ଆପଣଙ୍କର ଗୋଡ ଅତ୍ୟଧିକ ଘୋଳା ବିନ୍ଧା ହେଉଛି କି? ତେବେ ଜାଣନ୍ତୁ ଆପଣଙ୍କ ଗୋଡ ବିନ୍ଧାର ଘରୋଇ ଉପଚାର |

ଆପଣମାନେ ଯଦି ଅଧିକ ପରିଶ୍ରମ କରୁଥିବେ କିମ୍ବା ଦୁଇ ତିନିଦିନ ଧରି ଲଗାତାର କାମ କରୁଥିବେ ତେବେ ସେତେବେଳେ ଆପଣମାନଙ୍କର ଗୋଡ଼ ନିଶ୍ଚିତ ବିନ୍ଧା ହୋଇଥାଏ। ତେବେ ଏହା ସାଧାରଣ ଏଥିରେ ଭ-ୟ କରିବାର କିଛି ଆବଶ୍ୟକ ନୁହେଁ। ତେବେ ଯଦି କିନ୍ତୁ ଆପଣ କୌଣସି କାମ କରି ନାହାନ୍ତି କିମ୍ବା ଅଧିକ ଭାରି ପରିଶ୍ରମ କରି ନାହାନ୍ତି। ତଥାପି ଯଦି ଆପଣଙ୍କର ଗୋଡ଼ ବିନ୍ଧୁଛି ତେବେ ଏହା ଭିଟାମିନ-ଡ଼ି ଅ-ଭା-ବରୁ ହୋଇଥାଏ।

କିମ୍ବା ଆପଣ ଯଦି ଅତ୍ୟଧିକ ମୋଟା ହୋଇ ଯାଇଛନ୍ତି। ଆପଣଙ୍କ ବୟସ ଯୋଗୁଁ ମଧ୍ୟ ହୋଇଥାଏ। ତେବେ ଏହି ସମୟରେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ନିଜର ଉପଚାର କରିପାରିବେ। ତେବେ କିନ୍ତୁ କିଛି ଘରୋଇ ଉପଚାର ମଧ୍ୟ ରହିଛି ଯାହା ଆପଣଙ୍କର କାମରେ ଆସି ପାରିବ।

ଯଦି ଆପଣଙ୍କର ଗୋଡ଼ କାମ କରି ବିନ୍ଧୁଛି ତେବେ ଆପଣ ଘରେ ଉଷୁମ ପାଣିରେ ଟିକେ ଲୁଣ ପକାଇ ସେଥିରେ କିଛି ସମୟ ରଖିପାରିବେ। ଏହା ଦ୍ୱାରା ଆପଣଙ୍କ ଗୋଡ଼ ବିନ୍ଧା ଭଲ ହୋଇ ଯାଇଥାଏ। ଏହା ଛଡା ଆପଣ ଉଷୁମ ପ୍ୟାକ କରି ତାକୁ ଗୋଡ଼ ଉପରେ ରଖିପାରିବେ।

ଆପଣଙ୍କୁ ଯଦି ଏଥିରୁ ଆରାମ ନ ମିଳିଲା ତେବେ ଆପଣ ନିଜ ଡାକ୍ତରଙ୍କ ସହ କଥା ହୁଅନ୍ତୁ ଏବଂ ତାଙ୍କର ପରାମର୍ଶ ଅନୁସାରେ ନିଜର ଉପଚାର କରନ୍ତୁ। ଯଦି ଭିଟାମିନ ଡ଼ି ଅଭାବରୁ ଏହା ହେଉଛି ତେବେ ଆପଣ ମାଛ ଖାଇ ପାରିବେ ନଚେତ ସକାଳୁ ଜଲ୍ଦି ଉଠି ଚାଲନ୍ତୁ ଏବଂ ସନ୍ଧ୍ୟାରେ କିଛି ସମୟ ଚାଲନ୍ତୁ ଦେଖିବେ ସୂର୍ଯ୍ୟଙ୍କର କଅଁଳିଆ ଖରା ଦେହରେ ବାଜିଲେ ଏହି ଭିଟାମିନ ଡ଼ି ଅ-ଭା-ବ ଦୁର ହୋଇଯିବ। ତେବେ ଏହା ଛଡା ଯଦି ଆପଣ ମୋଟା ହୋଇ ଯାଉଛନ୍ତି ତେବେ ନିଜକୁ ପତଳା କରିବାକୁ ଚେଷ୍ଟା କରନ୍ତୁ ନିଜର ଏକ ଡାଇଟିସିଆନଙ୍କୁ ପଚାରି ନିଜର ଡାଏଟ ପ୍ଲାନ କରନ୍ତୁ କିମ୍ବା ନିଜ ଖାଦ୍ୟ ଉପରେ ନିୟନ୍ତ୍ରଣ କରନ୍ତୁ। ଏହା ଛଡା କିଛି ସମୟ ଯୋଗ କିମ୍ବା ବ୍ୟାୟାମ ମଧ୍ୟ କରନ୍ତୁ। ଦେଖିବେ ଆପଣଙ୍କୁ ବହୁତ ଆରାମ ଲାଗିବ।

ପ୍ରଥମେ ଦେହ ହାତ ବିନ୍ଧିବ କିନ୍ତୁ ପରେ ଅଭ୍ୟାସରେ ପରିଣତ ହୋଇଯିବ। ତେବେ ଯଦି ଅତ୍ୟଧିକ ଗୋଡ଼ ବିନ୍ଧେ ତେବେ କୌଣସି ପେନ କିଲର ନ ଖାଇ ଡାକ୍ତରଙ୍କ ପାଖକୁ ଯାଇ ନିଜର ଉପଚାର କରନ୍ତୁ।

Leave a Reply

Your email address will not be published. Required fields are marked *