ଏହି ଲୋକ ର-କ୍ଷାକଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଇ-ଜ୍ଜ-ତ, ଓଲଟି ଗଲା ପୁରା ଖେଳ… ପଢନ୍ତୁ ପୁରା ଖବର

ଭାରତର ପଡୋଶୀ ପାକିସ୍ତାନ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିଛି । ଇମ୍ରାନ ସରକାର ବି-ରୋ-ଧରେ ଅନାସ୍ଥା ଭୋଟ ପୂର୍ବରୁ ପ୍ରସ୍ତାବ ଖାରଜ ହୋଇଯାଇଛି । ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁପାରିଶ ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ କରି ତିନି ମାସ ଭିତରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବିରୋଧୀ ବିନା ଭୋଟରେ ଅବିଶ୍ୱାସ ପ୍ରସ୍ତାବ ଖାରଜକୁ ଅଗଣତାନ୍ତ୍ରିକ ଦର୍ଶାଇ ସୁପ୍ରିମକୋର୍ଟ ଯାଇଛନ୍ତି । ଏବେ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଇମ୍ରାନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବି-ରୋ-ଧୀଙ୍କ କିଛି ଦିନର କସରତକୁ ପ୍ରଧାନମନ୍ତ୍ରୀ ଗୋଟିଏ ଦିନରେ ପଲଟେଇ ଦେଇଛନ୍ତି ।

ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବି-ରୋ-ଧୀଙ୍କ ଅନାସ୍ଥା ପ୍ରସ୍ତାବ ନୂଆ ମୋଡ ନେଇଛି । ଆସ୍ଥା ଭୋଟ ପୂର୍ବରୁ ପ୍ରସ୍ତାବ ଖାରଜ ହେବା ଓ ସେପଟେ ଇମ୍ରାନଙ୍କ ସୁପାରିଶ ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିବାରୁ ପାକିସ୍ତାନ ପୁଣି ନିର୍ବାଚନ ମୁହାଁ ହୋଇଛି । ପାକିସ୍ତାନରେ ରାଜନୈତିକ ସଂକଟ ରୋଚକ ରୂପ ନେଇଛି । ସଂସଦରେ ଅନାସ୍ଥା ଭୋଟ ପୂର୍ବରୁ ବଡ ଚାଲ ଖେଳିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ

ଏକ ଗୁରୁତ୍ୱପୂର୍ଣ୍ଣ ଘଟ-ଣାକ୍ର-ମରେ ଇମ୍ରାନ ସରକାର ବି-ରୋ-ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ଉପବାଚସ୍ପତି କାସିନ ଖାନ ସୂରୀ । ତେବେ ସୂଚନା ମୁତାବକ ଡିପ୍ଟି ସ୍ପିକର କାଶିମ ଖାନ ସୂରୀ ପାକିସ୍ତାନ ତେହେରିର ଇନ୍ସାଫ ପାର୍ଟିର ସଦସ୍ୟ ଅଟନ୍ତି । ସେ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ସାଂସଦର କାର୍ଯ୍ୟକୁ ସ୍ଥଗିତ କରିଦେଇଛନ୍ତି । ତେବେ ଏହାର କିଛି ସମୟ ପରେ ସଂସଦରେ ଅନୁପସ୍ଥିତ ଇମ୍ରାନ ଖାନ ଟେଲିଭିଜନରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଇମ୍ରାନ୍ ଖାନ୍ କହିଥିଲେ ସଂସଦ ଭଙ୍ଗ ପାଇଁ ସେ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତି । ସରକାର ଭାଙ୍ଗିବାକୁ ବିଦେଶୀ ଶକ୍ତିର ଷ-ଡଯ-ନ୍ତ୍ର ଫେଲ ମାରିଥିବାରୁ ସେ ଦେଶବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

ସେପଟେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଧାନମନ୍ତ୍ରୀଙ୍କ ସୁପାରିଶର ଅଧଘଣ୍ଟା ପରେ ସଂସଦକୁ ଭଙ୍ଗ କରିଦେଇଛନ୍ତି ରାଷ୍ଟ୍ରପତି ଆରିଫ ଅଲଭି । ଏଥିସହ ୯୦ଦିନ ଭିତରେ ସାଧାରଣ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସରକାର ଗଠନ ଯାଏଁ ଇମ୍ରାନ ଖାନ କାମଚଳା ପ୍ରଧାନମନ୍ତ୍ରୀ ରହିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ଏଥିରୁ ସ୍ପଷ୍ଟ ଜଣା ପଡ଼ି ଯାଉଛି ଯେ ଇମ୍ରାନ ଖାନ୍ ଙ୍କ ଇନ୍ସାଫ ପାର୍ଟିର ଇ-ଜ୍ଜ-ତ ରଖିବା ପାଇଁ କାଶିମ ଖାନ ସୂରୀ ଏକ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *