ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି IAS ଟିନା ଡ଼ାବି,ହେବାକୁ ଯାଉଥିବା ପତିଙ୍କ ସହ ଫୋଟୋ ସେୟାର କରି ଲେଖିଛନ୍ତି ଖାସ୍ କଥା ।

UPSC-୨୦୧୫ର ଟପ୍ପର ଟିନା ଡ଼ାବି ପୁଣି ହେଡ଼ଲାଇନରେ ଅଛନ୍ତି । ଟିନା ଡ଼ାବି ଏହି ଥର ଅନ୍ୟ କୌଣସି କାରଣ ପାଇଁ ନୁହେଁ ବରଂ ତାଙ୍କର ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବାସ୍ତବରେ ଟିନା ସୋସିଆଲ୍ ମିଡ଼ିଆରେ ବହୁତ ସକ୍ରିୟ ରୁହନ୍ତି ।ସେ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ସହ ଜଡିତ ସୂଚନା ସେୟାର କରିଥାନ୍ତି । ଏହିଥର ଟିନା ଇଷ୍ଟାଗ୍ରାମ ରେ ତାଙ୍କ ନି-ର୍ବ-ନ୍ଧ ର ଫୋଟୋ ସେୟାର କରିଛନ୍ତି । ଯାହା ପରେ ସେ ଚର୍ଚ୍ଚା ରେ ଆସିଯାଇଛନ୍ତି ।

ଫୋଟୋ ସେୟାର କରି କଲେ ସମ୍ପର୍କର ଖୁଲାସା :-

ଏହିଥର ଟିନା ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ନିଜ ଜୀବନସାଥୀ ବାଛିଛନ୍ତି । ଟିନା ଡ଼ାବି ଏବଂ ପ୍ରଦୀପ ଗାୱାଣ୍ଡେ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ଫୋଟୋ ସେୟାର କରି ତାଙ୍କର ଏହି ସମ୍ପର୍କର ସୂଚନା ସାମ୍ନାରେ ରଖିଛନ୍ତି। IAS ଟିନା ଡ଼ାବି ପ୍ରଦୀପ ଗାୱାଣ୍ଡେଙ୍କ ସହ ଗୋଟିଏ ଫୋଟୋ ସେୟାର କରି ଲେଖିଛନ୍ତି,’ସେଇ ହସକୁ ନାଉଛି,ଯାହା ତୁମେ ଦେଉଛ ‘।

ଏହା ପରେ ତାଙ୍କ ବିବାହ କରିବାର ଚର୍ଚ୍ଚା ଆରମ୍ଭ ହୋଇଗଲା । କୁହାଯାଉଛି କି ଟିନା ଡ଼ାବି ଏବଂ ପ୍ରଦୀପ ଗାୱାଣ୍ଡେ ଅପ୍ରେଲ୍ ରେ ବିବାହ କରିବାକୁ ଯାଉଛନ୍ତି । ସେ ଜୟପୁର ର ଏକ ହୋଟେଲ୍ ରେ ୨୨ଅପ୍ରେଲ୍ କୁ ରେସେପ୍ସନ ମଧ୍ୟ ଦେବେ ।

୨୨ବର୍ଷ ବୟସରେ ହେଲେ UPSC ଟପ୍ପର୍ :-

କହିରଖୁଛୁ କି ଟିନା ସାରା ଦେଶର ସବୁଠୁ ଅଧିକ ଫେମସ୍ ଆଇ ଏଏସ ଲିଷ୍ଟ ରେ ସାମିଲ୍ ଅଛନ୍ତି । ଆଇଏଏସ ଟିନା ଡ଼ାବି ୨୦୧୫ମସିହାରେ ୟୁପିଏସସି ଟପ୍ପର୍ ଥିଲେ । ମଧ୍ୟ ପ୍ରଦେଶର ବାସିନ୍ଦା ଟିନା ଡ଼ାବି ଦିଲ୍ଲୀ ୟୁନିଭରସିଟି ରୁ ପଲିଟିକାଲ୍ ସାଇନ୍ସ ରେ ଗ୍ରାଜୁଏସନ କରିଛନ୍ତି । ଏହା ପରେ ୨୨ବର୍ଷ ବୟସରେ ପ୍ରଥମ ପ୍ରୟାସ ରେ ହିଁ ସେ ୟୁପିଏସସି ଟପ୍ପର୍ ବନିଗଲେ ।

ଇଷ୍ଟାଗ୍ରାମରେ ଅଛନ୍ତି ଲକ୍ଷ ଲକ୍ଷ ଫୋଲୋଅର୍ :-

ଟିନା ଡ଼ାବି ବର୍ତ୍ତମାନ ରାଜସ୍ଥାନର ଫାଇନାନ୍ସ ଡ଼ିପାର୍ଟମେଣ୍ଟ ରେ ଜଏଣ୍ଟ ସେକ୍ରେଟାରୀର ପଦରେ କାର୍ଯ୍ୟରତ ଅଛନ୍ତି । ଟିନା ସୋସିଆଲ୍ ମିଡ଼ିଆରେ ଖୁବ ସକ୍ରିୟ ରହିଥାନ୍ତି । ଇଷ୍ଟାଗ୍ରାମ ରେ ଟିନାଙ୍କର ମାତ୍ର ୧.୪ମିଲିଅନ ଫୋଲୋଅର ଅଛନ୍ତି ।

ଗାୱାଣ୍ଡେଙ୍କ ଉପରେ ଲା-ଞ୍ଚ ନେଇଥିବାର ଅଭି-ଯୋଗ ଲାଗିସାରିଛି :-

ତେବେ ପ୍ରଦୀପ ଗାୱାଣ୍ଡେଙ୍କ ବିଷୟରେ କହିବାକୁ ଗଲେ ସେ ରାଜସ୍ତାନର ଆର୍କିୟୋଲୋଜି ଆଣ୍ଡ ମ୍ୟୁଜିୟମ ଡ଼ିପାର୍ଟମେଣ୍ଟ ରେ ନିର୍ଦେଶକ ଅଛନ୍ତି । ଏହା ପୂର୍ବରୁ ସେ ରାଜସ୍ଥାନର ସ୍କିଲ୍ ଡେଭେଲପମେଣ୍ଟ ର ଏମଡ଼ି ପଦରେ ଥିବାବେଳେ ଲା-ଞ୍ଚ ନେଇଥିବାର ଏକ ମା-ମ-ଲା ରେ ଫ-ସି ଥିଲେ । ପ୍ରଦୀପ ମହାରାଷ୍ଟ୍ର ର ବାସିନ୍ଦା ଅଟନ୍ତି । ଆଇଏଏସ ହେବା ପୂର୍ବରୁ ପେଶା ରେ ଡାକ୍ତର ଥିଲେ ।

ଦୁହିଁଙ୍କର ହେଉଛି ଦ୍ୱିତୀୟ ବିବାହ :-

କହିରଖୁଛୁ କି ଟିନା ଏବଂ ପ୍ରଦୀପ ଦୁହିଁଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ଟିନା ଡ଼ାବି ଅତହର ଆମୀର ଖାନଙ୍କୁ ବିବାହ କରିଥିଲେ । ଦୁହେଁ ୨ବର୍ଷ ଯାଏଁ ସମ୍ପର୍କରେ ରହିଲା ପରେ ଛା-ଡ଼ପ-ତ୍ରର ନିଷ୍ପତ୍ତି ନେଇଥିଲେ । ୭ମାସ ପୂର୍ବରୁ ଅଗଷ୍ଟ ୨୦୨୧ ରେ କୋର୍ଟ ରୁ ଛା-ଡପ-ତ୍ରର ମଞ୍ଜୁରୀ ମିଳିଯାଇଥିଲା । ଏବଂ ବର୍ତ୍ତମାନ ୨୮ବର୍ଷ ବୟସରେ ଟିନା ଦ୍ୱିତୀୟ ବିବାହ କରୁଛନ୍ତି । ଟିନା ଏବଂ ପ୍ରଦୀପଙ୍କ ବୟସରେ ୧୩ବର୍ଷର ଫରକ୍ ଅଛି ।

Leave a Reply

Your email address will not be published. Required fields are marked *