ଜୀ-ସାର୍ଥକ ଶୋରୁ ବିଦା କରିବା ପରେ ପୁଣିଥରେ ଅନୁଭବଙ୍କୁ ଏମିତି ହଇ-ରାଣ କରିଲା ଜୀ-ସାର୍ଥକ , ନିଜେ ଅନୁଭବ ଦେଲେ ଏମିତି ରାୟ

ଆପଣମାନେ ନିଶ୍ଚିତ ଜାଣିଥିବେ ଜି ସାର୍ଥକରେ ପ୍ରଯୋଜିତ ହେଉଥିବା ଓଡ଼ିଶାର ସବୁଠାରୁ ବଡ ରିୟାଲିଟି ସୋ ଦାଦାଗିରିର ହୃଦୟରୁ ଅନୁଭବ ମହାନ୍ତିଙ୍କୁ କାଢ଼ି ଦିଆଯାଇଛି ଓ ଏଥିପାଇଁ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ଅନୁଭବ ମହାନ୍ତି ପ୍ରଥମ ଥର ପାଇଁ ଏକ ସୋରେ ଏଣ୍ଟ୍ରି କରିଥିଲେ ଆଉ ସୋଟି ମଧ୍ୟ ବହୁତ ହାଇଲାଇଟ ହୋଇ ଯାଇଥିଲା।

ଅନୁଭବ ମହାନ୍ତିଙ୍କର ହୋଷ୍ଟିଂ କରିବା ଶୈଳୀ ଲୋକମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଥିଲା। ଅନୁଭବ ମହାନ୍ତିଙ୍କ ପାଇଁ ଜି ସାର୍ଥକ ଏବଂ ଏମିତି କିଛି ହଇରାଣ କରିଛି ତାହା ଅନୁଭବ ମହାନ୍ତି ନିଜର ସୋସିଆଲ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ତେବେ ଆସନ୍ତୁ ଜାଣିବା।

ଅନୁଭବ ମହାନ୍ତି ଜି ସାର୍ଥକରେ ପ୍ରସାରିତ ହେଉଥିବା ଦାଦାଗିରି ହୃଦୟରୁ ସୋର କିଛି କଣ୍ଟେଣ୍ଟ ନିଜର ଫେସବୁକରେ ପୋଷ୍ଟ କରିଥିଲେ। ତାହା ପୁଣି ଅନୁଭବ ମହାନ୍ତିଙ୍କର କହିବା ଅନୁସାରେ ଏହା ସେ ମେକରମାନଙ୍କୁ ଜଣାଇ ପୋଷ୍ଟ କରିଥିଲେ। କିନ୍ତୁ ଏହି ସବୁ ପୋଷ୍ଟକୁ ରି-ପୋ-ର୍ଟ କରି ଦେଇଛି ଜି ସାର୍ଥକ।

ଅନୁଭବ ମହାନ୍ତିଙ୍କୁ ଜି ସାର୍ଥକ ସବୁ ପୋଷ୍ଟରୁ ରି-ପୋ-ର୍ଟ କରିବା ସହିତ କପି ରାଇଟ କ୍ଲେମ୍ ମଧ୍ୟ ଦେଇଛି ଯାହାକି ଅନୁଭବ ମହାନ୍ତି ତାଙ୍କ ବିନା ଅନୁମତିରେ ଏହି ପୋଷ୍ଟ ଗୁଡ଼ିକୁ ବ୍ୟବହାର କରିଛି ବୋଲି ଜି ସାର୍ଥକ କହିଛି ଏବଂ ଅନୁଭବ ମହାନ୍ତି ସ୍କ୍ରିନ୍ ସଟ ନେଇ ଏହାକୁ ପୋଷ୍ଟ କରିଛନ୍ତି।

ଏହାପରେ ଅନୁଭବ ମହାନ୍ତି ମଧ୍ୟ କହିଛନ୍ତିଯେ ମୋ ଦ୍ଵାରା ଯାହା ହୋଇ ପାରିଥିଲା ମୁଁ କରିଥିଲି ଏବଂ ସେଠାରେ ଯେଉଁମାନେ ଅଛନ୍ତି ସେମାନେ ମୋ ଠାରୁ ସିନିୟର୍ ତାଙ୍କୁ ମୁଁ ସମ୍ମାନ କରେ ଏବଂ ସେ ମଧ୍ୟ ଭଲ କରିବେ ବୋଲି ଆଶା କରୁଛି।

Leave a Reply

Your email address will not be published. Required fields are marked *