ସ୍ୱଳ୍ପ ବଜେଟରେ ଏକ ନୂତନ 32-ଇଞ୍ଚ୍ ଆଣ୍ଡ୍ରଏଡ୍ ଟିଭି ମଡେଲ୍ ଖୋଜୁଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ 9 ହଜାରରୁ କମ୍ ମୂଲ୍ୟରେ ଉପଲବ୍ଧ ଶସ୍ତା ଟିଭି ମଡେଲ୍ ବିଷୟରେ କହିବାକୁ ଯାଉଛୁ। ଗ୍ରାହକମାନେ ଫ୍ଲିପକାର୍ଟରୁ ଏହି ଶସ୍ତା 32 ଇଞ୍ଚ ସ୍ମାର୍ଟ ଟିଭି ମଡେଲ୍ କିଣିପାରିବେ।
32 ଇଞ୍ଚ ଆଣ୍ଡ୍ରଏଡ୍ ଟିଭି ଫିଚର୍ସ।
ସପୋର୍ଟେଡ଼ ଆପ୍ ବିଷୟରେ କହିବାକୁ ଗଲେ ଏହି 32-ଇଞ୍ଚ୍ ଟିଭି ମଡେଲ୍ ରେ ୟୁଟ୍ୟୁବ୍ ବ୍ୟତୀତ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି ପ୍ଲସ ହଟଷ୍ଟାର ଆପକୁ ସପୋର୍ଟ କରେ। IPS ଗ୍ରେଡ୍ ପ୍ୟାନେଲ୍ ଡ଼ିସପ୍ଲେ ସହିତ 178 ଡିଗ୍ରୀ ଭ୍ୟୁଇଙ୍ଗ୍ ଆଙ୍ଗଲ୍ ସପୋର୍ଟ ଉପଲବ୍ଧ।
ଡିସପ୍ଲେ ବିଷୟରେ କହିବାକୁ ଗଲେ, ଏହି ଟିଭି ମଡେଲରେ 32-ଇଞ୍ଚ ସ୍କ୍ରିନ ଅଛି ଯାହା 1366 * 768 ପିକ୍ସେଲ ରେଜୋଲୁସନ ପ୍ରଦାନ କରେ। ସାଉଣ୍ଡ ଆଉଟପୁଟ୍ ବିଷୟରେ କହିବାକୁ ଗଲେ ଏହି ମଡେଲରେ 10 ୱାଟ ର 2ଟି ସ୍ପିକର ଅଛି ଏବଂ 60 Hz ରିଫ୍ରେସ ରେଟ ଉପଲବ୍ଧ।
କନେକ୍ଟିଭିଟି ପାଇଁ 1 ଏଚଡ଼ିଏମଆଇ ପୋର୍ଟ, ଗେମିଙ୍ଗ କନସୋଲ, ବ୍ଲୁ ରେ ପ୍ଲେୟାର, 2 ଟି USB ପୋର୍ଟ, 1 ହେଡଫୋନ୍ ଜ୍ୟାକ୍ ସେଟ୍-ଟପ୍ ବକ୍ସକୁ କନେକ୍ଟ କରିବା ପାଇଁ ପ୍ରଦାନ କରାଯାଇଛି। ଗ୍ରାହକଙ୍କ ପାଇଁ 512MB RAM ସହିତ 4 GB ଇଣ୍ଟରନାଲ ଷ୍ଟୋରେଜ୍ ପ୍ରଦାନ କରାଯାଇଛି। ଏହି ଟିଭି ମଡେଲ୍ ଆଣ୍ଡ୍ରଏଡ୍ ଟିଭି 9.0 ଓଏସ ରେ କାମ କରେ।
Yuwa 32 inch HD Ready LED Smart TV।
ଏହି ଟିଭି ମଡେଲ୍ ଫ୍ଲିପକାର୍ଟରେ 50 ପ୍ରତିଶତ ରିହାତିରେ ବିକ୍ରି ହେଉଛି ଅର୍ଥାତ ଏହି ଟିଭି 8,999 ଟଙ୍କାରେ ବିକ୍ରି ହେଉଛି।