ସଞ୍ଜୟ ଦତ୍ତଙ୍କୁ ନେଇ ଆସିଲା ରୋଚକ ତଥ୍ୟ, ତାଙ୍କର ଥିଲେ ୩୦୮ ଗାର୍ଲଫ୍ରେଣ୍ଡ ! ଲିଷ୍ଟରେ ସାମିଲ ଅଛନ୍ତି ରେଖା ଠାରୁ ଆରମ୍ଭ କରିକି ମାଧୁରୀଙ୍କ ପର୍ଯ୍ୟନ୍ତ ବଡ଼ବଡ଼ ନାୟିକା !

ସଞ୍ଜୟ ଦତ୍ତ ଙ୍କୁ କିଏ ବା ନ ଜାଣେ । ସଞ୍ଜୟ ଦତ୍ତ ଙ୍କୁ ନେଇ ଆସିଲା ରୋଚକ ତଥ୍ୟ । ଅନେକ ଗାର୍ଲଫ୍ରଣ୍ଡ କୁ ନେଇ ସବୁବେଳେ ଚର୍ଚ୍ଚା ରେ । ସେହି ଲିଷ୍ଟ୍ ରେ ସାମିଲ୍ ଅଛନ୍ତି ବଡ଼ ବଡ଼ ନାୟିକା । ସେ ତାଙ୍କ ପ୍ରଫେସନାଲ ଲାଇଫ ରେ ଯେତିକି ଚର୍ଚ୍ଚିତ ତା ଠାରୁ ବେଶୀ ରୋଚକ ହେଉଛି ତାଙ୍କ ପର୍ଶନାଲ୍ ଲାଇଫ। ଏଥି ପାଇଁ ତାଙ୍କର ବାଇୟୋପିକ୍ ଫିଲ୍ମ୍ ବେଶ୍ ହିଟ୍ ହୋଇଥିଲା । ଏଥିରେ ସଞ୍ଜୁ ଙ୍କ ପ୍ରେମ କାହାଣୀ ଓ ଜୀବନ ଉପରେ ଆଧାରିତ ହୋଇଥିଲା । ଏହି ଫିଲ୍ମ୍ ରେ ସଞ୍ଜୟ ଏକ ପ୍ଲେ ବୟ ଭାବରେ ଦର୍ଶା ଯାଇଥିଲେ । ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ତାଙ୍କର ୩୦୮ ଗାର୍ଲଫ୍ରଣ୍ଡ ଥିଲେ । ହେଲେ ସମସ୍ତଙ୍କ ନାମ ଜଣା ନ ଥିବା ବେଳେ ଏହି ଲିଷ୍ଟ ରେ କିଛି ଜଣା ଶୁଣା ନାମ ରହିଛି ।

ଖବର ଅନୁଯାୟୀ ଲିଷ୍ଟ ର ପ୍ରଥମ ନାମ ହେଉଛି ଟିନା ମୁନି ଯିଏ ବର୍ତ୍ତମାନ ପିନ୍ ଅମ୍ବାନୀ ଭାବରେ ପରିଚିତ ଅଟନ୍ତି । ୧୯୮୧ ରେ ଟୀନା ସଞ୍ଜୟ ଦତ୍ତ ଙ୍କ ପ୍ରେମିକା ଥିଲେ । ଏପରି କି ପରସ୍ପର କୁ ବିବାହ ମଧ୍ୟ କରିଥିଲେ । ସଞ୍ଜୟ ଙ୍କ ମଦ୍ୟପାନ ଅଭ୍ୟାସ ଯୋଗୁଁ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏହା ପରେ ଦ୍ଵିତୀୟ ରିଚା ଶର୍ମା । ସେ ଜଣେ ଗ୍ଲାମର୍ ମଡେଲ ଥିଲେ । ୧୯୮୭ ରେ ବିବାହ ମଧ୍ୟ କରିଥିଲେ ।

ତାଙ୍କର ଏକ ସନ୍ତାନ ହୋଇ ଥିଲା । ହେଲେ ଏହି ସମ୍ପର୍କ ରେ ବି ଫାଟ ପଡ଼ିଥିଲା । ତୃତୀୟ ରେ ମାଧୁରୀ ଦୀକ୍ଷିତ । ଫିଲ୍ମ୍ ସାଜନ୍ ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେହି ସମୟ ରେ ତାଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚା ରେ ଥିଲା । ୧୯୯୩ ରେ ମୁମ୍ବାଇ ବିସ୍ଫୋରଣ ରେ ସଞ୍ଜୟ ଙ୍କ ନାମ ଆସିବା ପରେ ମାଧୁରୀ ଅଲଗା ହୋଇ ଯାଇ ଥିଲେ । ଲିଷ୍ଟ ବର ରେଖା ଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ । ସେତେବେଳେ ଉଭୟ ଙ୍କ ଯୋଡ଼ି ବେଶ୍ ଚର୍ଚ୍ଚା ରେ ଥିଲା ।

Leave a Reply

Your email address will not be published. Required fields are marked *