ବିବାହ ପୂର୍ବରୁ ଖୋଲିଲା ରଣବୀର କପୁରଙ୍କ ବଡ଼ ଗୁମର…ଦେଢ଼ ବର୍ଷରୁ ଖାଇନାହାନ୍ତି ରୁଟି,ଜାଣନ୍ତୁ କଣ ରହିଛି ଏହାର କାରଣ ?

ବଲିଉଡରେ ଆଜିକାଲି ଗୋଟିଏ ଖାସ ବିବାହର ଚର୍ଚ୍ଚା ହେଉଛି । ଏହି ବିବାହ ହେଉଛି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କର । କପୁର ବଂଶର ଏହି ବିବାହ କୁ ଖାସ କରିବା ପାଇଁ ବହୁତ ପ୍ରସ୍ତୁତି ହେଉଛି । ଘରକୁ ନୂଆ ବଧୂ ପରି ସଜାଯାଉଛି । ତେବେ ମା ନିତୁ କପୁର ଅତିଥୀଙ୍କ ଲିଷ୍ଟ ପ୍ରସ୍ତୁତ କରିବା ଠୁ ନେଇକି ଅନ୍ୟ କାମ ରେ ବ୍ୟସ୍ତ ଅଛନ୍ତି ।

ତେବେ ନିତୁ କପୁର ବିବାହର ପ୍ରସ୍ତୁତିକୁ ନେଇକି ଅତିଥିଙ୍କ ଲିଷ୍ଟ କୁ ସିକ୍ରେଟ୍ ରଖିଛନ୍ତି । ଏମିତିରେ ବିବାହର ତାରିଖ ମଧ୍ୟ ଗୁପ୍ତ ରଖାଯାଉଛି । ତଥାପି ବିବାହ ପୂର୍ବରୁ ରଣବୀର କପୁରଙ୍କର ବଡ଼ ଗୁମର ଖୋଲିଯାଇଛି । ଅଭିନେତା ରଣବୀର ଦେଢ଼ ବର୍ଷ ରୁ ରୁଟି ଖାଇ ନାହାନ୍ତି । କଣ ଆପଣ ଏହାର କାରଣ ଜାଣିବାକୁ ଚାହିଁବେ ନାହିଁ । ଚାଲନ୍ତୁ ଆମେ ଆପଣଙ୍କୁ କହୁଛୁ ।

 

View this post on Instagram

 

A post shared by SHIVOHAAM (@shivohamofficial)

ଆଲିଆ-ରଣବୀରଙ୍କ ବିବାହର ସମାରୋହ :-

ବଲିଉଡ ରେ ଆଜିକାଲି ବିବାହର ହିଁ ସିଜନ ଚାଲିଛି । ନିକଟରେ ହିଁ ଫରହାନ ଅଖତର୍ ଙ୍କ ବିବାହ ହୋଇଥିଲା । ଏହା ପରେ ରଣବୀରଙ୍କ – ଆଲିଆଙ୍କ ବିବାହ ହେବାକୁ ଯାଉଛି । ତେବେ ଦୁହେଁ ଦୁହିଁଙ୍କୁ ବହୁତ ସମୟରୁ ଡେଟ୍ କରୁଥିଲେ । ଆରମ୍ଭ ରେ ଦୁହେଁ ଦୁହିଁଙ୍କ ସମ୍ପର୍କକୁ ଲୁଚାଇଥିଲେ । ପୁଣି ପରେ ଦୁହେଁ ସମ୍ପର୍କକୁ ସାର୍ବଜନୀନ କରିଦେଇ ଥିଲେ ।

ଯଦିଓ ଏହା ପୂର୍ବରୁ ମଧ୍ୟ ରଣବୀର କପୁରଙ୍କ ସମ୍ପର୍କ ରହିସାରିଛି । ସେ ପ୍ରଥମେ ଦୀପିକା ପାଦୁକୋନଙ୍କ ସାଥିରେ ରିଲେଶନଶିପ ରେ ଥିଲେ । ଏହା ପରେ ତାଙ୍କୁ କ୍ୟାଟ୍ରିନା କୈଫ ଙ୍କ ସାଥିରେ ମଧ୍ୟ ଖୁବ ଦେଖାଗଲା । ତେବେ ଆଲିଆଙ୍କ ଆସିବା ପରେ ସେ ବିବାହର ନିଷ୍ପତ୍ତି ନେଇନେଲେ । ଏମିତି ରେ ଆଲିଆ ଆରମ୍ଭ ରୁ ହିଁ ରଣବୀର କପୁରଙ୍କ ଫ୍ୟାନ ଥିଲେ ।

ଜାଣନ୍ତୁ ଦେଢ଼ ବର୍ଷରୁ କାହିଁକି ଖାଇନାହାନ୍ତି ରୁଟି :-

ରଣବୀର କପୁର ଦେଢ଼ ବର୍ଷରୁ ରୁଟି ଖାଇନାହାନ୍ତି । ଏହି ସିକ୍ରେଟ କୁ ରିଭିଲ କରିଛନ୍ତି ତାଙ୍କ ଫିଟନେସ ଟ୍ରେନର୍ ଶିବୋହମ୍ ଯାହାଙ୍କର ପ୍ରକୃତ ନାଁ ହେଉଛି ଦିପେଶ ଭଟ୍ଟ୍ । ସେ ଅଭିନେତାଙ୍କ ଫିଟନେସ ର ସମ୍ପୁର୍ଣ୍ଣ ଧ୍ୟାନ ରଖନ୍ତି । ରଣବୀରଙ୍କ ବଡ଼ି ଏବଂ ଶେପ ଯେମିତି ଦେଖାଯାଏ ,ସେଥିରେ ଶିବୋହମ୍ ଙ୍କ ପରିଶ୍ରମ ମଧ୍ୟ ନଜର ଆସେ । ସେ ହିଁ ଅଭିନେତାଙ୍କୁ ଫିଟ ରଖିବାର କାମ କରୁଛନ୍ତି ।

ସେ ହିଁ ରଣବୀରଙ୍କ ଡାଇଟ୍ ବିଷୟରେ ବଡ଼ ଗୁମର ଖୋଲିଲେ ।ଶିବୋହମ୍ କହିଛନ୍ତି କି ଦେଢ଼ ବର୍ଷରୁ ରଣବୀରଙ୍କୁ ଫିଟନେସ ଟ୍ରେନିଙ୍ଗ ଦେଉଛନ୍ତି। ସେ କହିଛନ୍ତି କି ରଣବୀର କପୁର ତାଙ୍କ ଡାଇଟ୍ ର ବହୁତ ଧ୍ୟାନ ରଖନ୍ତି । ସେ କହିଲେ କି ରଣବୀରଙ୍କୁ ଯେବେଠୁ ସେ ଟ୍ରେନିଙ୍ଗ ଦେଇଛନ୍ତି ସେବେଠୁ ତାଙ୍କୁ ରୁଟି ଖାଉଥିବାର ଦେଖି ନାହାନ୍ତି । ସେ ରୁଟି କୁ ପସନ୍ଦ କରନ୍ତି ନାହିଁ ।

ବହିଟି ସିଂପଲ ଖାଦ୍ୟ ଖାଆନ୍ତି ରଣବୀର :-

ଶିବୋହମ୍ ଙ୍କ କହିବା ଅନୁଯାୟୀ ଯଦି ଆପଣଙ୍କୁ ଲାଗୁଚି କି ରଣବୀର ହେଉଛନ୍ତି କପୁର ବଂଶର ପୁଅ । ସେ ବହୁତ ପ୍ରକାରର ଭୋଜନ କରୁଥିବେ ତେବେ ଆପଣଙ୍କ ଭାବିବା ଭୁଲ ଅଟେ । ରଣବୀର ତ ସିଂପଲ ଖାଦ୍ୟ ଖାଆନ୍ତି । ତାଙ୍କର ରୁଟି ପସନ୍ଦ ନୁହେଁ । ତେବେ ସେ ବ୍ରାଉନ ରାଇସ ଖାଇବାକୁ ପସନ୍ଦ କରନ୍ତି । ସେ ହୋଟେଲ ଖାଇବା ମଧ୍ୟ ଖାଆନ୍ତି ନାହିଁ ।

ଶିବୋହମ୍ କହିଛନ୍ତି କି ଅଭିନେତାଙ୍କୁ ଘର ଖାଦ୍ୟ ହିଁ ଖାଇବା ପସନ୍ଦ । ସକାଳେ ସେ ପ୍ରୋଟିନ ଶେକ, ବ୍ରାଉନ ବ୍ରେଡ଼ ଆଉ ଏଗ୍ସ ଖାଆନ୍ତି । ମଧ୍ୟାନ ଭୋଜନରେ ସେ ରୁଟି ଖାଆନ୍ତି ନାହିଁ । ଏହା ବଦଳ ରେ ବ୍ରାଉନ ରାଇସ,ସବୁଜ ପନିପରିବା,ଡାଲି ଆଉ ଚିକେନ ଖାଆନ୍ତି । ତେବେ ରାତ୍ରି ଭୋଜନ ରେ ହାଲକା ଖାଇବାକୁ ପସନ୍ଦ କରନ୍ତି । ସେ କସରତ ମଧ୍ୟ ବହୁତ କରନ୍ତି । ଶିବୋହମ୍ କହିଛନ୍ତି କି କେବଳ ଗୋଟିଏ ଦିନ ରେଷ୍ଟ ନେଇ ସେ ୬ ଦିନ ଲଗାତାର କସରତ କରନ୍ତି ।

Leave a Reply

Your email address will not be published. Required fields are marked *