ନିଜ ଦରମା ଟଙ୍କାରେ ଗାଁ ରାସ୍ତାକୁ ଆଲୋକିତ କଲେ ବୈଜ୍ଞାନିକ ପ୍ରଭାତ ରଞ୍ଜନ ଜେନା

କଣ୍ଟିଶାଳାର ସୁନାପୁଅ ପ୍ରଭାତ ଗାଁ ପ୍ରତି ରହିଛି ଶ୍ରଦ୍ଧା ଆଉ ସମ୍ମାନ । ପିଲା ଦିନେ ସେ ଯେମିତି କଷ୍ଟ ରେ ରହି ଛନ୍ତି , ବର୍ତ୍ତମାନ ର ପିଲା ଭୋଗିବେ ନାହିଁ । ଗ୍ରାମ ର ଅନ୍ଧକାର ଦୂର କରିବା ପାଇଁ ଯାଗାଇଓ ଆସିଛନ୍ତି ଜଣେ ଯୁବ । ପ୍ରଭାତ ତାଙ୍କ ଏକ ମାସ ର ଦରମା ସାଢେ ତିନି ଲକ୍ଷ ଟଙ୍କାରେ ଗ୍ରାମ ରେ ଲାଇଟ୍ ଲଗେଇ ଆଲୋକିତ କରିଛନ୍ତି । ଏପରିକି ଗାଁ ର ବୃଦ୍ଧ ଲୋକଙ୍କ ପାଇଁ ସଭା ଗୃହ ତିଆରିକରିଛନ୍ତି । ସେ ବାହାରେ ଶିଖା ପ୍ରାପ୍ତି କରି ଏକ ଘରୋଇ କାର୍ଯ୍ୟାଳୟ ରେ ଡାଟା ବୈଜ୍ଞାନିକ ଅଛନ୍ତି ।

ଛୁଟି ରେ ଗାଁ କୁ ଆସିଲେ ପିଲା ମାନଙ୍କୁ ପଢା ପଢ଼ନ୍ତି । ଗ୍ରାମ ବାସୀ ବହୁତ ଖୁସି ଅଛନ୍ତି। ବିପିନ ବିହାରୀଙ୍କ ସାନ ପୁଅ ପ୍ରଭାତ ବାଙ୍ଗାଲୋର ରେ ଡାଟା ବୈଜ୍ଞାନିକ ଭାବେ କାମ କରନ୍ତି। ତାଙ୍କର କାମ ପ୍ରାୟ ଅପରହାନ ଦୁଇଟା ବେଳେ ଆରମ୍ଭ ହୁଏ। ସେଥୀ ପାଇଁ ସେ ତାଙ୍କ ଅନୁଷ୍ଠାନ ଜରିଆରେ ଲକ୍ଷଲକ୍ଷ ପିଲାଙ୍କୁ ଡାଟା ସାଇନ୍ସ୍ ବିଷୟରେ ପାଠ ପଢ଼ନ୍ତି । ଜାପାନ ଏବଂ ଅନ୍ୟାନ ଦେଶର ପିଲା ଙ୍କୁ ଡାଟା ବିଷୟରେ ଶିଖା ଦିଅନ୍ତି ପ୍ରଭାତ।

ଆଗକୁ ବି ଅନେକ କିଛି କରିବାର ଆଶା ରଖିଛନ୍ତି ପ୍ରଭାତ।ବର୍ତ୍ତମାନ ର ଡିଜିଟାଲ ଯୁଗ ରେ ଡାଟା ର ମହତ୍ତ୍ୱ ବଢିଛି। ସେହି ଡାଟା କ୍ଷେତ୍ର ରେ ପରିଦର୍ଶିତା ହାସଲ କରି ନିଆଳିର କଣ୍ଟି ଶାଳା ଗାଁ ର ପ୍ରଭାତ ଖୁବ ପରିଚିତ ହେଇ ଛନ୍ତି।

Leave a Reply

Your email address will not be published. Required fields are marked *