ଏକାଠି ହେବେ ଦୁଇ ପ୍ରେମ ପକ୍ଷୀ ! ତପସ୍ବିନୀଙ୍କ ସହ କାଉନସିଲିଂ ବହୁତ ଭଲ ହେଲା ,ଆଉ ସେ ଜଣେ ଆମ ଘରର ସଦସ୍ୟ !

ବହୁ ଚର୍ଚ୍ଚିତ  ବ୍ରହ୍ମପୁର ଡାକ୍ତର ସୁମିତ ଓ ତପସ୍ଵିନୀ ଙ୍କ ପାରିବାରିକ ବିବାଦ ମା-ମ-ଲା  ହାଇକୋର୍ଟରେ ବିଚା-ରଧୀନ ରହିଥିଲା । ଏହି ମାମ-ଲାର ଶୁଣାଣି କରି ଏହି ଏପ୍ରିଲ୍ ମାସ ୯ ତାରିଖରେ ଉଭୟ ପକ୍ଷଙ୍କୁ ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ । ଏଥିସହ ଆସ୍କା ରେ ନେଇଥିବା ଭଡା ଘରର ଦୁଇ ମିନିଟର ଫୁଟେଜ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟ ଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ସୁମିତ ଆଉ ତପସ୍ଵିନୀ ଗତ କାଲି କୋର୍ଟ ରେ ହା-ଜର ହୋଇଥିଲେ ।

ଆଉ ସେମାନଙ୍କ ସହ କାଉନସିଲିଂ ର ସମସ୍ତ ପ୍ରକ୍ରିୟା ପୂର୍ଣ୍ଣ ହୋଇଥିଲା । ତପସ୍ଵିନୀ ଆମ ଘରର ଜଣେ ସଦସ୍ୟ ଏବଂ ଆମ ଭିତରେ କାଉନସିଲିଂ ଭଲ ରହିଲା ବୋଲି ସୁମିତ ଗଣମାଧ୍ୟମ ସାମ୍ନାରେ ପରିପ୍ରକାଶ କରିଥିଲେ । ତେବେ ଏସବୁରୁ ଆମେ କହି ପାରିବା ଯେ ଧୀରେ ଧୀରେ ସୁଧୁରୁଛି ସୁମିତ ଓ ତପସ୍ଵିନୀଙ୍କ ସମ୍ପର୍କ । ଆଉ ବୈବାହିକ କଳହର ଅଡୁଆ ଖିଅ ମଧ୍ୟ ଠିକ୍ ହେବାକୁ ଲାଗୁଛି ।

ତେବେ ବ୍ରହ୍ମପୁରର ଏହି ବହୁ ଚର୍ଚ୍ଚିତ ଦମ୍ପତି ସୁମିତ-ତପସ୍ବିନୀ ବି-ବା-ଦ ମାମ-ଲାରେ ହାଇକୋର୍ଟଙ୍କ ନିର୍ଦେଶ ପରେ ଆଜି ପ୍ରଥମ ଥର ଲାଗି କାଉନସେଲିଂ ଟେବୁଲରେ ଏକାଠି ହୋଇଛନ୍ତି ସୁମିତ ଓ ତପସ୍ବିନୀ । କଟକ ଆଇନ ସେବା ଭବନରେ ଥିବା ମଧସ୍ଥତା କେନ୍ଦ୍ରରେ ଉଭୟ ପତି ପତ୍ନୀଙ୍କୁ ପ୍ରାୟ ୩ ଘଣ୍ଟା ଧରି କାଉନସେଲିଂ କରାଯାଇଥିବା ନେଇ ସୂଚନା । ଆସନ୍ତା ଏପ୍ରିଲ ୩୦ ତାରିଖରେ ମାମ-ଲାର ପରବର୍ତ୍ତି ଶୁଣାଣି କରାଯିବ ।

ଏ ସମ୍ପର୍କରେ ସୁମିତ ଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସୁମିତ୍ ତପସ୍ୱିନୀ ବି-ବା-ଦ ଘଟଣାରେ ପୂର୍ବରୁ ଜିଲ୍ଲା କୋର୍ଟ ରାୟ ଶୁଣାଇଥିଲେ । ଏଥିରେ ଶ୍ଵଶୁରଙ୍କ ଘରେ ତପସ୍ବିନୀ ରହିବେ । ଆଉ ଏହା ସହ ତପସ୍ବିନୀଙ୍କୁ ପ୍ରତି ମାସ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ୧୭ ହଜାର ଟଙ୍କା ଭରଣ ପୋଷଣ ପାଇଁ ସୁମିତ୍ ଦେବାକୁ ନି-ର୍ଦେ-ଶ ଦେଇଥିଲେ । ତେବେ ଜିଲ୍ଲା କୋର୍ଟଙ୍କ ରାୟକୁ ହାଇକୋର୍ଟରେ ସୁମିତ ଚ୍ୟା-ଲେ-ଞ୍ଜ କରିଥିଲେ । ହାଇକୋର୍ଟ ଏହି ମାମ-ଲାର ଶୁଣାଣୀ କରି ପ୍ରତି ମାସରେ ୧୦ ହଜାର ଟଙ୍କା ଭରଣପୋଷଣ ବାବଦକୁ ଦେବା ପାଇଁ ନିର୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *