ସାଉଥ ସୁପରଷ୍ଟାର ୟସ୍ ଙ୍କୁ କିଏ ବା ନଜାଣିଛି । ଆପଣ ସମସ୍ତେ ତାଙ୍କ ଫିଲ୍ମ ନିଶ୍ଚୟ ଦେଖିଥିବେ । ଯଦି ବି ବାକି ସବୁ ଫିଲ୍ମ ନଦେଖିଥିବେ ତେବେ କେଜିଏଫ ତ ନିଶ୍ଚିତ ଦେଖିଥିବେ । କେଜିଏଫ ଚ୍ୟାପ୍ଟର ୧ ପରଦାରେ ଧମାଲ୍ କରିବା ପରେ ଏହା ପୁଣି ଆଉ ଥରେ ଆକ୍ସନ ଏଣ୍ଟରଟେନର୍ ଧୁମ୍ ମଚେଇବାର ପ୍ରସ୍ତୁତି ରେ ଲାଗିଛନ୍ତି,ବହୁତ ଶ୍ରୀଘ୍ର ତାଙ୍କ ଫିଲ୍ମ କେଜିଏଫ ଚ୍ୟାପ୍ଟର ୨ ରିଲିଜ୍ ହେବାକୁ ଯାଉଛି
ଯେତେବେଳେ କେଜିଏଫଚ ଚ୍ୟାପ୍ଟର ୧ ରିଲିଜ୍ ହେଲା ତ ଏହି ଫିଲ୍ମର କାହାଣୀ ଏବଂ ଆକ୍ସନ ଲୋକମାନଙ୍କ ମଧ୍ୟରେ ହ-ଙ୍ଗା-ମା କରିଦେଇଥିଲା । ଏହି ଫିଲ୍ମର ମୁଖ୍ୟ ଅଭିନେତା ୟସ୍ ସମସ୍ତଙ୍କ ପସନ୍ଦର ଅଭିନେତା ବନିଗଲେ । କହିବା ପାଇଁ ତ ତାଙ୍କୁ ସାଉଥ ର ସୁପରଷ୍ଟାର ବୋଲି କୁହାଯାଏ କିନ୍ତୁ ହିନ୍ଦୀ ଦର୍ଶକଙ୍କ ପାଇଁ ମଧ୍ୟ ୟସ୍ କେଉଁ ବଡ଼ ବଲିଉଡ଼ ଷ୍ଟାରଙ୍କ ଠୁ କମ୍ ଚର୍ଚ୍ଚିତ ନୁହଁନ୍ତି ।ବର୍ତ୍ତମାନ ଏହି ସମୟରେ ତାଙ୍କୁ ସମଗ୍ର ବିଶ୍ୱର ଲୋକମାନେ ଭଲ ଭାବରେ ଜାଣନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ।
କେଜିଏଫ ଚ୍ୟାପ୍ଟର ୨ ର ଟ୍ରେଲର ଧମାଲ୍ କରୁଛି :-
ଆପଣଙ୍କୁ କହିରଖୁଛୁ କି ସାଉଥର ରକିଙ୍ଗ ସୁପରଷ୍ଟାର ୟସ୍ ଆଉ ଥରେ ପୁଣି କେଜିଏଫ ଚ୍ୟାପ୍ଟର ୨ ରେ ଧମାକା କରିବାକୁ ଯାଉଛନ୍ତି । କହିରଖୁଛୁ କି ଏହି ଥର ୟସ୍ ଙ୍କ ସହ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନଙ୍କ ପରି ତାରକା ନଜର ଆସିବେ ଏବଂ ଫିଲ୍ମର ଟ୍ରେଲର୍ ଆସିବା ମାତ୍ରେ ହିଁ ଧମାଲ୍ କରୁଛି । ପୁରା ଦେଶରେ ସୁପରଷ୍ଟାର ୟସ୍ ଙ୍କୁ ପ୍ରଶଂସା ମିଳୁଛି । ତାଙ୍କର ଟିକେ ଝଲକ ପାଇବାକୁ ଫ୍ୟାନ୍ସ କିଛି ବି କରିବାକୁ ପ୍ରସ୍ତୁତ ହୋଇ ଯାଉଛନ୍ତି ।
କେଜିଏଫ ଚ୍ୟାପ୍ଟର ୨ ଏହି ମାସରେ ୧୪ଅପ୍ରେଲକୁ ସମସ୍ତ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇସାରିଛି । ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବାର ୨୩ଘଣ୍ଟା ମଧ୍ୟରେ ୧୦୯ମିଲିୟନ୍ ଭ୍ୟୁଜ୍ ହାସଲ କରିଛି । ଗଣମାଧ୍ୟମ ରି-ପୋ-ର୍ଟ ଅନୁଯାୟୀ, ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମର ଟ୍ରେଲରକୁ ଏତେ ଭ୍ୟୁ ମିଳିନାହିଁ ।
କେବଳ ଏହାର ହିନ୍ଦୀ ସଂସ୍କରଣ ଟ୍ରେଲରକୁ ୬୬ ମିଲିୟନ୍ ଭ୍ୟୁ ମିଳିଛି । ତେବେ ଏହି ଫିଲ୍ମର ଟିଜରକୁ ୨୪୯ ମିଲିୟନ୍ ଭ୍ୟୁ ମିଳିଥିଲା । ବର୍ତ୍ତମାନ ଆପଣ ଏଥିରୁ ଅନୁମାନ କରିପାରୁଥିବେ ଯେ ଏହି ଫିଲ୍ମ କେତେ ବଡ ଧମାକା କରିବାକୁ ଯାଉଛି ।
କୌଣସି ଗଡଫାଦରଙ୍କ ବିନା ନିଜର କଠିନ ପରିଶ୍ରମର ଆଧାରରେ ଏହି ପଦବୀ ହାସଲ କଲେ :-
କନ୍ନଡ ଦର୍ଶକଙ୍କ ମଧ୍ୟରେ ଅଭିନେତା ୟସ୍ ଙ୍କର ବହୁତ ଭଲ ପ୍ରଶଂସକ ଅଛନ୍ତି ଏବଂ ସେ ଅନେକ ହିଟ୍ ଫିଲ୍ମ ସହିତ ନିଜକୁ ଜଣେ ଭଲ ଅଭିନେତା ଭାବରେ ପ୍ରତିଷ୍ଠିତ କରିଛନ୍ତି । ସାଉଥ ସୁପରଷ୍ଟାର ୟସ୍ ତାଙ୍କ ଜୀବନରେ ହାସଲ କରିଥିବା ସଫଳତା ପଛରେ ତାଙ୍କର କଠିନ ପରିଶ୍ରମ ଲୁ-ଚି ରହିଛି ।
ବର୍ତ୍ତମାନ ଏହି ସମୟରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ୟଶ ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତାମାନଙ୍କ ମଧ୍ୟରୁ ଜଣେ ।ହୁଏତ ୟସ୍ ଆଜି ଏକ ବଡ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି, କିନ୍ତୁ ତାଙ୍କ ପାଇଁ ଏ ପର୍ଯ୍ୟନ୍ତ ପହଞ୍ଚିବାର ଯାତ୍ରା ଏତେ ସହଜ ନଥିଲା ।ଗଡଫାଦର ବିନା କଠିନ ପରିଶ୍ରମ ଆଧାରରେ ୟସ୍ ଇଣ୍ଡଷ୍ଟ୍ରିରେ ଏହି ସ୍ଥାନ ହାସଲ କରିଛନ୍ତି ।
କେଜିଏଫ ସୁପରଷ୍ଟାର ୟସଙ୍କ ପିତା ଆଜି ବି ବସ୍ ଚଳାଉଛନ୍ତି :-
ଆପଣଙ୍କୁ କହିରଖୁଛୁ କି ୟସଙ୍କ ଅସଲି ନାଁ ହେଉଛି ନବୀନ କୁମାର ଗୌଡା । ବହୁତ କମ ଲୋକ ଏହି ସୂଚନା ବିଷୟରେ ଜାଣିଥିବେ କି ୟସ ହେଉଛନ୍ତି ଗୋଟିଏ ମଧ୍ୟବିତ୍ତ ପରିବାର । ୟସଙ୍କ ପିତାଙ୍କ ନାମ ହେଉଛି ଅରୁଣ କୁମାର । ଯିଏ KSRTC ଟ୍ରାନ୍ସପୋର୍ଟ ସର୍ଭିସ ରେ କାମ କରୁଥିଲେ ପରେ ସେ BMTC ଟ୍ରାନ୍ସପୋର୍ଟ ରେ ଡ୍ରାଇଭର ର ଚାକିରୀ କରିବାକୁ ଲାଗିଲେ ।
ବର୍ତ୍ତମାନ ହୁଏତ ପୁଅ ଏତେ ବଡ଼ ଷ୍ଟାର ବନିଗଲାଣି କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ୟସ୍ ଙ୍କ ପିତା ବସ୍ ଚଲାନ୍ତି । ତାଙ୍କର ବିଶ୍ୱାସ କି ଏହି କାମ ଯୋଗୁ ସେ ୟସ୍ କୁ ଏତେ ବଡ଼ କରିପାରିଲେ । ଏଥିପାଇଁ ସେ ଏହି ଚାକିରୀ ଛାଡ଼ିବେ ନାହିଁ ।
ବହୁତ ସଘର୍ଷ ପୂର୍ଣ ଥିଲା ଯାତ୍ରା :-
କର୍ଣ୍ଣାଟକର ହାସନ ଜିଲ୍ଲାର ଭୁଭାନାହଲ୍ଲୀ ଗାଁର ଏକ ମଧ୍ୟବିତ୍ତ ପରିବାରରେ ୮ଜାନୁୟାରୀ ୧୯୮୬ ରେ ଜନ୍ମଗ୍ରହଣ କରିଥିବା ନବୀନ କୁମାର ଗୌଡା ତାଙ୍କ ପରିଶ୍ରମ ଦ୍ୱାରା ସୁପରଷ୍ଟାର ୟସ ବନିଗଲେ । ୟସ୍ ଙ୍କ ପିଲାଦିନ ମୈଇସୋରରେ ଅତିବାହିତ ହୋଇଥିଲା,ଯେଉଁଠାରେ ସେ ମହାଜନ ଉଚ୍ଚ ବିଦ୍ୟାଳୟରେ ସ୍କୁଲ ପାଠ ପଢା ସାରିଥିଲେ । ସେହିଠାରୁ ସେ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ମଧ୍ୟ କରିଥିଲେ । ଅଧ୍ୟୟନ ସମାପ୍ତ କରିବା ପରେ ସେ ବିନାକା ଡ୍ରାମା ଗ୍ରୁପରେ ଯୋଗ ଦେଇଥିଲେ ।
ଛୋଟ ପରଦାରେ ଅର୍ଥାତ୍ ସିରିଏଲ୍ ମାଧ୍ୟମରେ ୟସ୍ ତାଙ୍କର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ନନ୍ଦା ଗୋକୁଲା (୨୦୦୫) ନାମକ କନ୍ନଡ ଟିଭି ସିରିଏଲରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ମାଲେବିଲୁ, ମୁକ୍ଥା ଏବଂ ପ୍ରୀତି ଇଲାଡା ମେଲେ ପରି ଅନେକ ଟିଭି ଶୋ’ରେ କାମ କରିଥିଲେ । ୟସ ତାଙ୍କର ସଂଘ-ର୍ଷପୂ-ର୍ଣ୍ଣ ଦିନ ଗୁଡିକରେ ଅନେକ ଛୋଟ ଚରିତ୍ରରେ ଅଭିନୟ କରିଥିଲେ କିନ୍ତୁ ସେ ନିଜର କଠିନ ପରିଶ୍ରମ ଏବଂ କଠିନ ସଘର୍ଷ ସହିତ ନିଜ କ୍ୟାରିଅରକୁ ଏକ ଭଲ ସ୍ତରକୁ ନେଇ ପାରିଛନ୍ତି । ଆଜି ସେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ବଡ ନାମ ପାଲଟି ଯାଇଛନ୍ତି ।
ୟସ୍ ଙ୍କୁ ମିଳିଲା ପରିଚୟ :-
ଆପଣଙ୍କୁ କହିରଖୁଛୁ କି ୨୦୧୦ ମସିହାରେ ୟସଙ୍କ କମରର୍ସିଆଲ ସୋଲୋ ହିଟ ଫିଲ୍ମ Modalasala ଆସିଥିଲା । ଏହି ଫିଲ୍ମରୁ ତାଙ୍କୁ ଅସଲି ପରିଚୟ ମିଳିଲା । ଏହା ପରେ ସେ କେବେ ପଛକୁ ବୁଲି ଚାହିଁନାହାନ୍ତି । ସେ ତାଙ୍କ କ୍ୟାରିଅରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏବଂ ସେ କେବଳ ସାଉଥ ନୁହେଁ ବରଂ ହିନ୍ଦୀ ଫ୍ୟାନ୍ସଙ୍କର ମଧ୍ୟ ପ୍ରିୟ ଅଭିନେତା ବନିଯାଇଛନ୍ତି ।
୨୦୧୮ମସିହାରେ ସେ ସୁପରହିଟ୍ ଫିଲ୍ମ କେଜିଏଫ୍ ସହିତ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ଏକ ଭଲ ପରିଚୟ ପାଇଲେ । ଏହି ଫିଲ୍ମରେ ରକି ଭୂମିକାରେ ଅଭିନୟ କରିଥିବା ୟସ୍ ଦେଖୁ ଦେଖୁ ପୁରା ଦେଶର ପ୍ରିୟ ତାରକା ବନିଗଲେ ଏବଂ ଆଜି ସେ କୌଣସି ପରିଚୟର ଦାସ ନୁହଁନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୧୫କୋଟି ଟଙ୍କାର ମୋଟା ଅଙ୍କ ଚାର୍ଜ କରନ୍ତି ।