ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ବର୍ତ୍ତମାନ ରୋମାଞ୍ଚକର ରୂପ ନେଲାଣି। ଧିରେ ଧିରେ ମ୍ୟାଚ ଏବଂ ଟୁର୍ଣ୍ଣାମେଣ୍ଟ ଲୋକମାନଙ୍କ ମନରେ ଉତ୍କଣ୍ଠାକୁ ବଢାଇବାରେ ଲାଗିଛି। ତେବେ ଏହାରି ମଧ୍ୟରେ ଏମିତି ଏକ ଦୃ-ଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ବର୍ତ୍ତମାନ ଆଶ୍ଚର୍ଯ୍ୟ କରିଦେଇଛି। ଷ୍ଟାଡିୟମରେ ଦୁଇ ପ୍ରେମୀ ଯୁଗଳ ପରସ୍ପରଙ୍କୁ କି-ସ କରୁଥିବାର ଏକ ଭିଡିଓ କ୍ୟାମେରାରେ ରେ-କ-ର୍ଡ ହୋଇଯାଇଛି। ଏହାପରେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ଏକ ମ୍ୟାଚ ଚାଲିଥିବା ସମୟରେ ଏଭଳି ଏକ ଦୃ-ଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା। ସମସ୍ତ ଦର୍ଶକ ଗୁଜୁରାଟ-ଦିଲ୍ଲୀ ମ୍ୟାଚର ମଜା ନେଉଥିବା ସମୟରେ ଏହି ପ୍ରେମୀ ଯୁଗଳ ଷ୍ଟାଡିୟମରେ ବସି ରୋମାନ୍ସ କରୁଥିଲେ। ଉଭୟ ପରସ୍ପରଙ୍କୁ କିସ କରିବାରେ ସମ୍ପୂର୍ଣ୍ଣ ମସଗୁଲ ହୋଇଯାଇଥିଲେ।
This couple took the IPL Match to next level😂 #DCvsGT #IPL2022#PuneCouple pic.twitter.com/rQi3YbupGW
— Dhananjay Jha (@DhananjayHans) April 2, 2022
ଏହାପରେ ଏହି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଅପଲୋଡ ହେବା ପରେ ଏହି ଫଟୋକୁ ନେଇ ଭିନ୍ନ ଭିନ୍ନ ଅନ୍ଦାଜରେ କାର୍ଟୁନ କରି ୟୁଜର୍ସ ପୋଷ୍ଟ କରି ଚାଲିଛନ୍ତି। ମଜାଳିଆ କମେଣ୍ଟ ସାଙ୍ଗକୁ ମେମେ ବନେଇ ଏହି ଘଟ-ଣାର ଭରପୁର ମଜା ଫ୍ୟାନ୍ସ ଲୁ-ଟୁଛନ୍ତି।
ଏହି ପୋଷ୍ଟରେ ଏହି ଘ-ଟ-ଣା ଆଇପିଏଲକୁ ଏକ ଅଲଗା ସ୍ତରକୁ ନେଇଛି ବୋଲି ଧନଞ୍ଜୟ ଝା ନାମକ ଜଣେ ୟୁଜର କହିଛନ୍ତି। ଅନ୍ୟ ପକ୍ଷରେ ଡି ଜନ ନାମକ ଜଣେ ୟୁଜର ଆଇପିଏଲରେ କ୍ୟାମେରାମ୍ୟାନ ପାଇଁ କିପରି ଆବେଦନ କରିହେବ ସେ ପାଇଁ ପ୍ରଶ୍ନ ପଚାରିଛନ୍ତି। ସେହିପରି ପିଣ୍ଟୁ କୁମାରଙ୍କର ଟ୍ୱିଟ ବହୁତ ଭାଇରାଲ ହେଉଛି। ପରିବାର ସହ ମ୍ୟାଚ ଦେଖିବା ସମୟରେ ଏମିତି କିଛି ଦୃ-ଶ୍ୟ ଦେଖିବାକୁ ମିଳିଲା ବୋଲି ପିଣ୍ଟୁ କହିଛନ୍ତି।