ତିନି ନାତିଙ୍କୁ ଖାଇବା ପାଇଁ ବୁଢ଼ୀ ଜେଜେମା ଦେଉଚି ପଖାଳ ସହ ଲୁଣ, ଆଉ ନିଜ ଖାଇବା ଦେଖି କା-ନ୍ଦୁଛି ବୁଢୀମା……

ମଣିଷ ଜୀବନରେ ଦୁଃ-ଖ ପରେ ସୁଖ ଓ ସୁଖ ପରେ ଦୁଃ-ଖ ଲାଗି ରହିଥାଏ । ଏକଥା ଆପଣମାନେ ମଧ୍ୟ ଅଙ୍ଗେ ନିଭାଇ ଥିବେ ନିଶ୍ଚୟ । ଏହି ଉଭୟ ପ୍ରକ୍ରିୟା ଜୀବନରେ ଅନବରତ ଚାଲିଥିବାରୁ ଏହାକୁ ଆମକୁ ଜୀବନରେ ଗ୍ରହଣ କରି ଆଗକୁ ବଢିବା ପାଇଁ ପଡ଼ିଥାଏ ।ବିଛିନ୍ନତା ଭିତରେ ଲୁ-ଚି ଯାଉଛି କେତେ ଯେ ଆଦିବାସୀଙ୍କ ଭାଗ୍ୟ ତାର ତ ହିସାବ କରିବା ମୁସ୍କିଲ । ହେଲେ ମୌଳିକ ସୁବିଧା ପାଇବା ପାଇଁ ଗ୍ରାମବାସୀଙ୍କ ଅ-କ୍ଲା-ନ୍ତ ପରିଶ୍ରମ ଏହା ସେମାନଙ୍କୁ କନ୍ଦାଉଛି ।

ତେବେ ଆଜିର ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃ-ଖ ଯ-ନ୍ତ୍ର-ଣା ରେ ରହି ନିଜକୁ ବଞ୍ଚାଇ ରଖିବାର ପ୍ରୟାସ ମଧ୍ୟ କରୁଛନ୍ତି । ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃ-ଖ ଓ ସମସ୍ୟା ଭରି ରହିଛି । ତେବେ ଘଟ-ଣାଟି ହେଉଛି ଶିମିଳିପାଳ ର ଏକ ଆଦିବାସୀ ଗ୍ରାମ। ଚାରିପାଖରେ ପାହାଡ଼ ପର୍ବତରେ ଘେରି ରହିଛି। ତେବେ ଏହି ଗ୍ରାମର ଜଣେ ବୁଢୀ ଲୋକ ନିଜର ତିନି ନାତିଙ୍କୁ ନେଇ ପରିବାର ସମ୍ଭାଲୁଚି।

ଖାଇବାକୁ କିଛି ନଥିବାରୁ ତିନି ନାତି ଙ୍କୁ ଖାଲି ପଖାଳ ସହ ଲୁଣ ଲଙ୍କା ଦେଇ ଖାଇବାକୁ ଦେଉଚି ବୁଢ଼ୀ ଜେଜେମା। ପିଲା ମାନଙ୍କୁ ଏପରି ଅବସ୍ଥା ରେ ଦେଖି କା-ନ୍ଦି ଉଠୁଚି ବୁଢୀମା। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ର କୁତୁଡ଼ିଆ ଗ୍ରାମର ଘ-ଟଣା।ତେବେ ଜଙ୍ଗଲ ରୁ ଖାଦ୍ୟ ସଂଗ୍ରହ କରି ଏହି ପରିବାର ପେଟ ପୋସୁଥିଲେ,ହେଲେ ୧ ବର୍ଷ ଧରି ଦୁଃ-ଖର କାଳ ମା-ଡ଼ି ଆସିଲା । କୌଣସି କାରଣ ରୁ ବାପା ସବୁଦିନ ପାଇଁ ଆଖି ବୁଜିଦେଲେ,ଆଉ ମାଆ ୬ ମାସ ପରେ କୁଆଡେ଼ ପଳେଇ ଗଲେ।ତେବେ ଏହି ଛୋଟ ଛୋଟ ପିଲା ମାନଙ୍କୁ ଛାଡ଼ି ଦେଇ ଗଲେ ବୁଢ଼ୀ ଜେଜେମା ପାଖରେ।

ଝିଅଟିକୁ ଆଶ୍ରମ ସ୍କୁଲ୍ ରେ ରଖି ପାଠ ପଢ଼ଉଛନ୍ତି,ଆଉ ପୁଅମାନେ ବୁଢୀମା ସହ ମହୁଲ ଗୋଟାଇବା ସହ କାଠ ଚି-ରିବା, ନଳକୂଅ ରୁ ପାଣି ଆଣିବା ଆଦି କାମ କରନ୍ତି।ତେବେ ସରକାର ଙ୍କ ତରଫରୁ ଖାଲି ୩୫କେଜି ଚାଉଳ ମିଳୁଛି,ରହିବା ପାଇଁ ଘର ଖଣ୍ତେ ବି ମିଳିନି।ତେବେ ଏହି ପିଲା ମାନଙ୍କ ଭବିଷ୍ୟତ କୁ ଟିକେ ସରକାର ନଜର ଦିଅନ୍ତୁ ନେଲେ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ।

Leave a Reply

Your email address will not be published. Required fields are marked *