ହିନ୍ଦୁ ଧର୍ମ ଶାସ୍ତ୍ରରେ ମାଳିକା କୁ ବହୁ ଗୁରୁତ୍ବ ଦିଆଯାଇଥାଏ । ଏହି ମାଳିକା ବିଶ୍ଵର ଭବିଷ୍ୟତ ବୋଲି ବିଶ୍ୱାସ କରାଯାଏ । ମହାପୁରୁଷ ଅଚ୍ୟୁତଙ୍କ ରଚିତ ଏହି ମାଳିକା ବଚନରେ ବିଶ୍ଵ କିଭଳି ଭାବେ ଧୀରେ ଧୀରେ ପ୍ରଳୟ ଆଡକୁ ଗତି କରିବ ଓ ନିର୍ଦ୍ଧିଷ୍ଟ ସମୟ ଆସିଲେ ଏହା ଧ୍ଵଂସ ହେବ ବୋଲି ଲେଖା ରହିଛି । ମହାପୁରୁଷ ମାନଙ୍କ ଦ୍ଵାରା ବର୍ଣ୍ଣିତ ମାଳିକା କୁ ଶୁଣିବାକୁ ସମସ୍ତେ ଭଲ ପାଇଥାନ୍ତି । କାରଣ ଏଥିରେ ଯାହା ଲେଖା ହୋଇଛି ତାହା ଭବିଷ୍ୟତ ରେ ସତ୍ୟ ହେବା ନିଶ୍ଚିତ । ମାଳିକା ର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ଆମକୁ ସତର୍କ ସଚେତନ କରିବା ପାଇଁ । ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵ କୁ ଉପଲବ୍ଧି କଲେ ଆପଣ ମାନେ ଜାଣି ପାରିବେ ଯେ ମାଳିକା ସବୁ ସତ୍ୟ ଘ-ଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ । ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ । ତେଣୁ ଯାହା ଆମ ସହ ଘ-ଟିବାର ଅଛି ତାହା ନିଶ୍ଚୟ ଘ-ଟିବ । ତାକୁ କେହି ହେଲେ ମଧ୍ୟ ଏଡାଇ ଦେଇ ପାରିବେ ନାହିଁ ।
ଋଷ ଆମ ପ୍ରଭୁ ଜଗନ୍ନାଥ ଙ୍କୁ ନେବାକୁ ଚାହୁଁଛି । ମାଳିକା ରେ ମଧ୍ୟ ରହିଛି ଯେ ଋଷ ଏକ ହିନ୍ଦୁ ରାଷ୍ଟ୍ର ହେବ ଓ ଋଷ ର ସୈନ୍ୟ ଜଗନ୍ନାଥ ମନ୍ଦିର ଉପରେ ଆକ୍ର-ମଣ କରି ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ନେଇଯିବ । ବୋଧେ ହୁଏ ଭାରତ ଓ ଋଷ ର ସମ୍ପର୍କ ଖୁବ ଭଲ ଏଥିପାଇଁ ଅଟେ । ଏହାର କାରଣ କଣ ଏକ ମାତ୍ର ଜଗନ୍ନାଥ । କାରଣ ଋଷ ରେ ଆମ ଭାରତର ବଂଶଧର ଅଛନ୍ତି । ଏହା ସତ୍ୟ ଅଟେ । କେବଳ ଋଷ ନୁହେଁ ଆମ ଜଗନ୍ନାଥ କୁ ନେବା ପାଇଁ ସବୁ ଦେଶ ଚାହିଁ ରହିଛନ୍ତି ଏହାର ପଛରେ ଅଛି ସେମାନଙ୍କ ମୁକ୍ତି ର ପଥ । ଯାହା ପାଇଁ ସେମାନେ ଭଗବାନ ଙ୍କୁ ନେବା ପାଇଁ ଚେଷ୍ଟା କରୁଛନ୍ତି ।
ତେବେ ମାଳିକା ରେ ରହିଛି ଯେତେବେଳେ ହରିହରପୁର ରେ ଜଗନ୍ନାଥ ସେହି ଜାଗାରେ ଆବିର୍ଭାବ ହେବେ , ଏହା ପରେ ନୀଳାଚଳ ଯାତ୍ରା ପଡିଆ ହେବ । ଦାରୁବ୍ରହ୍ମ ହୋଇ ଆପଣା ପୂଜା ପାଇବେ ଚତୁର୍ଦ୍ଧା ମୂର୍ତ୍ତୀ । ୬ ବର୍ଷ ପର୍ଯ୍ୟନ୍ତ ଘୋଷ ଯାତ୍ରା ଅଟକି ଯିବ । ରଥଯାତ୍ରା ବନ୍ଦ ହୋଇଯିବ ଦିନ ଠାରୁ ୯ ବର୍ଷ ୯ ମାସ ଯାଏ ପୃଥିବୀ ଶାନ୍ତି ହୋଇଯିବ ସବୁ କିଛି ଶାନ୍ତିରେ ଛାଇବ ଏହାର ମାନେ ସବୁ କିଛି ଶାନ୍ତ ହୋଇଯିବ । ସେତେବେଳେ ଜ୍ଞାନୀ ଲୋକମାନେ ବୁଦ୍ଧିବଣା ହୋଇଯିବେ । ଚୈତ୍ର ମାସରେ ଏହି ଦୁର୍ଘ-ଟଣା ଆରମ୍ଭ ହୋଇଯିବ । ତେବେ ଆଗାମୀ ଡିଆଙ୍କୁ ଦେଖିଲେ ଆଉ ୨୪ ଅଙ୍କ ଦେଖା ଯାଉ ନଥିବା ରୁ ଏହା ଏବେ ନିଶ୍ଚିତ ଭାବେ ସତ ହେବ ବୋଲି ମାଳିକା ରେ ରହିଛି ଓ ମାଳିକା ବିଶେଷଜ୍ଞ ମାନେ ମଧ୍ୟ କହୁଛନ୍ତି ।