ବର୍ତ୍ତମାନ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ରହୁଛନ୍ତି। ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଅଛି ଯାହାକି ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରାଲ ହେଉଅଛି। ଏହି ସମସ୍ତ ଘ-ଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ। ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ତେବେ ଏହି ଭିଡିଓଟି ବର୍ତ୍ତମାନ ସବୁଆଡେ ସ୍ଥାନରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି।
ବଲାଙ୍ଗୀରର ଜଗନ୍ନାଥ ପଡ଼ାରେ ହେଉଥିବା ରାମଲୀଳାରେ ରାବଣ ଚରିତ୍ରରେ ଅଭିନୟ କରୁଥିବା ରାବଣ ହେଉଛନ୍ତି ଜଣେ ବଲାଙ୍ଗୀର ମେଡିକାଲର ପ୍ରସୂତି ବିଭାଗର ଡାକ୍ତର ରୁଦ୍ର ପଟେଲ। ସେ ରାତିରେ ବିକଟାଳ ହସ ହସୁଥିବା ରାବଣଯେ ଜଣେ ଜଣାଶୁଣା ଡାକ୍ତର ତାହା କେହି ମଧ୍ୟ ବିଶ୍ବାସ କରିପାରିବେ ନାହିଁ। ତେବେ ଗୋଟେ ସାକ୍ଷାତକାରରେ ରୁଦ୍ର ପଟେଲ କହିଛନ୍ତିକି-‘ରାତିରେ ଯେଉଁ କ୍ୟାରେକ୍ଟରରେ ମୁଁ ଆସୁଛି। ରାବଣ କ୍ୟାରେକ୍ଟର ସେଇଟା ରାମଳୀଳା ପାଇଁ ଉସର୍ଗୀକୃତ।ଆଉ ଦିନ ସମୟରେ ମୁଁ ରୋଗୀ ସେବା ପାଇଁ ଉସର୍ଗୀକୃତ।
ସେଇଟା ସେ ମଞ୍ଚ ପାଇଁ ଉପଯୁକ୍ତ ମୁଁ ଯଦି ସେଇଟା ନ କରିବି ତେବେ ଆମେ ରାମନୀଳା କରିପାରିବା ନାହିଁ ମୋତେ ସେ ଦାୟିତ୍ଵ ଦିଆଯାଇଛି। ମୋତେ ତାକୁ ବି ନିଖୁଣ ହିସାବରେ ଚେଷ୍ଟା କରି ବାହାର କରିବାର ଅଛି ଆଉ ଦିନ ସମୟରେ ରୋଗୀମାନଙ୍କର ଦୁଃଖ ସୁଖରେ ଭାଗୀଦାର ହେବାର ଅଛି। ମୋତେ ଏଥିପାଇଁ ପରିଶ୍ରମ କରିବାକୁ ପଡୁଛି। ଗୁରୁ ଆଉ ତାଙ୍କ ସହଯୋଗୀମାନେ ନିର୍ଦ୍ଦେଶ ଦେଇଛନ୍ତି ନିଜର ମନ ଭିତରେ ସେହି ଭାବନା ଆଣିବା ପାଇଁ ବିଭିନ୍ନ ଉପାୟ ମଧ୍ୟ ବତାଉଛନ୍ତି। ସେଇଟା ମୁଁ ରୋଗୀ ଦେଖିବା ସମୟରେ ଓ ମୋ ଦୈନଦିନ ଜୀବନରେ ସେଲ୍ଫ ରିଏଲସେଲ କରେ। ସେ ଭାବନାକୁ ମୁଁ ସବୁବେଳେ ରଖିକି କାମ କରେ’।