ଥମୁନି ଫିଲ୍ମ ‘ପୁଷ୍ପା’ର ଫିଭର । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ପିଲ୍ମଟି ଯେବେଠୁ ରିଲିଜ ହୋଇଛି ସେବେଠୁ ଏହାର ଡ୍ୟାନ୍ସ, ଗୀତ ଏବଂ ଡାଏଲଗ୍ ସମସ୍ତଙ୍କୁ କରିଛି କିମିଆ । ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ଡାଏଲଗ୍ ‘ମେଁ ଝୁକେଗା ନେହିଁ…’ । ଅନେକ ଏହି ଡାଏଲଗ୍କୁ ନେଇ ରିଲ ଭିଡିଓ ମଧ୍ୟ ତିଆରି କରିଛନ୍ତି । ଏବେ ରିଲ୍ରୁ ରିଅଲ୍ ଲାଇଫ୍ରେ ମଧ୍ୟ ଏହି ‘ଫିଲ୍ମ’ର ପ୍ରଭାବ ଦେଖିବାକୁ ମିଳିଛି ।
କାରଣ ପରୀକ୍ଷା ଖାତାରେ ଆଉ ପିଲା ପାଠ ଲେଖୁ ନାହାଁନ୍ତି । ଲେଖୁଛନ୍ତି ପୁଷ୍ପା ଫିଲ୍ମ୍ ର ଡାଇଲଗ୍ । ଶୀର୍ଷକ ପଢ଼ି କଥାଟି ବିଶ୍ୱାସ ଯୋଗ୍ୟ ହେଉ ନଥିଲେ ମଧ୍ୟ କଥାଟି ଏକଦମ୍ ସତ । ନିକଟରେ ଦେଖିବାକୁ ମିଳିଛି ଏପରି ଏକ ଲଜ୍ୟାଜନକ ଘଟଣା । ମାଟ୍ରିକ୍ ପରୀକ୍ଷା ଖାତାରେ ଜଣେ ପିଲା ଉତ୍ତର ନ ଲେଖି, ଲେଖିଛନ୍ତି ପୁଷ୍ପା ଫିଲ୍ମର ଡାଏଲଗ୍ । ସମ୍ପୂର୍ଣ୍ଣ ଉତ୍ତର ଖାତାରେ ପିଲାଟି ‘ ପୁଷ୍ପା ପୁଷ୍ପା ରାଜ ଅପୁନ୍ ଲିଖେଗା ନେହିଁ ସାଲା’ ଲେଖିଥିବା ଦେଖିବାକୁ ମିଳିଛି ।
ଏହା ଦେଖି ମୂଲ୍ୟାଙ୍କନ କରୁଥିବା ଶିକ୍ଷକ ଚକିତ ହୋଇ ପଡିଛନ୍ତି । ପିଲାଟିର ପରୀକ୍ଷା ଖାତାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପଶ୍ଚିମବଙ୍ଗରେ ମାଧ୍ୟମିକ ପରୀକ୍ଷା ପ୍ରାୟ ସରିଗଲାଣି । ଏବେ ପରୀକ୍ଷା ଖାତା ମୂଲ୍ୟାୟନ ଚାଲିଛି । ତେବେ ସୂଚନା ମୁତାବକ ମୂଲ୍ୟୟନ ବେଳେ ପରୀକ୍ଷା ଖାତାରେ ଲେଖା ହୋଇଥିବା ଏଭଳି ପୁଷ୍ପା ଡାଏଲଗ୍କୁ ଦେଖି ଶିକ୍ଷକ ଅବାକ୍ ହୋଇ ପଡିଛନ୍ତି ।
ସେହିପରି କିଛି ଦିନ ପୂର୍ବେ ବୀରଭୂମିର ତୃଣମୂଳ କଂଗ୍ରେସ ନେତା ‘ଖେଲା ହୋବେ’ ଡାଏଲଗ ଦୋହରାଇ ଥିଲେ । ଏବେ ମାଟିକ୍ରା ପରୀକ୍ଷା ଖାତାରେ ଅନ୍ୟ ଜଣେ ପିଲା ଏହି ‘ଖେଲା ହୋବେ’ ଡାଏଲଗ୍ ଲେଖିଥିବା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି । ପିଲା ଅଫ୍ଲାଇନ୍ରେ ପରୀକ୍ଷା ଦେଇଛନ୍ତି । ତେବେ ପାଠ ନଲେଖି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାରେ ଏଭଳି ଫିଲ୍ମ ଡାଏଲଗ୍ ଲେଖିବା ସେମାନଙ୍କ ଭବିଷ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।