ରଣବୀର କପୁର – ଆଲିଆ ଭଟ୍ଟଙ୍କୁ ମିଳିଲା ଶାନଦାର ଉପହାର,ସୁରଟର ଜୁଏଲର୍ ପଠାଇଲେ ସୁନାର ଗୁଲଦସ୍ତା, ଦେଖନ୍ତୁ ଭିଡ଼ିଓ ।

ବଲିଉଡ଼ର ଅଗଣାରେ ବହୁତ ଦିନରୁ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ବିବାହର ଖବର ଶୁଣାଯାଉଥିଲା । ସମସ୍ତଙ୍କୁ ଏହି ଦୁହିଁଙ୍କର ବିବାହର ଅପେକ୍ଷା ବହୁତ ରହିଥିଲା । ତେବେ ଶେଷରେ ୧୪ ଅପ୍ରେଲ୍ ୨୦୨୨ କୁ ସମସ୍ତଙ୍କର ଅପେକ୍ଷା ଶେଷ ହୋଇଗଲା । ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇ ଦୁହେଁ ଦୁହିଁଙ୍କର ହୋଇଗଲେ ।ଆଲିଆ ରଣବୀରଙ୍କ ବିବାହର କାଯ୍ୟକର୍ମ ବୁଧବାର ଅର୍ଥାତ ୧୩ଅପ୍ରେଲ୍ ରୁ ହିଁ ଆରମ୍ଭ ହୋଇଯାଇଥିଲା ।

ଆପଣଙ୍କୁ କହିରଖୁଛୁ କି ଆଲିଆ ଭଟ ଏବଂ ରଣବୀରଙ୍କ ଏହି ଖାସ ସମୟରେ ପରିବାର ଏବଂ ବନ୍ଧୁ ତାଙ୍କ ଘରେ ଏକାଠି ହେଲେ ଏବଂ ଅତିଥିମାନଙ୍କ ଯିବା ଆସିବା ବ୍ୟତୀତ ଘରକୁ ଉପହାର ଆସିବା ଆରମ୍ଭ ମଧ୍ୟ ହୋଇଗଲା । ତେବେ ବଲିଉଡ ର ଏହି ପ୍ରସିଦ୍ଧ ଦମ୍ପତିଙ୍କ ପ୍ରସଂଶକଙ୍କ ପ୍ରତ୍ୟେକ ଏଜ ଗ୍ରୁପ ଏବଂ ଭିନ୍ନ ଭିନ୍ନ ଫିଲ୍ଡ଼ରେ ଯୋଡି ହୋଇ ଅଛନ୍ତି । ଏହି ସମୟରେ ସୁରଟର ଜଣେ ଜୁଏଲର ତାଙ୍କ ପସନ୍ଦର ତାରକା ପାଇଁ ବିବାହର ଗୋଟିଏ ଶାନଦାର ଉପହାର ପଠାଇଥିଲେ ।

ବିବାହରେ ସୁରଟର ଜୁଏଲର୍ ପଠାଇଲେ ଉପହାର :-

ବାସ୍ତବରେ ସୋସିଆଲ୍ ମିଡ଼ିଆରେ ଗୋଟିଏ ଭିଡ଼ିଓ ବହୁତ ଜୋରେ ଭାଇରାଲ୍ ହେଉଛି । ଆପଣ ସମସ୍ତେ ଏହି ଭିଡ଼ିଓ ରେ ଦେଖିପାରୁଥିବେ କି ଦୁଇଜଣ ଲୋକ ଦେଖାଯାଉଛନ୍ତି,ଯିଏ କି ରଣବୀର ଏବଂ ଆଲିଆ ଭଟ ଙ୍କ ପାଇଁ ବିବାହର ଉପହାର ନେଇକି ଆସିଛନ୍ତି । ଏହି ଦୁଇ ଲୋକଙ୍କ ହାତରେ ଧଳା ସ୍ୱଚ୍ଛ ଫଏଲ୍ ସହିତ ଗୁଡ଼ାଯାଇଥିବା ଏକ ଭାରୀ ବୁକେକୁ ଦେଖିପାରିବେ । କିନ୍ତୁ ଏହି ବୁକେ ସାଧାରଣତ ପୁଷ୍ପ ନୁହେଁ ବରଂ ଏହା ଏକ ସ୍ୱତନ୍ତ୍ର ବୁକେ ଅଟେ ।

