ୍ଦ କଲେ ନାହିଁ । ଏହା ପରେ ସେ ଗୁଣ୍ଡାଙ୍କ ରୋଲ କରିବାକୁ ଲାଗିଲେ । ତାଙ୍କର ଦବଙ୍ଗର ଛେଦି ସିଂହର ଭୂମିକା ଦେଖ କି ଶୁଟ ଆଉଟ ଏଟ ୱଡାଲାରେ ଦିଲବରର ରୋଲ,ସବୁଥିରେ ସେ ହିଟ ହୋଇଗଲେ । ଏହା ପରେ ସେ ସାଉଥ ଫିଲ୍ମରେ ଖତରନାକ ଗୁଣ୍ଡାର ରୋଲ କରିବାକୁ ଲାଗିଲେ ଏବଂ ତାଙ୍କ ଭାଗ୍ୟ ବଦଳିଗଲା ।

ମୋହନିଶ ବହଲ୍ :-

ମୋହନିଶ ବହଲ୍ ଅଭିନେତ୍ରୀ ନୂତନଙ୍କ ପୁଅ ଅଟନ୍ତି । ସେ ମଧ୍ୟ ବଢିଆ ଲୁକ୍ସ ସହିତ ଫିଲ୍ମରେ ହିରୋ ହେବାର ସ୍ୱପ୍ନ ନେଇକି ହି ଆସିଥିଲେ । ସେ ଫିଲ୍ମରେ ଅନେକ ଭଲ ରୋଲ ମଧ୍ୟ କଲେ । ହମ୍ ଆପକେ ହୈ କନ ଫିଲ୍ମ ହେଉ ଅବା ହମ୍ ସାଥ ସାଥ ହୈ,ସବୁଥିରେ ତାଙ୍କର କେବଳ ସକରାତ୍ମକ ଚରିତ୍ରଗୁଡ଼ିକ ହିଁ ଦେଖାଗଲା ।

ତଥାପି ମଧ୍ୟ ଲୋକ ତାଙ୍କୁ ପସନ୍ଦ କଲେ ନାହିଁ । ଆଜି ବି ତାଙ୍କ ପରିଚୟ ତାଙ୍କ ନକରାତ୍ମକ ରୋଲ କାରଣରୁ ହିଁ ହୋଇଥାଏ ।ତାଙ୍କୁ ଦର୍ଶକ ଫିଲ୍ମରେ ଗୁଣ୍ଡା ରୂପରେ ହିଁ ଦେଖିବାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ସେ ଅନେକ ଫିଲ୍ମରେ ଖଳନାୟକର ଭୂମିକା କରିଛନ୍ତି ।

ଗୈଭିନ ପୈକର୍ଡ଼ :-

ଆପଣଙ୍କୁ ୯୦ ଦଶକ ସମୟର ଫିଲ୍ମ ମାନେଥିବ ତ ଜଣେ ଗୋରା ଯୁବକ ନିଶ୍ଚିନ୍ତ ଦେଖାଯିବ। ତାଙ୍କ ନାମ ହେଉଛି ଗୈଭିନ ପୈକର୍ଡ଼ । ସେ ମଧ୍ୟ ଦେଖିବାକୁ କୌଣସି ହିରୋ ଠୁ କମ୍ ନଥିଲେ । ୯୦ ଦଶକରେ ତାଙ୍କୁ ସବୁଠୁ ଅଧିକ ହ୍ୟାଣ୍ଡସମ ଖଳନାୟକ କୁହାଯାଉଥିଲା ।

ଏତେ ଭଲ ଲୁକ୍ସ ହେବା ପରେ ମଧ୍ୟ ସେ ବଲିଉଡ ରେ ହିରୋ ରୂପରେ ଫିଲ୍ମ ପାଇପାରିଲେ ନାହିଁ । ଏହା ପରେ ସେ ଖଳନାୟକ ହୋଇ ଲୋକମାନଙ୍କର ହୃଦୟ ଜିତିନେଲେ ।ତଡିପାର,ଚମତ୍କାର ଏବଂ ମୋହରା ପରି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକ ଆଜି ମଧ୍ୟ ମନେପକଉଛନ୍ତି ।

ରାହୁଲ ଦେବ :-

ସାଉଥ ଫିଲ୍ମ ରେ ରାହୁଲ ଦେବଙ୍କ ରାଜ ଚାଲେ । ସେ ଏଠାରେ ପ୍ରସିଦ୍ଧ ଖଳନାୟକ ରୂପରେ ତାଙ୍କର ଧାକ ଜମେଇ ସାରିଛନ୍ତି । ତେବେ ରାହୁଲ ମଧ୍ୟ ଖଳନାୟକ ନୁହେଁ ହିରୋ ହେବାକୁ ଚାହୁଁଥିଲେ । ସେ ମଡେଲିଙ୍ଗ ପରେ ଫିଲ୍ମକୁ ଆସିଲେ ।ତାଙ୍କ ବଡ଼ି ଏବଂ ଲୁକ୍ସ କୌଣସି ହିରୋ ଠୁ କମ ନୁହେଁ । ଏହା ପରେ ମଧ୍ୟ ଏହି ସୁପର ମଡେଲଙ୍କ ଭାଗ୍ୟରେ ଫିଲ୍ମର ଗୁଣ୍ଡା ହେବା ହିଁ ଲେଖା ଥିଲା । ଆଜି ବଲିଉଡ ହେଉ ଅବା ସାଉଥ ଫିଲ୍ମ,ସେ ଜଣେ ଖଳନାୟକ ଭାବରେ ହିଁ ପସନ୍ଦ କରାଯାନ୍ତି ।

ନିକିତିନ ଧୀର :-

ମହାଭାରତର କର୍ଣ ପଙ୍କଜ ଧୀରଙ୍କ ପୁଅ ନିକିତିନି ଧୀରଙ୍କ ନାଁ ମଧ୍ୟ ଏହି ଲଷ୍ଟ ରେ ସାମିଲ ଅଛି । ତାଙ୍କ ବ୍ୟକ୍ତିତ୍ୱ ତ ବଡ଼ ବଡ଼ ହିରୋଙ୍କ ଠୁ ଭଲ ଅଟେ । ଫିଟନେସ ମାମଲା ରେ ମଧ୍ୟ ସେ ବହୁତ ଆଗରେ ଅଛନ୍ତି । ଲୁକ୍ସ ମଧ୍ୟ ତାଙ୍କର ହିରୋ ଠୁ କମ୍ ନୁହେଁ ।ଏହା ପରେ ମଧ୍ୟ ତାଙ୍କୁ ହିରୋ ରୋଲ୍ ମିଳିପାରିଲା ନାହିଁ । ତେବେ ଦବଙ୍ଗ ୨ ହେଉ ଅବା ଯୋଦ୍ଧା ଆକବର କିମ୍ବା ରେଡି ଫିଲ୍ମ,ସବୁଥିରେ ସେ ନକାରାତ୍ମକ ଅଭିନୟ ହିଁ କରିଛନ୍ତି । ସେଉଠି ଚେନ୍ନାଇ ଏକ୍ସପ୍ରେସ ରେ ଥାନା ବଲ୍ଲୀର ଭୂମିକା ତ ଆଜି ମଧ୍ୟ ଦର୍ଶକ ମନେ ପକାଉଛନ୍ତି ।

Leave a Reply

Your email address will not be published. Required fields are marked *