ମୁଣ୍ଡ ଉପରେ ପାଣି ବୋତଲ ରଖି ସାଇକେଲରେ ୧୫ ହଜାର କିଲୋମିଟରର ରାସ୍ତା ପାର ! କାରଣ ଜାଣିଲେ ଆପଣ ମଧ୍ୟ କରିବେ ସଲାମ୍

ସେମିତିରେ ତ ସାଇକେଲ ଚଲେଇବା ଅନେକ ଲୋକଙ୍କୁ ଭଲ ଲାଗିଥାଏ, କିନ୍ତୁ ଯଦି କେହି ଆପଣଙ୍କୁ କହିବେ କି ସାଇକେଲରେ 15 ହଜାର କିଲୋମିଟର ଯାତ୍ରା କରିବାର ଅଛି , ହୋଇପାରେ କି ଏହା ମଧ୍ୟ ଆପଣକୁ ସହଜ ଲାଗିପାରେ | କିନ୍ତୁ ଏହା ସାଥିରେ ଆହୁରି ଗୋଟେ ସର୍ତ୍ତ ରହିବ ଯେ ଏହି ପୁରା ରାସ୍ତାରେ ଆପଣଙ୍କୁ ନିଜ ମୁଣ୍ଡ ଉପରେ ଗୋଟେ ପାଣି ବୋତଲ ମଧ୍ୟ ରହିବ, ଚମକି ପଡିଲେ ନା! ହଁ ଆଜ୍ଞା, ଯେଉ କଥା ଆପଣ ଶୁଣିକରି ଆଶ୍ଚର୍ଯ୍ୟ ହେଉଛନ୍ତି ତାହା ରାଜସ୍ତାନର ରିଡାୟେଡ଼ ଫୌଜି କରିଦେଖେଇଛନ୍ତି | ଅନନ୍ଦାଜ ସିଂ ପାଣି ବଂଜେଇବାର ସନ୍ଦେଶ ଦେବା ପାଇଁ ଏହି ଅନୋଖା ପ୍ରୟାସ କରିବାକୁ ସକଳ୍ପ ନେଇଛନ୍ତି |

ପାଣି ବଞ୍ଚେଇବାକୁ କାଲେ ଏହି କାମ :-

ଆମେ ସମସ୍ତେ ସବୁବେଳେ ‘ଜଳ ହିଁ ଜୀବନ’, ‘ଜଳ ହିଁ କାଲି ଅଟେ’ ଏହି ସ୍ଲୋଗାନ ଶୁଣି ଆସୁଛୁ | କିନ୍ତୁ ଏହି ସ୍ଲୋଗାନର ପ୍ରଭାବ ରାଜସ୍ତାନର ଜଣେ ରିଟାୟେଡ଼ ଫୌଜି ଅନନ୍ଦାଜ ସିଂ ଙ୍କ ଉପରେ ଏତେ ଗଭୀର ଭାବେ ପଡିଲା ଯେ ସେ ମୁଣ୍ଡ ଉପରେ ବୋତଲ ରଖିକରି ପ୍ରଚଣ୍ଡ ଗରମରେ ସାଇକେଲରେ ପୁରା ପ୍ରଦେଶର ଯାତ୍ରାରେ ବାହାରିବାକୁ ଯାଉଛନ୍ତି |

ଯମୁନାଙ୍କୁ ଦେଖିବା ପାଇଁ ଦାବି :-

ଏପରି ପ୍ରଚଣ୍ଡ ଗରମରେ ଯେତେବେଳେ ଅନେକ କ୍ଷେତ୍ରରେ ପାଣି ପାଇଁ ଲୋକ ବିକଳ ହେଉଛନ୍ତି | ଅନେକ କ୍ଷେତ୍ରରେ ଭୁତଳର ସ୍ତର ମଧ୍ୟ ବହୁତ ତଳକୁ ଚାଲିଯାଇଛି | ଏମିତିରେ ଭୂ-ତଳର ଅନ୍ୟାବସିକ ବ୍ୟବହାର କୁ ରୋକିବା ଏବଂ ବର୍ଷା ଜଳକୁ ସଂରକ୍ଷଣର ସନ୍ଦେଶ ଦେବା ସାଥିରେ ହିଁ ଝୁନଝୁନ୍ କୁ ଯମୁନାର ପାଣି ଦେବାର ଦାବିକୁ ନେଇ ରିଟାଏଡ ଫୌଜି ଅନନ୍ଦାଜ ସିଂ ରାଜ୍ୟର 15 ହଜାର କିଲୋମିଟର ଲମ୍ବା ରାସ୍ତାକୁ ସାଇକେଲରେ ଯାତ୍ରା କରିବାକୁ ବାହାରିବାକୁ ପ୍ରସ୍ତୁତି କରୁଛନ୍ତି | ଆଜି କାଲି ଅନନ୍ଦାଜ ସିଂ ନିଜର ଏହି ଯାତ୍ରାର ପ୍ରସ୍ତୁତିରେ ଲାଗିଛନ୍ତି |

କଣ କହୁଛନ୍ତି ଅନନ୍ଦାଜ ସିଂ:-

ଅନନ୍ଦାଜ ସିଂ କହିଛନ୍ତି ଯେ ଶେଖୱାଟୀରେ ବିଶେଷ କରି ଝୁନଝୁନରେ ଜଳ ଅ-ଭା-ବ ରହିଛି | ଏଠିକାର ଭୂ-ତଳର ସ୍ତର ବହୁତ ତଳକୁ ଚାଲିଯାଇଛି | ବର୍ତ୍ତମାନ ପାତାଳ ଖୋଲିବା ମେସିନ ଆସିସରିଛି ଯାହାକି ବହୁତ ଗଭୀର ପାଣି ଟାଣି ଆଣେ | ପାଣିର ଅପବ୍ୟବହାରକୁ ରୋକିବା ଏବଂ ଯମୁନା ନଗରର ପାଣି ଉପଲବ୍ଧ କରିବାର ଦାବିକୁ ନେଇ ସେ ଏହି ଯାତ୍ରା ଆରମ୍ଭ କରୁଛନ୍ତି | ଏହି ସମୟରେ ସେ ନିଜର ପୁରା ଯାତ୍ରାରେ ନିଜ ମୁଣ୍ଡ ଉପରେ ବୋତଲ ରଖିବେ |

ପ୍ରତିଦିନ କରୁଛନ୍ତି 25-30 କିଲୋମିଟରର ଯାତ୍ରା :-

ଆଜି କାଲି ଅନନ୍ଦାଜ ପ୍ରତିଦିନ 25-30 କିଲୋମିଟର ଯାତ୍ରା କରିଥାନ୍ତି | ଅନନ୍ଦାଜ ସିଂ ZEE NEWS ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ଆଜିଠାରୁ ଅର୍ଥାତ ସୋମବାରରୁ ସେ ବଡାଗାଓଁରୁ ଯାତ୍ରା ଆରମ୍ଭ କଲେ | ତାଙ୍କ ମୁଣ୍ଡରେ ପାଣି ବୋତଲ ଥିଲା ଏବଂ ସାଇକେଲ ଯୋଗେ ବାଜୱା, ଶୀଥଲ ଏବଂ ପରେ ହାନସାଲସରକୁ ପହଞ୍ଚିଲେ | ଏହିପରି ସେ ପ୍ରାୟ 25 କିଲୋମିଟର ଯାତ୍ରା ସମାପ୍ତ କଲେ | କହିରଖୁଛୁ ଯେ ଅନନ୍ଦାଜ ଏହି ଯାତ୍ରା ସମୟରେ ତାଙ୍କ ସହ ଭେଟ ହେଉଥିବା ଗ୍ରାମୀଣ ମାନଙ୍କୁ ପାଣିର ସ୍ଥିତିର ଉପଦେଶ ଦେବ ସହିତ ଅପବ୍ୟବହାର ଏବଂ ଅପଚୟ ରୋକିବା ପାଇଁ ଅନୁରୋଧ ମଧ୍ୟ କରନ୍ତି |

Leave a Reply

Your email address will not be published. Required fields are marked *