ମାତ୍ର ୨୫୦୦୦ ଟଙ୍କାରେ ଆରମ୍ଭ କରନ୍ତୁ ମୋତି ଚାଷ, ପ୍ରତି ମାସରେ ହେବ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର, ସରକାର ଦେବେ 50% ସବସିଡ଼ି, ଜାଣନ୍ତୁ ଏହି ଚାଷ ବିଷୟରେ ସମ୍ପୂର୍ଣ ସୂଚନା

ମହାଙ୍ଗାଇ ସହିତ ଚାକିରିର ଚିନ୍ତାକୁ ଦୂର କରିବା ପାଇଁ ପ୍ରତ୍ୟକ ବ୍ୟକ୍ତି ନିଜର ବ୍ୟକ୍ତିଗତ ବ୍ୟବସାୟ ସେଟଅପ କରିବାକୁ ଚାହୁଁଛନ୍ତି। କିନ୍ତୁ ଅଧିକ ପୁଞ୍ଜି ନଥିବା କାରଣରୁ ଅଧାରୁ ଅଧିକ ଲୋକ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଅସମର୍ଥ ଅଟନ୍ତି। କାରଣ ଲୋକ ଭାବନ୍ତି ଯେ ବିନା ଟଙ୍କାରେ କୌଣସି ଭଲ ବ୍ୟବସାୟ ଆରମ୍ଭ ହୋଇପାରିବ ନାହିଁ।

କିନ୍ତୁ ବାସ୍ତବରେ ଏପରି କିଛି ନୁହଁ। କମ ବିନିଯୋଗରେ ମଧ୍ୟ ଆପଣ ଭଲ ବ୍ୟବସାୟ କରିପାରିବେ ଏବଂ ଅନେକ ଲୋକ ମଧ୍ୟ ଏପରି କରିଛନ୍ତି। ଆଜି ଆମେ ମୋତି ଚାଷ ବିଷୟରେ କହୁଅଛୁ, ଯାହା ମାଧ୍ୟମରେ ଆଜିକାଲି ଅନେକ ଲୋକ ଅଧିକ ଟଙ୍କା ରୋଜଗାର କରୁଛନ୍ତି।

ଆପଣ କେବଳ 25 ହଜାର ଟଙ୍କା ବିନିଯୋଗ କରି ଏହି ବ୍ୟବସାୟ ଆରମ୍ଭ କରିପାରିବେ ଏବଂ ମାସକୁ ପ୍ରାୟ 3 ଲକ୍ଷ ଟଙ୍କା ରୋଜଗାର କରିପାରିବେ।ଏଥିସହ ଏହି ବ୍ୟବସାୟ ବିଷୟରେ ଆଉ ଏକ କଥା ହେଉଛି ଏଥିରେ ସରକାର 50% ସବସିଡ଼ି ପ୍ରଦାନ କରୁଛନ୍ତି।

ମୋତି ଚାଷ ପାଇଁ ଏହି 3 ଟି ଜିନିଷ ଆବଶ୍ୟକ।

ମୋତି ଚାଷ କରିବା ପାଇଁ ଏହି 3 ଟି ଜିନିଷ ଯଥା:

ପ୍ରଥମଟି ହେଉଛି ପୋଖରୀ ପରି ଜଳଉତ୍ସ ଏବଂ ଦ୍ୱିତୀୟଟି ହେଉଛି ସିପ୍ ଯେଉଁଥିରୁ ମୋତି ବାହାର କରାଯାଏ। ଏହା ବ୍ୟତୀତ ମୋତି ଚାଷ ପାଇଁ ଆପଣଙ୍କୁ ଅଲଗା ତାଲିମ ଆବଶ୍ୟକ। ମୋତି ଚାଷ କରିବା ପାଇଁ ଆପଣ ନିଜ ଖର୍ଚରେ କିମ୍ବା ସରକାରଙ୍କ 50% ସବସିଡ଼ି ନେଇ ପୋଖରୀ ଖୋଳିପାରିବେ।

ଆପଣ ଅନ୍ୟ ରାଜ୍ୟରୁ ମଧ୍ୟ ସିପ୍ ପାଇପାରିବେ।

ଭାରତର ସର୍ବୋତ୍ତମ ଗୁଣବତ୍ତା ସିପ୍ ବା ଓଷ୍ଟର ବିହାରର ଦରବଙ୍ଗା ଏବଂ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ମିଳିଥାଏ। ମୋତି ଚାଷ ପାଇଁ ଆପଣଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଉଛି। ଯେଉଁଥିପାଇଁ ଆପଣ ହୋସାଙ୍ଗାବାଦ ଏବଂ ମହାରାଷ୍ଟ୍ର ପରି ସ୍ଥାନରୁ ଏହି ଶିକ୍ଷା ନେଇପାରିବେ।

