ବାହା ହେବାକୁ ମନା କଲେ ପ୍ରେମିକ,ଏକାଥରେ ବି-ଷ ପିଇଦେଲେ ୬ ପ୍ରେମିକା…

ଯୁବକ ରଖିଲେନି ପ୍ରେମିକାର ପ୍ରେମ ନିବେଦନ । ସିଧାସଳଖ ପ୍ରତ୍ୟାକ୍ଷାନ କଲେ ବିବାହ ପ୍ରସ୍ତାବ । ନାଁ ତୁମକୁ ବାହା ହେବିନି କହି ଚାଲିଗଲେ । ଏହାପରେ ଚରମ ନିଷ୍ପତ୍ତି ନେଲେ ପ୍ରେମିକା । କେବଳ ସେ ନୁହେଁ ତାଙ୍କ ସାଙ୍ଗସାଥୀମାନେ ମଧ୍ୟ ତାଙ୍କ ସହ ମିଶି ତାଙ୍କ ସାଥ ଦେଲେ । ବାହା ହେବାକୁ ମନା କରିବାକୁ ବି-ଷ ଖାଇଦେଲେ ପ୍ରେମିକା । ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୬ ଜଣ ଯୁବତୀ ବି-ଷ ପିଇ କରିଛନ୍ତି ଆ-ତ୍ମହ-ତ୍ୟା ଉ-ଦ୍ୟମ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁ-ତର ରହିଛି ।

ହସ୍ପିଟାଲରେ ଜୀବନ ମୃ-ତ୍ୟୁ ସହ ସେମାନେ ସଂ-ଘ-ର୍ଷ କରୁଛନ୍ତି । ଏଭଳି ଏକ ଚକିତ କଲା ଭଳି ଘ-ଟଣା ସାମ୍ନାକୁ ଆସିଛି ବିହାରର ଔରଙ୍ଗାବାଦରୁ । ଔରଙ୍ଗାବାଦର ଏସପି କାନ୍ତେଶ କୁମାର ମିଶ୍ରାଙ୍କ କହିବା ମୁତାବକ, ଏହି ୬ ଜଣଙ୍କ ମଧ୍ୟରୁ ଜଣେ ଝିଅର ପ୍ରେମ ସଂପର୍କ ତାଙ୍କ ଭାଇର ଶଳା ସହିତ ଥିଲା । ଏନେଇ ଝିଅଟି ତା’ର ସାଙ୍ଗସାଥୀ ମାନଙ୍କ ସାମ୍ନାରେ ଭାଇର ଶଳାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା ।

ହେଲେ ଯୁବକ ଜଣଙ୍କ ଏହି ବିବାହ ପ୍ରସ୍ତାବକୁ ଖାରଜ କରି ଦେଇଥିଲେ । ଏହା ପରେ ଝିଅ ଓ ତାର ସମସ୍ତ ସାଙ୍ଗ ଗାଁକୁ ଫେରି ଆସିଥିଲେ । ହେଲେ କିଛି ସମୟ ପରେ ବିବାହ ପ୍ରସ୍ତାବ ଦେଇଥିବା ଝିଅଟି ବି-ଷ ଖାଇ ଦେଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଝିଅଟିର ଅନ୍ୟ ୫ ସାଙ୍ଗସାଥୀମାନେ ମଧ୍ୟ  ଜଣଙ୍କ ପରେ ଜଣେ ବି-ଷ ଖାଇ ଦେଇଥିଲେ । ଏସବୁ ଜାଣିବା ପରେ ଗାଁ ଲୋକେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ୩ ଜଣଙ୍କର ମୃ-ତ୍ୟୁ ହୋଇଛି ।

ଅନ୍ୟ ୩ ଜଣ ଏବେ ମଗଧ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଏପଟେ ଏହାକୁ ନେଇ ସାରା ଗାଁରେ ଶୋ-କର ଛା-ୟା ଖେଳିଯାଇଛି । କୁହାଯାଉଛି ଏହି ୬ ଜଣ ଯୁବତୀ ଔରଙ୍ଗାବାଦର ଗୁରାରୁକୁ ଯାଇଥିଲେ । ସେଠାରୁ ଫେରିବା ପରେ ବି-ଷ ଖାଇଦେଇଥିଲେ । ସେପଟେ ତିନି ଜଣ ଯୁବତୀଙ୍କ ମୃ-ତ୍ୟୁ ପରେ ପୁ-ଲ-ସ ସମସ୍ତ ମୃ-ତଦେ-ହକୁ ବ୍ୟବ-ଚ୍ଛେଦ ପାଇଁ ପଠାଇଛି । ଗୁରୁ-ତର ଅନ୍ୟ ତିନି ଜଣଙ୍କ ଅବସ୍ଥା ମଧ୍ୟ ସଙ୍କ-ଟାପ-ନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *