ମାଆ ଏକ ଫେକ୍ ପ୍ରୋଫାଇଲ ତିଆରି କରି ଝିଅ ସହିତ କଲେ ଚାଟ, ଆଉ ତାପରେ ଏକ ଶିକ୍ଷା ଦେବା ପାଇଁ ନିଜ ଝିଅକୁ କଲେ ଅପ-ହ-ରଣ…ଜାଣନ୍ତୁ ପୁରା ଘଟଣା

ପିତାମାତାମାନେ ନିଜ ପିଲାମାନଙ୍କୁ ଠିକ- ଭୁଲ ବିଷୟରେ ବୁଝାଇବା ପାଇଁ କଣ ନ କରନ୍ତି ? ନିଜ ପିଲାମାନଙ୍କୁ ସୁର-କ୍ଷିତ ରଖିବା ପାଇଁ ପିତାମାତାମାନେ ସମସ୍ତ ପ୍ରକାର ଚେଷ୍ଟା କରନ୍ତି ଯାହା ଦ୍ଵାରା ସେମାନେ କାହା ସହିତ ବନ୍ଧୁତା କରିବେ ଏବଂ କାହା ସହିତ କରିବେ ନାହିଁ ତାହା ବୁଝିପାରିବେ। ପ୍ରାୟତଃ କିଶୋର ବର୍ଷରେ ପିଲାମାନେ ଖରାପ ହେବାର ସମ୍ଭାବନା ଥାଏ ଯେତେବେଳେ ହରମୋନାଲ ବିକାଶ ହୁଏ ସେମାନଙ୍କର ସମସ୍ତ ଚିନ୍ତାଧାରା ଶକ୍ତିରେ ହଠାତ୍ ପରିବର୍ତ୍ତନ ଘଟିଥାଏ।

କିଶୋର ଅବସ୍ଥା ଏପରି ଏକ ପର୍ଯ୍ୟାୟ ଯେତେବେଳେ ପିଲାମାନଙ୍କୁ ଗମ୍ଭୀର ଧ୍ୟାନ ନଦେଲେ ସେମାନେ ଭୁଲ ପଥ ଯାଇପାରନ୍ତି। ଯଦି ସେମାନେ ସଠିକ୍ ଶିକ୍ଷା ପାଇଥିବେ, ତେବେ ତାହା ତାଙ୍କ ପାଇଁ ଆଶୀର୍ବାଦ ପରି ହେବ। ଯଦି ସେମାନେ ଭୁଲ୍ କମ୍ପାନୀ ପାଇବେ ତେବେ ତାଙ୍କ ଜୀବନ ବ-ର୍ବା-ଦ ହୋଇଯିବ। 14 ବର୍ଷ ଝିଅର ମାଆ ଲେସି ୱିଲସନ ନିଜ ଝିଅକୁ ସଠିକ୍ ପଥର ଅନୁସରଣ କରାଇବା ଏବଂ ଭୁଲ୍ ପଥକୁ ବିଶ୍ବାସ ନକରିବା ପାଇଁ ଏପରି ପଦକ୍ଷେପ ନେଇଥିଲେ ଯେ ଲୋକମାନେ ତାଙ୍କୁ ଏକ ହାନିକାରକ ମା ବୋଲି କହିବା ଆରମ୍ଭ କରିଥିଲେ।

ଝିଅକୁ ଏକ ଶିକ୍ଷା ଦେବା ପାଇଁ ମାଆ ହେଇଗଲେ କିଡ-ନାପ-ର।

ଝିଅକୁ ଠିକ ଏବଂ ଭୁଲର ପାର୍ଥକ୍ୟ ବୁଝାଇବା ପାଇଁ ମାଆ ଲେସି ୱିଲସନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କୌଣସି ପିତାମାତାଙ୍କ ପାଇଁ ସହଜ ନୁହେଁ। କିନ୍ତୁ ଲେସି ତାଙ୍କ ଝିଅର ବିଶ୍ୱାସକୁ ସବୁଦିନ ପାଇଁ ଜିତିବା ପାଇଁ କିଛି ଦିନର କ୍ରୁରତାର ସାହାରା ନେଇଥିଲେ। ଲେସିଙ୍କ ଝିଅକୁ ମାତ୍ର 14 ବର୍ଷ ହୋଇଥିଲା ଯେତେବେଳେ ସେ ଏକ ପୁଅର ନକଲି ପ୍ରୋଫାଇଲ୍ କରି ଝିଅ ସହିତ ବନ୍ଧୁତା କରିଥିଲେ। ତାଙ୍କୁ ସହରରେ ନୂଆ ବୋଲି କହି ତାଙ୍କ ସହ ଚାଟିଂ କରୁଥିଲେ। ତାପରେ ଘର ବାହାରେ ସାକ୍ଷାତ କରିବାର ବାହାନା କରି ତାଙ୍କୁ ଅପ-ହର-ଣ କରିବାକୁ ଚେଷ୍ଟା କରିଥିଲେ। ଲୋକମାନେ ସୋସିଆଲ ମିଡିଆରେ ମାଆର ଏହି ବାଟକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

ଶିକ୍ଷା ଠିକ କାମ କଲା, ଝିଅଟି ହେଇଗଲା ସବୁଠାରୁ ଭଲ ସାଙ୍ଗ।

ଏକ ନ-କ-ଲି ପ୍ରୋଫାଇଲ୍ ମାଧ୍ୟମରେ ଲେସି ଝିଅଟିକୁ ବଗିଚାକୁ ଡାକିଲେ ଏବଂ ବୁଦା ଭିତରେ ଲୁ-ଚି ରହିଥିଲେ। ଝିଅଟି ଆସିବା ମାତ୍ରେ ସେ ତାକୁ ପଛରୁ ଆକ୍ରମଣକାରୀ ଢଙ୍ଗରେ ଧରିଥିଲେ। ସେ କହିଥିଲେ ଯେ ତାଙ୍କର ଉଦ୍ଦେଶ୍ୟ କେବଳ ଝିଅକୁ ବୁଝାଇବା ଯେ ସେ କିପରି କାହାର ଠ-କେ-ଇରେ ଅତି ସହଜରେ ପଡ଼ିଗଲେ। ଏହିପରି ଯେକେହି ତାଙ୍କୁ ଯେକୌଣସି ସମୟରେ ବୋ-କା ବନାଇ ପାରିବେ। ମହିଳା ଜଣକ ସୋସିଆଲ ମିଡିଆରେ ଏହି କାହାଣୀ ସେୟାର କରିବା ମାତ୍ରେ ଲୋକଙ୍କଠାରୁ ବିଭିନ୍ନ ପ୍ରକାରର ମନ୍ତବ୍ୟ ଆସିବାକୁ ଲାଗିଲା। କେହି କେହି ଜଣେ ମାଆ ଭାବରେ ତାଙ୍କର ଚିନ୍ତା ଏବଂ କାର୍ଯ୍ୟକୁ ଯଥାର୍ଥ ବୋଲି କହିଥିବାବେଳେ କେତେକ କହିଥିଲେ ଯେ ଏକ ଶିକ୍ଷା ଶିଖିବା ନାମରେ ମାଆ ହାନିକାରକ ହୋଇଗଲେ। ଅନ୍ୟ ପଟେ ଲେସି କହିଥିଲେ ଯେ ତାଙ୍କ ଧାରଣା କିପରି କାମ କଲା ଏବଂ ତାଙ୍କ ଝିଅ ବର୍ତ୍ତମାନ 16 ବର୍ଷ ବୟସରେ ମଧ୍ୟ ତାଙ୍କର ସର୍ବୋତ୍ତମ ବନ୍ଧୁ ହୋଇପାରିଛନ୍ତି ସେ ତାଙ୍କ ଜୀବନ ବିଷୟରେ ସବୁକିଛି ନିଜ ମାଆ ସହିତ ସେୟାର କରନ୍ତି।

Leave a Reply

Your email address will not be published. Required fields are marked *