ବଦଳିଲା ନାଁ, ବଦଳିଲେ ହୋଷ୍ଟ୍; ଅନୁଭବଙ୍କୁ ବାହାର କରି ସିଦ୍ଧାନ୍ତଙ୍କୁ କଲେ ସାମିଲ,ଜାଣନ୍ତୁ ଏ ନେଇ କଣ କହୁଛନ୍ତି ଅନୁଭବ ?

ଜୀ ସାର୍ଥକର ଲୋକପ୍ରିୟ ଓଡ଼ିଆ ରିଅଲିଟି ସୋ’ ‘ଦାଦାଗିରି ହୃଦୟରୁ’ ରେ ଏଣିକି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବଦଳରେ ଲୋକପ୍ରିୟ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ଦେଖିବାକୁ ମିଳିବ । ଗତ ଜାନୁଆରି ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ରିଅଲିଟି ସୋ’ ପ୍ରତି ଶନି ଓ ରବିବାର ପ୍ରସାରିତ ହେଉଥିବା ବେଳେ ଅନୁଭବଙ୍କ ଉପସ୍ଥାପନା ଏହାକୁ ଆହୁରି ଲୋକପ୍ରିୟ କରିଥିଲା । କିନ୍ତୁ ବର୍ତ୍ତମାନ ସିଦ୍ଧାନ୍ତଙ୍କ ଉପସ୍ଥାପନା ଦର୍ଶକଙ୍କୁ ଆହୁରି ଆମୋଦିତ କରିବ ।

ସୋ’ରେ ସିଦ୍ଧାନ୍ତଙ୍କ ପ୍ରବେଶ ସହ ସୋ’ର ନାମକୁ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସୋ’ର ନାମ ‘ଦାଦାଗିରି ହୃଦୟରୁ’ ଥିବା ବେଳେ ଏବେ ଏହାକୁ ପରିବର୍ତ୍ତନ କରି ‘ପ୍ରତିଭାର ଦାଦାଗିରି’ ରଖାଯାଇଛି । ଏନେଇ ସୋ’ର ନୂଆ ପ୍ରମୋ ମଧ୍ୟ ଆସିସାରିଛି । ପ୍ରମୋକୁ ଦେଖି ସିଦ୍ଧାନ୍ତଙ୍କ ପ୍ରଶଂସକମାନେ ନିଜର ଖୁସିବ୍ୟକ୍ତ କରିବା ସହ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନ୍ୟପଟେ ଅନୁଭବ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରି ନିଜ ପ୍ରଶଂସକମାନଙ୍କୁ ଶାନ୍ତ୍ବନା ଦେବା ସହ କହିଛନ୍ତି, ‘ଯାହା ହୁଏ ଭଲ ପାଇଁ ହୁଏ । ଆପଣମାନେ ଆଗକୁ ମୋତେ ନେଇ ଆହୁରି ଭଲ ଖବର ଶୁଣିବେ’। ‘ନା ମୁଁ ଆଉ ଦାଦାଗିରି କରିବି ନାହିଁ । ମତେ ମୋ ଅଞ୍ଚଳବାସୀଙ୍କ କଥା ବୁଝିବା‌କୁ ପଡ଼ିବ । ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଆଜି ମୁଁ ସାଂସଦ ହୋଇଛି ।

ଚଳଚ୍ଚିତ୍ର, ଧାରାବାହିକ ଓ ରିଅଲିଟି ସୋ’ରେ ମୁଁ ବାନ୍ଧି ହୋଇ ମୁଁ ସଧାରଣ ଲୋକଙ୍କ କଥା ବୁଝି ପାରୁ ନାହିଁ । ଏଣୁ ମୁଁ ‌ଲୋକଙ୍କ ସହ ଯୋଡ଼ି ହେବାକୁ ଏହି ସୋ’କୁ ଛାଡ଼ିବାର ନିଷ୍ପତ୍ତି ନେଇଛି । ସେଥିପାଇଁ ସେ ମଧ୍ୟ ନିଜର ଫେସବୁକ୍ ଇନଷ୍ଟାଗ୍ରାମ୍ ଆଦି ସୋସିଆଲ ମିଡ଼ିଆ ଆକାଉଣ୍ଟ ସବୁରୁ ସେୟାର କରିଥିବା ଉକ୍ତ କାର୍ଯ୍ୟକ୍ରମ ସହ ଜଡିତ ଅନେକ ଭିଡିଓ, ଫଟୋ ଓ ପ୍ରମୋ ଆଦିକୁ ଡିଲିଟ କରିଦେଇଛନ୍ତି । ସୂଚନାଯୋଗ୍ୟ ଖୁବଶୀଘ୍ର ଅନୁଭବଙ୍କ ନୂଆ ଚଳଚ୍ଚିତ୍ର ‘ରାବଣ’ ମୁକ୍ତିଲାଭ କରିବାକୁ ଯାଉଛି ।

Leave a Reply

Your email address will not be published. Required fields are marked *