ଆଜ୍ଞା ହଁ ଯେଉଁ ବ୍ୟକ୍ତି ବୁକେ ନେଇକି ଆସିଛନ୍ତି ତାଙ୍କର ଏହିପରି ଦାବି ରହିଛି କି ବୁକେ ସୁନାରେ ତିଆରି ହୋଇଛି । ଏହି ବୁକେ ର ଫୁଲର ପତ୍ର ସୁନା ଫାଇଲ ରେ ତିଆରି କରାଯାଇଛି ଏବଂ ୧୦୦% ସତ ଅଟେ । ଏହି ଲମ୍ବା ଚୌଡା ସୁନାର ବୁକେକୁ ସୁରଟର ଜଣେ ଜୁଏଲର୍ ବିବାହର ଉପହାର ହିସାବରେ ପଠାଇଛନ୍ତି ।

ଭିଡ଼ିଓ ରେ ବ୍ୟକ୍ତି କହୁଥିବାର ନଜର ଆସିଛନ୍ତି କି ଆମେ ସୁରଟ ରୁ ଆସିଛୁ । ଏହା ରଣବୀର ଏବଂ ଆଲିଆଙ୍କ ପାଇଁ ଉପହାର ଅଟେ । ଏହା ସୁନା ପ୍ଲେଟ ରୋଜ ବୁକେ ଅଟେ,ଯାହା ସୁନାରେ ଫାଇଲ କରାଯାଇଛି । ଏହା ୧୦୦% ସତ୍ୟ ଅଟେ । ଭିଡ଼ିଓରେ ବ୍ୟକ୍ତି ତାଙ୍କ ନାଁ ରୋନକ କହୁଛନ୍ତି । ସେ ଏହି ଉପହାର ପଠାଇଥିବା ଲୋକର ନାଁ “କୁଶଳ ଭାଇ ଜୁଏଲର୍ସ” କହିଲେ । ସୁନା ଦ୍ୱାରା ସଜା ହୋଇଥିବା ଏହି ବୁକେ ଦେଖିବାରେ ବହୁତ ଶାନଦାର ଅଟେ ।

ନିତୁ କପୁର ଏବଂ ଋଦ୍ଧିମା କପୁରଙ୍କୁ ମଧ୍ୟ ମିଳିଲା ସୁନାର କଏନ ;-

ଆପଣଙ୍କୁ କହି ରଖୁଛୁ ଯେ ରଣବୀର କପୁରଙ୍କ ମା ’ନିତୁ କପୁର ତାଙ୍କ ଝିଅ ରିଦ୍ଧିମା କପୁର, ଜ୍ୱାଇଁ ଭାରତ ସାହନି ଏବଂ ନାତୁଣୀ ସମାୟରାଙ୍କ ସହିତ ମେହେନ୍ଦି ସମାରୋହକୁ ଯାଉଥିବା ର ଦେଖିବାକୁ ମିଳିଥିଲା ​​। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବଲିଉଡର ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା କରଣ ଜୋହରଙ୍କ ବ୍ରାଣ୍ଡ “ତୟାନି” ର ସୁନା ମୁଦ୍ରା ଆଲିଆଙ୍କ ଶାଶୁ ନିତୁ ଏବଂ ବୋହୂ ରିଦ୍ଧିମାଙ୍କୁ ଏକ ବିଶେଷ ଉତ୍ସବରେ ଦେବେ ବୋଲି କୁହାଯାଉଛି ।

ଆପଣଙ୍କୁ କହି ରଖୁଛୁ ଯେ ବିବାହର ସମସ୍ତ ରୀତିନୀତି ଅପ୍ରେଲ ୧୩ ତାରିଖ ସକାଳରୁ ବାନ୍ଦ୍ରା ସ୍ଥିତ ଘର ବାସ୍ତୁରେ ରଣବୀର କପୁରଙ୍କ ଘରେ ଆରମ୍ଭ ହୋଇଥିଲା ଏବଂ ସେଠାରେ ବହୁତ ସମାରୋହ ବନି ହୋଇଥିଲା । ବାସ୍ତୁରେ ପ୍ରଥମେ ଗଣେଶ ପୂଜା କରାଯାଇଥିଲା । ତା’ପରେ ରାତି ପ୍ରାୟ ୨ : ୦୦ ରେ ମେହେନ୍ଦି ସମାରୋହ ଆରମ୍ଭ ହେଲା । ଅପ୍ରେଲ୍ ୧୪ ରଣବୀର-ଆଲିଆ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଏହି ବିବାହ ସମାରୋହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *