ଶ୍ରମିକମାନଙ୍କ ପାଇଁ ଖୁସି ଖବର : ଦିନ ମଜୁରିଆମାନଙ୍କର ବଢିବ ମଜୁରୀ,ବର୍ତ୍ତମାନ ସର୍ବନିମ୍ନ ମଜୁରୀ ଏତିକି ଟଙ୍କା ପାଇବେ !

ସଂଶୋଧନ ହେଲା ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ। ଏପ୍ରିଲ ୧ ତାରିଖରୁ ନୂଆ ନିୟମ ଲାଗୁ ହେଲା। ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀରେ ବର୍ତ୍ତମାନ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ଚଳିତ ବର୍ଷ ନୂଆ ମଜୁରୀ ପାଇଁ ହୋଇଛି। ଶ୍ରମିକ ମାନଙ୍କ ପାଇଁ ପରିବର୍ତ୍ତନଶିଳ ମାହାଙ୍ଗା ଭତ୍ତାରେ ସଂଶୋଧନ କରାଯାଇଛି। ସର୍ବନିମ୍ନ ମଜୁରୀ ସମ୍ପର୍କରେ ଶ୍ରମିକ ସଂଘ ଅବଗତ କରିବା ପାଇଁ ନିରୀକ୍ଷଣ ଅଧିକାରୀ ମାନଙ୍କୁ କେନ୍ଦ୍ର ତରଫରୁ ପରାମର୍ଶ ଦିଆ ହୋଇଛି।

କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅନୁସାରେ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୪୩ ଟଙ୍କା ହୋଇଥିବା ସମୟରେ ଅଳ୍ପ କୁଶଳୀ, ଅଣ କୁଶଳୀ ଓ ସୁପର ଭାଇଜରଙ୍କ ୫୩୩ ଟଙ୍କା,କୁଶଳୀ ଶ୍ରମିକଙ୍କ ୬୪୩ ଟଙ୍କା ଓ ଅତି କୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୭୭୨ ଟଙ୍କା ହୋଇଛି।

ସେହିପରି ଭୂପୃଷ୍ଠ ତଳେ କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକମାନଙ୍କ ମଜୁରୀ ୫୫୩ ଟଙ୍କା ହୋଇଥିବା ସମୟରେ ଅଳ୍ପ କୁଶଳୀ ଓ ଅଣ କୁଶଳୀ ସୁପର ଭାଇଜରଙ୍କ ୬୬୩ ଟଙ୍କା ଅଛି। ଏହାସହ ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ୮୪୨ ଟଙ୍କା ହୋଇଛି। ସଡ଼କ, କୋଠା ଆଦିର ନିର୍ମାଣ ଓ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ କଟକ ଓ ରାଉରକେଲା କାର୍ଯ୍ୟ କରୁଥିବା ଅଣକୁଶଳୀ ଶ୍ରମିକମାନଙ୍କର ମଜୁରୀ ୫୫୩ ଟଙ୍କା,ଅଳ୍ପ କୁଶଳୀ ଓ ଅଣ କୁଶଳୀ ସୁପର ଭାଇଜରଙ୍କ ୬୨୫ ଟଙ୍କା, କୁଶଳୀ କିରାଣୀଙ୍କ ୭୭୪ ଟଙ୍କା ଓ ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୮୦୬ ଟଙ୍କା ହୋଇଛି।

ଭୁବନେଶ୍ୱର, କଟକ ଓ ରାଉରକେଲା ବାହାରେ କାର୍ଯ୍ୟ କରୁଥିବା ଅଣ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୪୩ ଟଙ୍କା ହୋଇଥିବା ସମୟରେ ଅଳ୍ପ କୁଶଳୀ ଅଣ କୁଶଳୀ ସୁପର ଭାଇଜରଙ୍କ ୫୧୯ ଟଙ୍କା କୁଶଳୀ କିରାଣୀଙ୍କ ୬୩୦ ଟଙ୍କା ଓ ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ୭୩୪ ଟଙ୍କା ହୋଇଛି।

ସେମାନେ ମାହାଙ୍ଗା ଭତ୍ତା ୯୩ ଟଙ୍କାରୁ ୧୫୫ ଟଙ୍କା ପର୍ଯ୍ୟନ୍ତ ବଢୁଛି।କଟକ ଭୁବନେଶ୍ୱର ଓ ରାଉରକେଲାରେ କାର୍ଯ୍ୟ କରୁଥିବା ଅଣ କୁଶଳୀ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ୩୮୫ ଟଙ୍କା ଅଳ୍ପ କୁଶଳୀ ବା ଅଣ କୁଶଳୀ ଶ୍ରମିକମାନଙ୍କ ୪୨୫ ଟଙ୍କା, କୁଶଳୀ କିରାଣୀଙ୍କ ୬୮୫ ଟଙ୍କା ଓ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୫୨୬ ଟଙ୍କା ହୋଇଛି।

ସେହିପରି କଟକ ଭୁବନେଶ୍ୱର ଓ ରାଉରକେଲା ବାହାରେ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଣ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୩୮୨ ଟଙ୍କା। ଅଳ୍ପ କୁଶଳୀ ବା ଅଣକୁଶଳୀ ସୁପର ଭାଇଜରଙ୍କ ୩୮୯ ଟଙ୍କା ହୋଇଛି। ରେଳବାଇ, ବନ୍ଦର ଆଦିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ୫୫୩ ଟଙ୍କା ହୋଇଛି। ପଥର ଭାଙ୍ଗିବା ଓ କ୍ରସିଂ କାମରେ ଥିବା ଶ୍ରମିକମାନଙ୍କର ମଜୁରୀ ମଧ୍ୟ ନିର୍ଦ୍ଧାରଣ ହୋଇଛି।କୋମଳ ମାଟି କାମ କରୁଥିବା ଶ୍ରମିକମାନଙ୍କର ସର୍ବନିମ୍ନ ମଜୁରୀ ୪୪୭ ଟଙ୍କା ଓ ପଥର ସହିତ କାମ କରୁଥିବା ଶ୍ରମିକମାନଙ୍କର ମଜୁରୀ ୮୦୦ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *