ଦୀର୍ଘ ଦିନ ଧରି ଏକ ସାଧାରଣ ଧାରଣା ରହିଛି ଯେ ମଣିଷମାନେ ସ୍ୱାର୍ଥପର | ସମ୍ବଳ,ଶକ୍ତି ଏବଂ ସମ୍ପତ୍ତି ପାଇଁ ମଣିଷ ପରସ୍ପର ମଧ୍ଯରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଛାଏ ନାହିଁ। ଯଦି ଆମେ ଜଣକ ପ୍ରତି ଦୟାଳୁ ଅଛୁ, ତାହେଲେ ସାଧାରଣତ ଏହା ପଛରେ ଆମର କୌଣସି ଉଦ୍ଦେଶ୍ୟ ରହିଛି। ଆମେ ଆମର ଅନ୍ତର୍ନିହିତ ସ୍ୱାର୍ଥ ଏବଂ ବର୍ବରତାକୁ ନିୟନ୍ତ୍ରଣ ଏବଂ ଅତିକ୍ରମ କରିବାରେ ସଫଳ ହେବା ପାଇଁ ଆମ୍ଭମାନଙ୍କୁ ଭଲ ହେବାର ଛଳ କରିବାକୁ ପଡୁଛି।
ଆଜିକାଲି ଦୁନିଆରେ ମଣିଷ ନିଜ ମାନ-ବିକତା ହରାଇ ପଶୁ ଭଳି ବ୍ୟବହାର କରୁଥିବା ବେଳେ ପଶୁ ମଣିଷ କୁ ପ୍ରେମର, ଭରସାର ଏବଂ ବନ୍ଧୁତ୍ୱର ପାଠ ମଧ୍ୟ ପଢେଇ ପାରୁଛି। ତେବେ ବର୍ତ୍ତମାନ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନା କୁ ଆସିଛି।
ଏହି ଭିଡିଓଟି ରେ ଦେଖିବାକୁ ମିଳିଛି କି ରାସ୍ତାରେ ଗୋଟିଏ ପାଉଁରୁ ଖଣ୍ଡକ ପଡିଛି, ସେହି ପାଉଁରୁଟି କୁ ଏକ କାଉ ତା ଥଣ୍ଟରେ ଟିକେ ଟିକେ କରି ଖାଉଛି। ଏହି ସମୟରେ ସେହି ପାଉଁରୁଟିକୁ ଗୋଟିଏ ଛୋଟ ମୂଷା ଟିଏ ଦେଖିଛି। ମୂଷାଟି ନିଜ ଭୋକ ସମ୍ଭାଳି ନ ପାରି ତା ପାଖକୁ ଦୌଡ଼ି ଯାଉଛି କିନ୍ତୁ କାଉ କୁ ଦେଖି ଭ-ୟବି-ତ ହୋଇ ଯାଉଛି କାଳେ କାଉ ଖୁ-ମ୍ପି ଦେବ ତେବେ କିଛି ସମୟ ପର୍ଯ୍ୟନ୍ତ ଯିବା ପାଇଁ ଚେଷ୍ଟା କଲା କିନ୍ତୁ ନି-ରା-ଶ ହୋଇ ଶେଷ ରେ ରାସ୍ତାର ସେପଟକୁ ଚାଲିଗଲା।
କାଉ ଏହା ଦେଖି ହୁଏତ ତାକୁ ଟିକେ ଦୟା ଲାଗିଲା ଏବଂ ସେ ମୂଷାର ମନ କଥା ବୁଝି ପାରି ପାଉଁରୁଟି ରୁ ଛୋଟ ଖଣ୍ଡ ନେଇ ରାସ୍ତାର ସେପଟ ପାଖରେ ଥୋଇ ଦେଇ ଆସିଲା। କାଉ ଗଲା ପରେ ମୂଷା ମଧ୍ୟ ଆରାମ ଏବଂ ନିର୍ଭୀକ ରେ ସେ ପାଉଁରୁଟି ଖଣ୍ଡ କୁ ଖାଇବାକୁ ଲାଗିଲା।
ତେବେ ଏହି ସ୍ୱାର୍ଥପର ଦୁନିଆରେ ପଶପକ୍ଷୀମାନଙ୍କ ମଧ୍ଯରେ ପ୍ରେମ ଏବଂ ଅନାବିଳ ବନ୍ଧୁତାର ନିବିଡ଼ ସମ୍ପର୍କ ଦେଖାଯାଇଛି। ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେଉଥିବା ଏହି ଭିଡିଓଟିରୁ ମଣିଷ ମାନଙ୍କୁ କିଛି ଶିଖିବା ଉଚିତ୍।