ଏହିପରି ମୋତି ଚାଷ ଆରମ୍ଭ କରନ୍ତୁ।

ମୋତି ଚାଷ ପାଇଁ ବଛା ହୋଇଥିବା ସିପ୍ ବା ଓଷ୍ଟରକୁ ଭଲ ଭାବରେ ଏକ ଜାଲରେ ବନ୍ଧାହୋଇଯିବ। ଏହାପରେ ଏହିପରି ପୋଖରୀ ରେ ଏହାକୁ ରଖାଯିବ। ଯାହାଦ୍ୱାରା ଏହି ସିପ୍ ଗୁଡିକ ପୋଖରୀ ଭିତରେ ଭଲ ବାତାବରଣ ସୃଷ୍ଟି କରି ମୋତି ଉତ୍ପାଦନ କରିପାରିବେ। ଏହାପରେ ସେଗୁଡିକୁ ବାହାର କରାଯାଇ ଭଲଭାବରେ ଅସ୍ତ୍ରୋପଚାର କରାଯାଏ। ଏହି ଅସ୍ତ୍ରୋପଚାର ଏକ ଛାଞ୍ଚ ମାଧ୍ୟମରେ କରାଯାଏ। ଯାହା ମାଧ୍ୟମରେ ଏକ ସିପ୍ ତଥା ଓଷ୍ଟରର ଏକ ସ୍ତର ତିଆରି ହୁଏ ଯାହା ପରେ ସମୟ ସହ ଏହା ମୋତିର ଢାଲ ରୂପରେ ପରିଣତ ହୁଏ।

ଆପଣ କେବଳ 25000 ଟଙ୍କା ସହିତ ଆରମ୍ଭ କରିପାରିବେ।

ଏହି ଚାଷ ପାଇଁ ସର୍ବନିମ୍ନ ମୂଲ୍ୟ 25 ରୁ 30 ହଜାର ଟଙ୍କା ହୋଇଥାଏ।କିନ୍ତୁ ଯେତେବେଳେ ଗୋଟିଏ ଓଷ୍ଟରରୁ 2 ଟି ମୋତି ବାହାରକୁ ଆସେ ସେତେବେଳେ ସେମାନଙ୍କ ମଧ୍ୟରୁ ଗୋଟିଏର ମୂଲ୍ୟ ପ୍ରାୟ 120 ଟଙ୍କା ହୋଇଯାଏ। ମୋତିର ମୂଲ୍ୟ ସେମାନଙ୍କ ଗୁଣ ଉପରେ ନିର୍ଭର କରେ।

ଯଦି ମୋତିର ଗୁଣବତ୍ତା ଭଲ ହୋଇଥିବ ତେବେ ଏହାର ମୂଲ୍ୟ 200 ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଯାଇପାରେ। ଆପଣ ଏହି ବ୍ୟବସାୟକୁ ଏକ ଛୋଟ ସ୍କେଲରେ ମଧ୍ୟ ଆରମ୍ଭ କରିପାରିବେ ଯାହାର ମୂଲ୍ୟ 25 ରୁ 30 ହଜାର ଟଙ୍କା। କିନ୍ତୁ ପରେ ଧୀରେ ଧୀରେ ଆପଣଙ୍କ ରୋଜଗାର ସହିତ ଏହି ବ୍ୟବସାୟକୁ ବଡ ଆକାରରେ କରିପାରିବେ।

25 ହଜାର ଓଷ୍ଟରରୁ ମୋତି ବାହାର କରିବା ପାଇଁ 8 ଲକ୍ଷ ଟଙ୍କା ଖର୍ଚ ହୁଏ। କିନ୍ତୁ ଏଥିରୁ ଯେତେବେଳେ ମୋତି ବାହାର କରାଯାଏ ସେତେବେଳେ ସେଥିମଧ୍ୟରୁ କେତେକ ବେକାର ଓଷ୍ଟର ମଧ୍ୟ ବାହାରି ଥାଏ। ଯଦି ମନେକର ସମ୍ପୂର୍ଣ୍ଣ ଓଷ୍ଟରରୁ 50%ନଷ୍ଟ ହେଉଛି ତଥାପି ଆପଣ ପ୍ରତିବର୍ଷ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ।

Leave a Reply

Your email address will not be published. Required fields are marked *