ତପସ୍ଵିନୀ କାଲି ତମେ ନାଲି ଶାଢ଼ୀ ପିନ୍ଧି ଆସିବ ! ଯେତେ ଯାହା ହେଲେ ବି ତମେ ଆମ ଘରର ଜଣେ ସଦସ୍ୟ !

ଏହି କିଛିଦିନ ହେବ ଆମ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘର ପାଇଁ ପ୍ରସ୍ତାବ ଦେଇ, ବାହାଘର ପାଇଁ ବଧୂ ବେଶରେ ସଜେଇ ହେଇ ସାରିବା ପରେ ବର ଯାଇନଥିଲା, ଶେଷରେ ବଧୂ ତପସ୍ୱିନୀ ସେହି ବଧୂ ବେଶରେ ହିଁ ଶ୍ୱଶୁରଘର ଆଗରେ ଆସି ଧାରଣା ଦେଲେ। ଅନେକ ଦିନ ଧାରଣା ଦେଲେ, ଗୁରୁବାର ବ୍ରତ ମଧ୍ୟ ସେହି ଘର ବାହାରେ ପାଳନ କରିଲେ ଏବଂ ଏହାପରେ ଏହି କଥା କୋର୍ଟକୁ ଗଲା। ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ ।

କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ, ହେଲେ ତାହା ହୋଇନଥିଲା। କିଛିଦିନର ବ୍ୟବଧାନ ପରେ ଏବେ ପୁଣିଥରେ ଚର୍ଚ୍ଚାରେ ସୁମିତ ଏବଂ ତପସ୍ୱିନୀଙ୍କ ଘ-ଟ-ଣା, ପୁଣିଥରେ ମିଶିବା ପାଇଁ ହାଇକୋର୍ଟ ଡାକିଛନ୍ତି ସୁମିତ ଏବଂ ତପସ୍ୱିନୀଙ୍କୁ, ଏହି ମାସ ୧୧ ତାରିଖ ଦିନ ପୁଣିଥରେ ମିଳନ ହେବ ଦୁହିଁଙ୍କର।

କୋର୍ଟଙ୍କର ନିର୍ଦେଶ ଅନୁସାରେ ଆସ୍କାରେ ଏକ ଭଡାଘର ଖୋଜିଛନ୍ତି ସୁମିତ, ଆଉ ତାହାର ସୁବିଧା ଦେଖିବା ପାଇଁ ଏକ ଭିଡିଓ କରି ପଠାଇବାକୁ ଦୁହିଁଙ୍କୁ କହିଥିଲେ କୋର୍ଟ। ଏଥର ନିଶ୍ଚିତ ଭାବେ କିଛି ନା କିଛି ଭଲ ହେବ ଏବଂ ଦୁହେଁ ପୁଣି ଏକାଠି ରହିବେ ଏବଂ ପୁଣିଥରେ ହସି ଉଠିବ ସୁମିତ ଓ ତପସ୍ୱିନୀଙ୍କ ସୁନାର ସଂସାର।

Leave a Reply

Your email address will not be published. Required fields are marked *