କଳା ହଳଦୀ ଚାଷ କରି କୃଷକମାନେ ହୋଇପାରିବେ ମାଲାମାଲ,କିଲୋପ୍ରତି ଦାମ ୧୦୦୦ ଟଙ୍କା,ଜାଣନ୍ତୁ ଏହି ଚାଷ ବିଷୟରେ ସମ୍ପୂର୍ଣ ସୂଚନା

ଯଦି ଆପଣ ଚାଷ ମାଧ୍ୟମରେ ବମ୍ପର ରୋଜଗାର କରିବାକୁ ଚାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉତ୍ପାଦ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଭାଗ୍ୟ ଖୋଲିଦେବ। ଏହା ଏପରି ଏକ ବ୍ୟବସାୟ ଯାହା ଦ୍ୱାରା ଆପଣ ଥରକରେ ଧନୀ ହୋଇପାରିବେ। ଆମେ କଳା ହଳଦି ଚାଷ ବିଷୟରେ କହୁଛୁ। ଏହା ସବୁଠାରୁ ମ-ହ-ଙ୍ଗା ଉତ୍ପାଦ ମଧ୍ୟରୁ ଗୋଟିଏ। କଳା ହଳଦିର ଅନେକ ଔଷଧୀୟ ଗୁଣ ହେତୁ ଏହାର ମୂଲ୍ୟ ବହୁତ ଅଧିକ।

କୃଷକ ମାନେ କଳାହଳଦି ଚାଷରୁ ବିପୁଳ ଅର୍ଥ ଅର୍ଜନ କରିପାରିବେ। କଳାହଳଦି ଗଛର ପତ୍ରରେ ଏକ କଳା ରଙ୍ଗର ରେଖା ଥାଏ। ଏହି ହଳଦିର ଭିତର ଅଂଶ କଳା ନଚେତ ବାଇଗେଣି ରଙ୍ଗର ଅଟେ। ଆସନ୍ତୁ ଜାଣିବା କଳାହଳଦି କିପରି ଚାଷ କରାଯାଏ ଏବଂ କେତେ ଲାଭ ହୁଏ।

ଜୁନ ମାସରେ କଳାହଳଦି ଚାଷ କରାଯାଏ। ଏହା ଉର୍ବର ମାଟିରେ ଭଲ ଚାଷ ହୋଇଥାଏ। ଏହାକୁ ଚାଷ କରିବା ବେଳେ ଧ୍ୟାନ ଦେବା ଉଚିତ ଯେ ବର୍ଷା ଜଳ ଯେପରି କ୍ଷେତରେ ନ ଜମେ। ଗୋଟିଏ ହେକ୍ଟରରେ ପ୍ରାୟ 2 କ୍ୱିଣ୍ଟାଲ କଳାହଳଦି ବୁଣାଯାଏ। ଏହାର ଫସଲ ଅଧିକ ଜଳସେଚନ ଆବଶ୍ୟକ କରେନାହିଁ। କେବଳ ଏତିକି ନୁହେଁ ଏହା ମଧ୍ୟ କୌଣସି କୀଟନାଶକ ଆବଶ୍ୟକ କରେନାହିଁ। କାରଣ ଏଥିରେ କୌଣସି କୀଟ ହୁଅନ୍ତି ନାହିଁ। କିନ୍ତୁ ଚାଷ କରିବା ପୂର୍ବରୁ ଭଲ ଭାବରେ ଗୋବରଖତ ପ୍ରୟୋଗ କଲେ ଅମଳ ଭଲ ହେବ।

କଳାହଳଦି ର ମୂଲ୍ୟ ବଜାରରେ ସର୍ବାଧିକ।

ସାଧାରଣ ହଳଦିଆ ହଳଦି 60-100 ଟଙ୍କା ପ୍ରତି କିଲୋଗ୍ରାମ ପିଛା ବିକ୍ରି ହୁଏ। କିନ୍ତୁ କଳାହଳଦିର ମୂଲ୍ୟ 800-1000 ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କାରେ ବିକ୍ରି ହୁଏ। ସବୁଠାରୁ ବଡ କଥା ହେଉଛି ବର୍ତମାନ ସମୟରେ କଳା ହଳଦି ବହୁତ କଷ୍ଟରେ ଉପଲବ୍ଧ ହେବ। କୋଭିଡ ପରେ ଏହାର ଚାହିଦା ବହୁତ ବୃଦ୍ଧି ପାଇଛି। ଏହା ଏକ ରୋଗ ପ୍ରତିରୋଧକ ଶକ୍ତି ଭାବରେ ବ୍ୟବହୃତ ହୁଏ। କଳାହଳଦି ଏହାର ଔଷଧିୟ ଗୁଣ ପାଇଁ ପ୍ରସିଦ୍ଧ। ଏହା ଆୟୁର୍ବେଦ, ହୋମିଓପାଥ ଏବଂ ଅନେକ ଔଷଧୀୟ ଗୁଣ ପାଇଁ ବ୍ୟବହୃତ ହୁଏ

ଲାଭ।

ଗୋଟିଏ ଏକରରେ କଳାହଳଦି ଚାଷ କରି କଞ୍ଚା ହଳଦି ପ୍ରାୟ 50-60 କ୍ୱିଣ୍ଟାଲ ଅର୍ଥାତ ଶୁଖିଲା ହଳଦି 12-15 କ୍ୱିଣ୍ଟାଲ ପର୍ଯ୍ୟନ୍ତ ମିଳିଯାଏ। କଳାହଳଦି ଚାଷ ବହୁତ କମ ମାତ୍ରାରେ ହେଲେ ମଧ୍ୟ ଏହାର ଦାମ ବହୁତ ଅଧିକ। କଳା ହଳଦି ପାଖାପାଖି 500 ଟଙ୍କାରେ ବିକ୍ରି ହୋଇଯାଏ। ଏପରି ଅନେକ କୃଷକ ଅଛନ୍ତି ଯେଉଁମାନେ କଳାହଳଦିକୁ 4000 ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି କରିଛନ୍ତି। ଅନେକ ଅନଲାଇନ ୱେବସାଇଟ୍ ରେ କଳାହଳଦି 500- 5000ଟଙ୍କା ଭିତରେ ବିକ୍ରି ହୋଇଯାଏ। ଯଦି ଆପଣଙ୍କ କଳାହଳଦି 500 ଟଙ୍କାରେ ବି ବିକ୍ରି ହୁଏ ତେବେ 15 କ୍ୱିଣ୍ଟାଲ ହିସାବରେ 7.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ହେବ। କିନ୍ତୁ ଯଦି 4000 ଟଙ୍କା ହିସାବରେ ବିକ୍ରି ହୁଏ ତେବେ ଆପଣ ମାଲାମାଲ ହୋଇଯିବେ।

Leave a Reply

Your email address will not be published. Required fields are marked *