ଆପଣମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ।ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି। ଆପଣମାନେ ତ ନିଶ୍ଚିତ ଭାବେ କୀର୍ତ୍ତନ ଦେଖିଥିବେ, ଆଉ ଏବେ ତ ଆଧୁନିକ ଭାବରେ କୀର୍ତ୍ତନ ଦେଖିବାକୁ ମିଳୁଛି।
ଗାଁ ଗହଳିରେ ଆଦି ପାଲା, ଦାଶ କାଠିଆ ବର୍ତ୍ତମାନ ସୁଦ୍ଧା ମଧ୍ୟ ଚାଲୁଅଛି। ଗାଁ ରେ ଯଦି କୌଣସି ଛୋଟ ପିଲାର ପୂଜା କରାଯାଏ, ସେଥିରେ ମଧ୍ୟ ପାଲା ଓ ଦାଶ କାଠିଆ ଦେଖିବା ପାଇଁ ମିଳିଥାଏ। ଏହି କୀର୍ତ୍ତନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି। ଜଣେ ପୁରୁଷ ଓ ନାରୀ ଆଲବମ୍ ନାଚ ଭଳି ଅଷ୍ଟପ୍ରହରୀ ରେ କୀର୍ତନ କରୁଛନ୍ତି। ଅଭିନୟ କରିଥିବା ଲୋକମାନେ ଭଲ ଭଲ ପୋଷାକ ପିନ୍ଧି କୀର୍ତ୍ତନ କରୁଛନ୍ତି।ତେବେ ସେମାନେ “ଟିପି ଟିପି ବର୍ଷା ପାନି” ଗୀତର ସୁରରେ କୀର୍ତ୍ତନ କରୁଛନ୍ତି।
ହରେ ରାମ ହରେ ରାମ ଗୀତରେ ସମସ୍ତେ ଝୁମିବାକୁ ଲାଗିଛନ୍ତି ।ଛୋଟ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତ ଲୋକ ଏହାକୁ ଦେଖିବାକୁ ଆସିଛନ୍ତି।ହରେ କୃଷ୍ଣ ଗୀତକୁ ସେମାନେ ଏକ ଅଭିନବ ଉପାୟରେ ଗାଉଛନ୍ତି।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛି।ଅନେକ ଲୋକ ଏହି ଭିଡିଓକୁ ଦେଖୁଛନ୍ତି।ହରେ ରାମ ଗୀତକୁ ଏକ ଅଭିନବ ଉପାୟରେ ଗାଇ ଏବେ ଚର୍ଚ୍ଚାରେ ଅଛନ୍ତି। ବଲିଉଡ୍ ର ଏକ ବହୁତ ଚର୍ଚ୍ଚିତ ଗୀତ”ଟିପି ଟିପି ବର୍ଷା ପାନି” ଗୀତର ସ୍ବରରେ ସେମାନେ ଏହାକୁ ଗାଇଛନ୍ତି।ଲୋକମାନେ ଦେଖିବା ପାଇଁ ବହୁତ ଭିଡ଼ ଜମାଇଛନ୍ତି।ତେବେ କିଛି ଲୋକ ଏହାକୁ ପସନ୍ଦ କରୁଥିବାର ଦେଖିବାକୁ ମିଳିଥିବା ବେଳେ ଅନେକ ଲୋକ ଏହାକୁ ଅପସଂସ୍କୃତି ବୋଲି ମଧ୍ୟ କହୁଛନ୍ତି,ତେବେ ଧୀରେ ଧୀରେ ଆମ ସଂକୃତି ଆଧୁନିକ ଆଡକୁ ଗଲାଣି ବୋଲି ମଧ୍ୟ କହୁଛନ୍ତି।